ବିଭିନ୍ନ ପ୍ରକାରର ସାମାଜିକ ଉତ୍ସବ ହେଉ ଅଥବା ପାରିବାରିକ ଉତ୍ସବ ହେଉ କିମ୍ବା ଗେଟ ଟୁଗେଦର ହେଉ ସବୁଠି ମଦିରା ପାନୀୟର ମଜା ନିଆରା । ମଦିରା ଏକ ଆକର୍ଷଣୀୟ ପାନୀୟ । ଏହା ଏକପ୍ରକାର ନିଶା ଉଦ୍ରେକକାରୀ ପାନୀୟ । ବିଭିନ୍ନ ପ୍ରକାରର ଦେଶୀୟ ମଦିରା ସହ ବିଭିନ୍ନ ବିଦେଶୀ ମଦିରା ମଧ୍ୟ ରହିଛି। ତେବେ ମଦିରା ହେଉଛି ଏପରି ଏକ ପାନୀୟ ଯାହାର ସ୍ୱାଦ ଏବଂ ସୁଗନ୍ଧ ସହିତ ସାରା ବିଶ୍ୱ ଭ୍ରମଣର ମଜା ଦେଇଥାଏ, ଏବଂ ଏହା ରୋମାଞ୍ଚକର ଭାବନା ଉଦ୍ରେକକାରୀ ଅଟେ !

ସାରା ପୃଥିବୀରେ ଅନେକ ଦେଶର ଲୋକମାନେ ଏହାକୁ ପାନ କରିଥାଆନ୍ତି । ଏକ ଶହରୁ ଅଧିକ ଦେଶ ଏହାର ତିଆରି, ବିକ୍ରି ଓ ପାନ କରିବା ଉପରେ ନିୟମ ସୃଷ୍ଟି କରିଛନ୍ତି । ଭିନ୍ନ ଭିନ୍ନ ଦେଶରେ ଏହାକୁ ନେଇ ଭିନ୍ନ ନିୟମ ରହିଛି। ପ୍ରସ୍ତର ଯୁଗରୁ ମଦିରା ପାନ କରାଯାଉଥିବାର ସୂଚନା ରହିଛି ।

ଯଦି ଆପଣ ସାଙ୍ଗ ବା ବନ୍ଧୁମାନଙ୍କ ସହ ପାର୍ଟି କରୁଛନ୍ତି କି କାଜୁଆଲ ମିଟ (ସାଧାରଣ ଦେଖାସାକ୍ଷାତ) କରୁଛନ୍ତି ତେବେ ଆପଣ ପାନୀୟରେ ମଦକୁ ଆରାମରେ ସାମିଲ କରିପାରିବେ ।

ଜିଆହୁରେ ଖ୍ରୀଷ୍ଟ ପୂର୍ବ ୭୦୦୦-୬୬୦୦ରେ ମଦିରା ବ୍ୟବହାର କରାଯାଉଥିବା ଆବିଷ୍କାର କରାଯାଇଛି । ଏଥିରୁ ୬.୯୩ କିଲୋକ୍ୟାଲୋରୀ ଶକ୍ତି ମିଳେ। ପ୍ରାୟ ଅଶୀରୁ ଅଧିକ ଦେଶରେ ଅତି କମରେ ଦୁଇ ହଜାରରୁ ଊର୍ଦ୍ଧ୍ଵ ୱାଇନ ରହିଛି। ଏଥିରେ ଥିବା ଇଥାନଲ୍ ବା ଇଥାଇଲ୍ ଆଲ୍‌କହଲ୍ ହେଉଛି ଏକ ସାଇକୋଆକ୍ଟିଭ ଔଷଧ । ଏହା ପାନ କଲେ ଚେତନା, ଚିହ୍ନିବା ଶକ୍ତି, ବ୍ୟବହାର, ଚିନ୍ତା ଶକ୍ତି ଇତ୍ୟାଦିର ପରିବର୍ତ୍ତନ ହୁଏ । ଏହା ନିଶ୍ଚେତକ, ଯନ୍ତ୍ରଣା ନିବାରକ ଭାବରେ ବ୍ୟବହାର ହୁଏ ଓ କିଛି ମାନସିକ ରୋଗରେ ମଧ୍ୟ ଏହାକୁ ମେଡିସିନ ଭାବରେ ବ୍ୟବହାର କରାଯାଏ । ତେବେ ଆସନ୍ତୁ ଜାଣିବା କେଉଁ ମଦିରା ପିଇବା ପାଇଁ ଉପଯୁକ୍ତ।

ସେହିପରି ପ୍ରତ୍ୟେକ ଉତ୍ସବ ପାଇଁ କେଉଁ ମଦିରା ଚୟନ କରିବା ତାହା ଆମ ପାଖରେ ଉପସ୍ଥିତ ଥିବା ଅତିଥି ଏବଂ ତାଙ୍କର ଇଚ୍ଛା ଶକ୍ତି ଉପରେ ନିର୍ଭର କରିଥାଏ ।  ତେବେ ଏହାର ରଙ୍ଗକୁ ନେଇ ତାକୁ ଶ୍ରେଣୀ ବିଭାଗ କରିଛୁ । ଯେମିତିକି - ଧଳା, ନାଲି, ଗୋଲାପୀ, ମିଠା ଏବଂ ଚମକୁଥିବା ମଦିରା ରହିଛି ।

(ହାଲ୍କା ଧଳା ରଙ୍ଗର ମଦିରା - ପ୍ରତିଛବି ଉତ୍ସ: pexels.com)

ହାଲ୍କା ଧଳା ରଙ୍ଗର ମଦିରା: ଏହା ଧଳା ଅଙ୍ଗୁରରୁ ପ୍ରସ୍ତୁତ ହେଉଥିବା ସବୁଠାରୁ ସାଧାରଣ ପ୍ରକାରର ମଦିରା । ଏହା ଶୁଖିଲା, କ୍ରିସପି (କୁଡୁମୁଡିଆ) ଓ ସତେଜ ରହିଥାଏ । ଏହି ଶ୍ରେଣୀର ମଦିରା ମଧ୍ୟରେ ପିନୋଟ୍ ଗ୍ରିଗିଓ, ସଉଭିଗନ୍ ବ୍ଲାନ୍କ, ଭର୍ମେଣ୍ଟିନୋ କିମ୍ବା ଆଲବାରିଓ ଆଦି ରହିଛି । ଏହି ପାନୀୟକୁ ସର୍ବଦା ସତେଜ ଏବଂ ଉପଭୋଗ କରିବା ସହଜ ହୋଇଥାଏ ।

(ସମ୍ପୂର୍ଣ୍ଣ ଧଳା ରଙ୍ଗର ମଦିରା - ପ୍ରତିଛବି ଉତ୍ସ: pexels.com)

ସମ୍ପୂର୍ଣ୍ଣ ଧଳା ରଙ୍ଗର ମଦିରା: ଏହି ପ୍ରକାରର ମଦ ଖୁବ ବିରଳ । ଓକ ଗଛରୁ ପ୍ରସ୍ତୁତ ଏକ କାରାର୍ମଲ ଓ ଅଙ୍ଗୁର ସହ ଗୋଲ୍ଡେନ ଆପଲର ଏକ କ୍ରିମି କୋର ଉପରେ ଲହୁଣୀ ଏବଂ କଷ୍ଟାର୍ଡ ସୁଗନ୍ଧ ଦିଆଯାଇଥାଏ ।

(ହାଲୁକା ଲାଲ୍ ରଙ୍ଗର ମଦିରା - ପ୍ରତିଛବି ଉତ୍ସ: pixabay.com)

ହାଲ୍କା ଲାଲ ରଙ୍ଗର ମଦିରା: ଏହି ଶ୍ରେଣୀୟ ମଦିରା ସିଲ୍କି (ଚିକିକକିଆ) ଏବଂ ଚିକ୍କଣ; ଏହାର ଏକ ସୁଗନ୍ଧିତ ଅମ୍ଳତା ଏବଂ ସବୁଠାରୁ ସୁନ୍ଦର ଚେରି ସୁଗନ୍ଧ ମଧ୍ୟ ରହିଥାଏ । ଯାହା ଖୁବ ଆକର୍ଷଣୀୟ ଦେଖାଯାଇଥାଏ । ଏହି ଶ୍ରେଣୀୟ ମଦ ମଧ୍ୟରେ ପିନୋଟ୍ ନୋଇର୍ ଅନ୍ୟତମ ।

(ସମ୍ପୂର୍ଣ୍ଣ ଲାଲ ରଙ୍ଗର ମଦିରା - ପ୍ରତିଛବି ଉତ୍ସ: pexels.com)

ସମ୍ପୂର୍ଣ୍ଣ ଲାଲ ରଙ୍ଗର ମଦିରା: ଏହି ପ୍ରକାରର ମଦ ଖୁବ ଲୋକପ୍ରିୟ । ଏହା ସର୍ବଦା ଆକର୍ଷଣୀୟ , ବୋଲ୍ଡ ଏବଂ ଏକ ଜବରଦସ୍ତ ପ୍ୟାଲେଟ୍ (ଆସ୍ତରଣ) ଥାଏ | ଏହି ବର୍ଗର ରେଡ ୱାଇନ ମଧ୍ୟରେ ଅଛନ୍ତି କ୍ୟାବର୍ନେଟ୍ ସୌଭିଗନ୍, ସିରା, ସାଙ୍ଗିଓଭେ ଏବଂ ମାଲବେକ୍ ପ୍ରଭୃତି।

ପିଇବାର ମଜା ଖାଇବା ସହିତ ଆସିଥାଏ । ତେବେ ମଦିରା ପାନୀୟ ନିମନ୍ତେ ମଧ୍ୟ ଉପଯୁକ୍ତ ଖାଦ୍ୟ ଚୟନ କରିବାକୁ ପଡିଥାଏ । ଯଦି ଆପଣ ସାଙ୍ଗ ବା ବନ୍ଧୁମାନଙ୍କ ସହ ପାର୍ଟି କରୁଛନ୍ତି କି କାଜୁଆଲ ମିଟ (ସାଧାରଣ ଦେଖାସାକ୍ଷାତ) କରୁଛନ୍ତି ତେବେ ଆପଣ ପାନୀୟରେ ମଦିରାକୁ ଆରାମରେ ସାମିଲ କରିପାରିବେ । ମଦିରା ସହିତ ସାଲାଡ, ତାଜା ପନିର, ଫ୍ରାୟେଡ ଭେଜିଟେବଲ (ଭଜା ପନିପରିବା), ମାଛ କିମ୍ବା ଅନ୍ୟାନ୍ୟ ସୂକ୍ଷ୍ମ ହାଲୁକା ଖାଦ୍ୟ ସହ ସ୍ୱଚ୍ଛ ହାଲୁକା ଧଳା ମଦିରା ଆପଣଙ୍କ ପାଇଁ ସର୍ବୋତ୍ତମ ରହିବ ।

ଏତଦବ୍ୟତୀତ ସମ୍ପୂର୍ଣ୍ଣ ଧଳା ରଙ୍ଗର ମଦିରା ସହ ଆପଣ ମାଂସ, କୁକୁଡ଼ା ଏବଂ ସଲମନ, ମାକେର୍ କିମ୍ବା ଟୁନା ପରି ଚର୍ବିଯୁକ୍ତ ମାଛ ଆଦି ସାମିଲ କରିପାରିବେ । ସେହିପରି ହାଲ୍କା ରେଡ ୱାଇନ ଯଥା ପିନୋଟ୍ ନୋଇର୍ ପରି ପାନୀୟ ସହ ମାଂସ, କୁକୁଡ଼ା ଏବଂ ଚର୍ବିଯୁକ୍ତ ମାଛ ବେଶ ଭଲ ଲାଗିବ । ଏହାଛଡା ଆପଣ ଆପଣକ ପସନ୍ଦ ମୁତାବକ ରାଗ, ଲୁଣି ଖାଦ୍ୟ ସାମିଲ କରିପାରିବେ । ତେବେ ସମ୍ପୂର୍ଣ୍ଣ ରେଡ ମଦିରା ବା ରେଡ ୱାଇନ ସହିତ ଲାଲ୍ ମାଂସ, ବାରବିକ୍ୟୁ, ଗ୍ରିଲଡ୍ ଭେଜିଜ୍ ଏବଂ ଅନ୍ୟ ସ୍ନାକ୍ସ ସାମିଲ କରିପାରିବେ ।

ତେବେ ପାର୍ଟିରେ ପାନୀୟର ମଜା ନେବା ପାଇଁ ପ୍ରଥମେ ନିମନ୍ତ୍ରିତ ଅତିଥିମାନଙ୍କ ବିଷୟରେ ଚିନ୍ତା କରିବା ଆବଶ୍ୟକ । ମଦିରା ଓ ଖାଦ୍ୟର ଯୋଡି ଜରୁରୀ । ଯଦି ପାନୀୟ ସହ ଖାଦ୍ୟକୁ ଆତିଥିମାନେ ପସନ୍ଦ ନ କରନ୍ତି ତେବେ ଆପଣଙ୍କ ପାର୍ଟିର ଆନନ୍ଦ ରହିବ ନାହିଁ । ଏଥିପାଇଁ ଅତିଥିଙ୍କୁ ଦୃଷ୍ଟିରେ ରଖି ପାନୀୟ ସହ ଖାଦ୍ୟର ଚୟନ କରିବା ଉଚିତ ।

ଆପଣ ଯାହା ପସନ୍ଦ କରନ୍ତି ତାହା ହିଁ ପିଅନ୍ତୁ । ରାତ୍ରିଭୋଜନ ଏବଂ ନିଜର ସାଙ୍ଗମାନଙ୍କ ବିଷୟରେ ଚିନ୍ତା କରି ଠିକ୍ ମଦିରାର ଚୟନ କରିବା ଉଚିତ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିଜେ ଉପଭୋଗ କରୁଥିବା ଏକ ପାନୀୟ (ମଦିରା) ବାଛନ୍ତୁ, ଯାହା ପ୍ରକୃତରେ ନିଜକୁ ପସନ୍ଦ ହେବା ସହିତ ଖାଇବା ପିଇବା ପାଇଁ ଉତ୍ସାହ ଆଣିପାରିବ । ତେବେ ମଦିରାକୁ ଉପଭୋଗ କରିବା ପାଇଁ ତାହା କେବଳ ମହଙ୍ଗା କିମ୍ବା ବିରଳ ହେବା ଆବଶ୍ୟକ ନୁହେଁ । ଏହା ଆପଣଙ୍କୁ ପ୍ରକୃତରେ ଆନନ୍ଦ ଦେଇପାରୁଥିବା ଦରକାର । ବ୍ୟସ୍ତବହୁଳ ଜୀବନରେ ମଦିରା ସାମୟିକ ପାଇଁ ଖୁସି ଆଣିଦେଇଥାଏ । ଏହାକୁ ଆନନ୍ଦ ସହକାରେ ଗ୍ରହଣ କରିବା ଉଚିତ । ସ୍ୱଳ୍ପ ପରିମାଣ ମଦିରା ପାନ କଲେ ହୃଦ୍ ରୋଗରେ କିଛି ଉପକାର ହୁଏ କିନ୍ତୁ ଅଧିକ ପାନ କଲେ ଉଚ୍ଚ ରକ୍ତଚାପ, ସ୍ଟ୍ରୋକ ଓ ଅନ୍ୟାନ୍ୟ ଅସୁବିଧା ଦେଖାଯାଏ । ତେଣୁ ଏସବୁ ବିଷୟ ପ୍ରତି ଧ୍ୟାନ ରଖିବା ଉଚିତ । ମଦିରାକୁ ନିଶା ପରି ସେବନ ନ କରି ଏହାକୁ ଉପଭୋଗ ପାଇଁ ସେବନ କରିବା ଉଚିତ ।