ଆଜିର ଟେକ୍ନୋଲୋଜି ଯୁଗରେ ଆମେ ଇଣ୍ଟରନେଟ ଦ୍ଵାରା ଉପଲବ୍ଧ ହେଉଥିବା ଡିଜିଟାଲ ସେବାଗୁଡ଼ିକ ଉପରେ ବେଶ ନିର୍ଭରଶୀଳ ହୋଇ ପଡିଛୁ। ସମ୍ପ୍ରତି ମହାମାରୀ ସମୟରେ ଆମେ ଏବେ ଆଗ ଅପେକ୍ଷା ଅଧିକ ଡ଼ିଜିଟାଇଜେସନ ଉପରେ ନିର୍ଭର ହୋଇପଡ଼ିଛେ । ଅନ୍ ଲାଇନ ଜିନିଷ କ୍ରୟଠାରୁ ଆରମ୍ଭ କରି ଯୋଗାଯୋଗ - ପ୍ରାୟ ସବୁ କାମରେ ଆମେ ଡିଜିଟାଲ ସେବାର ଉପଯୋଗ କରିଆସିଛୁ । ଏହି ସେବାଗୁଡ଼ିକ ଆମ ପିଢି ପାଇଁ ନୂଆ ପ୍ରତୀୟମାନ ହେଉଥିଲେ ମଧ୍ୟ ଆମ ଉତ୍ତର ପିଢିମାନଙ୍କୁ ସେପରି କୌଣସି ଅନୁଭବ ହୋଇ ନ ପାରେ କାରଣ ସେମାନେ ଏସବୁ ଜନ୍ମ ହେଉ ହେଉ ବ୍ୟବହାର କରିବା ଶିଖିଗଲେଣି । ତେବେ ଆର୍ଥିକ କାରବାର ପାଇଁ ବ୍ୟାଙ୍କ ଗୁଡିକ ସେମାନଙ୍କ ଗ୍ରାହକ ମାନଙ୍କୁ ଡିଜିଟାଲ ସେବା ଯୋଗାଇ ଦେଉଛନ୍ତି । ତେବେ ଏବେବି ଏହା ସମସ୍ତ ପ୍ରକାର ଗ୍ରାହକଙ୍କ ପାଇଁ ସୁବିଧାଯୋଗ୍ୟ ହୋଇ ପାରୁନାହିଁ। କେବେକେବେ ଇଣ୍ଟରନେଟ ସମସ୍ୟା ଯୋଗୁଁ ଏହା ବହୁଳ ଭାବରେ ପ୍ରଭାବିତ ହୋଇଛି । ଯାହା ବ୍ୟାଙ୍କଗୁଡ଼ିକ ଲାଗି ଏବେ ନୂଆ ଆହ୍ଵାନ ରୂପେ ଦଣ୍ଡାୟମାନ ହୋଇଛି ।

ଡିଜିଟାଲ ସେବାର ଆବିର୍ଭାବ ଯୋଗୁଁ ଏବେ ବ୍ୟାଙ୍କଗୁଡ଼ିକ ସରଳୀକରଣ ଉପରେ ବେଶୀ ଜୋର ଦେଉଛନ୍ତି । ସେମାନେ କେମିତି ଏହି ସେବାକୁ ଉପଯୋଗ କରି ତାଙ୍କ ଗ୍ରାହକମାନଙ୍କୁ କମ ଖର୍ଚ୍ଚରେ ମୂଲ୍ୟଯୁକ୍ତ ସେବା ଯୋଗାଇ ପାରିବେ ସେନେଇ ସେମାନେ ସଚେତନ ହେଲେଣି ।

ସେମାନେ ବୁଝି ସାରିଲେଣି ଯେ ପୁରାତନ ପ୍ରକ୍ରିୟା, ପୁରୁଣା ଆଇଟି ଭିତ୍ତିଭୂମି ଏବଂ ବ୍ୟାଙ୍କିଙ୍ଗ ପରିସର ଜନିତ ଖର୍ଚ୍ଚ ହେତୁ ପାରମ୍ପରିକ ବ୍ୟାଙ୍କଗୁଡିକ ସେତେଟା ସଫଳ ହୋଇନଥିଲେ। ତେଣୁ, ଡିଜିଟାଲ୍ ରଣନୀତିକୁ ଶୃଙ୍ଖଳିତ କରି, କୃତ୍ରିମ ବୁଦ୍ଧି (Artificial Intelligence) ଏବଂ ମେସିନ୍ ଲର୍ନିଂ (Machine Learning) ବ୍ୟବହାର କରି ପାରମ୍ପରିକ ତଥା ସୁ-ପ୍ରତିଷ୍ଠିତ ବ୍ୟାଙ୍କଗୁଡିକ ଅତୀତରେ ବଡ଼ ସଫଳତା ହାସଲ କରିବାରେ ସକ୍ଷମ ହୋଇଥିଲେ ଏବଂ ସେହି ସମୟରେ ଲୋକମାନଙ୍କର ଆବଶ୍ୟକତା ପୂରଣ କରିବାକୁ ମଧ୍ୟ ସକ୍ଷମ ହୋଇଥିଲେ ।

ଆଜିର ଯୁବପିଢି ଡିଜିଟାଲ୍ ଦିଗ ପ୍ରତି ବେଶ ସଚେତନ । ସେମାନେ ପ୍ରାୟତଃ ସହଜ ଓ ସରଳିଆ ବ୍ୟାଙ୍କ ପ୍ରଣାଳୀକୁ ପସନ୍ଦ କରୁଛନ୍ତି । ସେମାନେ ସେମାନଙ୍କର ଅର୍ଥକୁ ଅଧିକ ସକ୍ରିୟ ଭାବରେ ପରିଚାଳନା କରିବାରେ ସକ୍ଷମ କରିବାରେ ସାହାଯ୍ୟ ଚାହୁଁଛନ୍ତି । ସେମାନେ ଯେକୌଣସି ସମୟରେ ସେମାନଙ୍କ ବ୍ୟାଙ୍କ ସହିତ ଯୋଗାଯୋଗ କରିବାକୁ ମଧ୍ୟ ପସନ୍ଦ କରନ୍ତି । ସେମାନେ ପାରମ୍ପରିକ ବ୍ୟାଙ୍କ ଶାଖା ପରିଦର୍ଶନ ନ କରି ଘରେ କିମ୍ବା ନିଜ ଅଫିସରେ ବସି ବ୍ୟାଙ୍କ ସୁବିଧା ପାଇଁ ଆଗ୍ରହୀ । ଉଦାହରଣ ସ୍ୱରୂପ, ଷ୍ଟାରଲିଂ ବ୍ୟାଙ୍କ, ବ୍ରିଟେନର ଏକ ଦ୍ରୁତ ଗତିରେ ବିକାଶ କରୁଥିବା ବ୍ୟାଙ୍କ ଯାହା ମୋବାଇଲ୍ ଆପ୍ ମାଧ୍ୟମରେ ସମସ୍ତ ବ୍ୟାଙ୍କିଙ୍ଗ୍ ସେବା ଚଳାଇଥାଏ, ୨୦୨୦ର ପ୍ରଥମ ତିନି ମାସରେ ୧୫ହଜାରରୁ ଅଧିକ ଗ୍ରାହକଙ୍କ ନେଟ ଗ୍ରାହକ ଲାଭ କରିଛି । ଏଥିରେ ସମଗ୍ର ୟୁକେ ବ୍ୟାଙ୍କର ସଫଳତାର ହାର ଅଧିକା ରହିଛି; ଯେଉଁଠି ଅନ୍ୟ ବ୍ୟାଙ୍କ ଗୁଡ଼ିକ ହାରିଗଲେ, ଏହା ଅଧିକ ନଅଗୁଣା ଲାଭ ହାସଲ କରିଥିଲା ।

ଏହି ଅଦ୍ଭୁତପୂର୍ବ ଆବିଷ୍କାର ବ୍ୟାଙ୍କଗୁଡ଼ିକୁ ଏନେଇ ଆଉଥରେ ଭାବିବାକୁ ବାଧ୍ୟ କରିଛି । PWCର ଏକ ରିପୋର୍ଟ ଅନୁସାରେ ୮୮% ବ୍ୟାଙ୍କ ଗୁଡିକ ଏହି ଡିଜିଟାଲ ସେବାର ଆବିର୍ଭାବ ଯୋଗୁଁ ହେଉଥିବା କ୍ଷତିକୁ ନେଇ ବିବ୍ରତ ରହିଥିଲେ ତେବେ ଯେତେବେଳେ ସେମାନେ ସେମାନଙ୍କର ଦୁର୍ବଳତା ଏବଂ ଗ୍ରାହକଙ୍କ ଚାହିଦାକୁ ନେଇ ସମୀକ୍ଷା କଲେ ସେତେବେଳେ ସେମାନେ ମଧ୍ୟ ଅଧିକ ଡିଜିଟାଲ୍ ସେବା ପ୍ରତି ଆଗ୍ରହ ପ୍ରକାଶ କଲେ ଓ ଏଥିନେଇ ନିଜ ଆଭିମୁଖ୍ୟ ପରିବର୍ତ୍ତନ କରିବାକୁ ଲାଗିଲେ । ଏହି ନୂତନ ପିଢିର ବ୍ୟାଙ୍କଗ୍ରାହକଙ୍କ ବିଶ୍ୱସ୍ତତା, ବିଶାଳ ଗ୍ରାହକ-ଆଧାର କରି, ଅନେକ ସୁବିଧା ଯୋଗାଇ ଦେଉଛି । ଯଦି ବ୍ୟାଙ୍କଗୁଡିକ ଏହି ସମସ୍ତ ତଥ୍ୟକୁ ଉପଯୋଗ କରିପାରନ୍ତି, ତେବେ ସେମାନେ ବହୁତ ବିକାଶ କରିବାରେ ସଫଳ ହେବେ ଏବଂ ଗ୍ରାହକଙ୍କୁ ୨୪ ଘଣ୍ଟିଆ ସେବା ପ୍ରଦାନ କରିପାରିବେ । ବଡ଼ ବ୍ୟାଙ୍କଗୁଡ଼ିକ ଦେଶର କୋଣ ଅନୁକୋଣରେ ଶାଖା ବ୍ୟାଙ୍କ ଖୋଲିବାକୁ ସକ୍ଷମ ହୋଇପାରିବେ ।

ବ୍ୟାଙ୍କିଙ୍ଗ ସେବାରେ ଏହି ନୂତନ ଉଦ୍ଭାବନ ଗ୍ରାହକମାନଙ୍କୁ ଏକ ପ୍ରତିଯୋଗିତାପୂର୍ଣ୍ଣ ବ୍ୟାଙ୍କ ଯୋଗାଇ ଦେବାରେ ସହାୟକ ହୋଇଛି । ଏଥିପାଇଁ ସେମାନେ ଗ୍ରାହକ ମାନଙ୍କୁ ନୂତନ ସେବା ଯୋଗାଉଛନ୍ତି । ଏହା ସହିତ ଏଥିପାଇଁ ଅତି କମ ସେବା କର ପଡୁଥିବାରୁ ଏହା ଗ୍ରାହକ ମାନଙ୍କୁ ବେଶ ଆକର୍ଷିତ କରୁଛି । ବ୍ୟାଙ୍କଗୁଡ଼ିକ ଏସବୁ ଦେଖାଇ ଗ୍ରାହକଙ୍କୁ ନିଜ ପ୍ରତି ଆକର୍ଷିତ କରିବାରେ ସଫଳ ହେଉଛନ୍ତି ।

ପାରମ୍ପରିକ ବ୍ୟାଙ୍କଗୁଡିକ ଅପେକ୍ଷା ଗ୍ରାହକ ମାନେ ଚ୍ୟାଲେଞ୍ଜର୍ ବ୍ୟାଙ୍କଗୁଡିକ ପ୍ରତି ଆକର୍ଷିତ ହେଉଛନ୍ତି | ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ UK banks, Barclays, Lloyds Banking Group, ଏବଂ HSBC, ପ୍ରାୟ ୩୦% ଅଂଶଧନ ହରାଇଛନ୍ତି । ତେବେ ସେମାନଙ୍କର ଏକ ମହତ୍ବପୂର୍ଣ୍ଣ ବଜାର ଅଂଶ ଯଥେଷ୍ଟ ସଂଖ୍ୟାରେ ରହିଛି। ଯାହାକି ଚଳିତ ବର୍ଷ ଓ ଏହା ପରେ ମଧ୍ୟ ଜାରି ରହିବ ।


Translated from https://www.phytoon.com/techreview/internet-bank-disruptor-604f167f971f4