ଆବହମାନ କାଳରୁ ଘରେ ଘରେ ସର୍ବଦା ଖୋଜା ହେଉଥିବା ଦରକାରୀ ବସ୍ତୁ ହେଉଛି ଖଡ଼ିକା ଝାଡୁ । ନଡିଆ ପତ୍ରରୁ ଖଡ଼ିକାକୁ ସଂଗ୍ରହ କରାଯିବା ପରେ ଏହାକୁ ମୁଠା କରି ବାନ୍ଧିଦେଲେ ଖଡ଼ିକା ଝାଡୁ ହୋଇଯାଏ । ତେବେ ନଡିଆ ପତ୍ରରୁ ଖଡ଼ିକା ବାହାର କରିବା ବି ଗୋଟେ କୌଶଳ । ପନିକିରେ ପତ୍ରକୁ ଉଞ୍ଛି ଖଡ଼ିକାକୁ ଯତ୍ନରେ କାଢିବାକୁ ହୋଇଥାଏ ।

ସମୟ ବଦଳି ଯାଇଛି । ଅବଶ୍ୟ ଆଉ କେହି ଘରେ ନଡିଆ ପତ୍ର ଉଞ୍ଚୁ ନାହାନ୍ତି କି ଖଡିକା ଝାଡୁ ବାନ୍ଧୁନାହାନ୍ତି । କିନ୍ତୁ ଖଡ଼ିକା ଝାଡୁ ବ୍ୟବହାର କରୁଛନ୍ତି ।

ଘର ଅଳିଆ ସଫା ଠାରୁ ଦେଶ ରାଜନୀତିରେ ବି ବଡ ଭୂମିକା ନେଇଛି ଖଡ଼ିକା ଝାଡୁ । କିଏ ଝାଡୁ ଚିହ୍ନ ନେଇ ରାଜନୀତି କରୁଛି ତ ଆଉ କିଏ ଏଇ ଖଡ଼ିକା ଝାଡୁକୁ ନେଇ ରାଜନୀତି । ଯାହା ବି ହେଉ ସବୁଠି ଅଳିଆ ସଫା କରୁଛି ଖଡ଼ିକା ଝାଡୁ ।

ଶୁଖିଲା ନଡିଆ ପତ୍ର ବିଡ଼ାଶୁଖିଲା ନଡିଆ ପତ୍ର ବିଡ଼ା ।

ବେଶ କାଇଦାରେ ପନିକିରେ ନଡିଆ ପତ୍ରରୁ ଖଡ଼ିକା ଉଞ୍ଛା ଚାଲିଛିବେଶ କାଇଦାରେ ପନିକିରେ ନଡିଆ ପତ୍ରରୁ ଖଡ଼ିକା ଉଞ୍ଛା ଚାଲିଛି ।

ନଡିଆ ପତ୍ରରୁ ପ୍ରସ୍ତୁତ ଖଡ଼ିକା ମୁଠାନଡିଆ ପତ୍ରରୁ ପ୍ରସ୍ତୁତ ଖଡ଼ିକା ମୁଠା

ମୁଠାରେ ବନ୍ଧା ଖଡ଼ିକା ଏବେ ଅଳିଆ ସଫା କରିବା ପାଇଁ ପୁରା ପ୍ରସ୍ତୁତମୁଠାରେ ବନ୍ଧା ଖଡ଼ିକା ଏବେ ଅଳିଆ ସଫା କରିବା ପାଇଁ ପୁରା ପ୍ରସ୍ତୁତ ।