କଥାଶିଳ୍ପୀ ମିଳାନ କୁନ୍ଦେରା, ଫଟୋ: ୱିକି କମନ୍ସ

ଆମେମାନେ ଯେଉଁଭଳି ଦୃଷ୍ଟି ସହ ପୃଥିବୀରେ ବାସ କରିବା ଅତି ସହଜ ବୋଲି ଭାବିଥାଉ ତାହା କହିବାକୁ ଗଲେ ଚାରି ପ୍ରକାରର । ପ୍ରଥମ କାଟାଗୋରୀରେ ବ୍ୟକ୍ତି ମାନେ ଅସୁମାରୀ ଜନତାର ଅଗଣିତ ଆଖିର ସାମ୍ନାରେ ରହିବାକୁ ପସନ୍ଦ କରିଥାନ୍ତି । ଦ୍ୱିତୀୟ କାଟାଗୋରୀରେ ଲୋକମାନେ କେବଳ ଅଧିକରୁ ଅଧିକା ଚିହ୍ନା ଲୋକଙ୍କ ଆଖି ସାମ୍ନାକୁ ବେଶି ସହଜ ମନେକରନ୍ତି ।ତୃତୀୟ କାଟାଗୋରୀର ଲୋକମାନେ ଭାରି ସ୍ୱତନ୍ତ୍ର । ସେମାନେ ସେଇ ଲୋକମାନଙ୍କ ଆଖିର ସବୁବେଳେ ସମ୍ମୁଖୀନ ହେବାକୁ ପ୍ରିୟ ମନେ କରିଥାନ୍ତି ଯେଉଁ ଲୋକମାନେ ତାଙ୍କର ଏକାନ୍ତ ପ୍ରିୟତମ । ଏବଂ ଶେଷରେ ଯେଉଁ ଚତୁର୍ଥ କାଟାଗୋରୀର ଲୋକମାନେ ରହିଲେ ସେମାନେ ଭାରି ବିଚିତ୍ର । ସେମାନେ ଏହିଭଳି ଲୋକମାନଙ୍କୁ ସବୁବେଳେ ଲୋଡୁଥାନ୍ତି ଯେଉଁମାନେ ପୃଥିବୀରେ ଅନୁପସ୍ଥିତ । ସେହି ଅନୁପସ୍ଥିତ ଲୋକ ମାନଙ୍କର କଳ୍ପିତ ଆଖି ସାମ୍ନାର ପୃଥିବୀରେ ବାସ ସେମାନଙ୍କର ଏକାନ୍ତ ପ୍ରିୟତମ ।

ମିଲାନ୍ କୁନ୍ଦେରାଙ୍କ ଏହି ଚାରିଜାତି ମଣିଷର ବର୍ଗୀକରଣ ଭିତରେ ଆମେ ସତରେ କାହାର ଆଖିର ସାମ୍ନାକୁ ଲୋଡୁଥାଉ ତାହା ଆମେ ନିଜେ ନିଜକୁ ବୁଝାଇ ପାରିବା ।

କୌଣସି ସ୍ମୃତି ଆମକୁ କୌଣସି ମୃତ ବ୍ୟକ୍ତିର ଅସ୍ତିତ୍ୱକୁ ଫେରାଇଦିଏ ନାହି । ଏହା କେବଳ ଜଣଙ୍କର ଅନୁପସ୍ଥିତିକୁ ଉଜାଗର କରିଥାଏ।

ବଡ ବଡ ରାଷ୍ଟ୍ର ସହିତ ବି ଇଉରୋପରେ ଅନେକ ଛୋଟ ଛୋଟ ରାଷ୍ଟ୍ର ରହିଛି । ସାଂସ୍କୃତିକ ବିରୋଧାଭାସ ହେଉଛି ଇଉରୋପର ମହାନ ପରଂପରା । ମୁଁ ଇଉରୋପର ମୂଲ୍ୟବୋଧର ଅଂକକୁ ଏହି ଭଳି ଭାବରେ କଷିଥାଏ: ଯେତେ ସଂକ୍ଷିପ୍ତ ସ୍ଥାନରେ ଯେତେ ଅଧିକ ବିରୋଧାଭାସ ସଂଭଵ ସେହିଭଳି ଅର୍ଥାତ୍ ମାକ୍ସିମମ୍ ଡାଇଭର୍ସିଟି ଇନ୍ ମିନିମମ୍ ସ୍ପେସ୍ । ଉଦାହରଣ ସ୍ୱରୂପ କହିଲେ, ଆଜି କାଫକାଙ୍କୁ କେହି ଜାଣିନଥାନ୍ତେ ଯଦି ସେ ଚେକୋସ୍ଲୋଭାକିଆରେ ଜନ୍ମଲାଭ କରି ନଥାନ୍ତେ । ବଡ ବଡ ରାଷ୍ଟ୍ରର ସାହିତ୍ୟ ସେମାନଙ୍କୁ ଏତେ ସମୃଦ୍ଧ ଲାଗେ ଯେ ସେମାନେ ଅନ୍ୟତ୍ର ଅର୍ଥାତ୍ ଛୋଟ ଛୋଟ ସ୍ଥାନରେ କ'ଣ ଲେଖା ହେଉଛି ତାହାପ୍ରତି ପ୍ରାୟତଃ ଅସଂପୃକ୍ତ ରହିଥାନ୍ତି । ଅନ୍ୟ ପକ୍ଷରେ ଛୋଟ ଛୋଟ ରାଷ୍ଟ୍ରର ଲୋକେ ବିଶ୍ୱ ସାହିତ୍ୟକୁ ଏକ ଉଚ୍ଚମାନ୍ୟତା ପ୍ରଦାନ କରି ସମସ୍ତ ସଂଭ୍ରମ ପ୍ରଦର୍ଶନ କରିଥାନ୍ତି ।

ଅମଲାତନ୍ତ୍ରର ତ୍ରୁଟି ହେଉଛି ବର୍ତ୍ତମାନ ସମୟର ଏକମାତ୍ର କବିତା (କଳା କବିତା) । ବ୍ୟୁରୋକ୍ରାସି ଏରରସ୍ ବିକମ୍ ଦି ଓନଲି ପୋଏଟ୍ରୀ (ଏ ଡାର୍କ ପୋଏଟ୍ରୀ) ଅଫ୍ ଆୱାର୍ ଟାଇମ୍ ।

(ଆମର ଏଠାରେ ଅମଲାପ୍ରଧାନ କବି ମାନଙ୍କ କବିକୃତିକୁ ନେଇ କୁନ୍ଦେରାଙ୍କ ଏହି ବିଚାର ପରିପ୍ରେକ୍ଷୀରେ ହୁଏତ ଆଜି ନୁହଁ ପରେ କେବେ ଚର୍ଚ୍ଚା ହୋଇପାରେ କାରଣ ଓଡିଆ କବିତାରେ ଅମଲା-କବିତ୍ୱ ପ୍ରାୟତଃ ପତନୋମ୍ମୁଖୀ ହେବାକୁ ବସୁଛି ।)

ତରୁଣ ତରୁଣକୁ ଅନୁକରଣ କରେ ମାତ୍ର ବୃଦ୍ଧଟିଏ ଆଉ କୌଣସି ବୃଦ୍ଧ ଅନୁକରଣ କରେନାହିଁ । ତରୁଣ, ତମେ ମାନେ ଦୃଢ ରହିଛ ନିଜର ସମଧର୍ମାଙ୍କ ମେଳରେ ଆଉ ବୃଦ୍ଧମାନେ ତମେ ବି ଦୃଢ, ନିଜନିଜର ନିର୍ଜନତାରେ ।

ଭୁଲିଯିବା ଲିଭାଇ ଦିଏ ସ୍ମୃତି ପୁନର୍ନ୍ୟାସ କରେ । ଲିରିକ୍ କବିତା ତେଣୁ ସ୍ମୃତିର ଦୁର୍ଗ ।

ମଣିଷ ତାହାର ଅଜ୍ଞତା ପାଇଁ ନିଜେ ଦାୟୀ । ଅଜ୍ଞତା ହେଉଛି ଏକ ଦୋଷ ।

ମନ୍ଥର ଗତିରେ ଯେଉଁ ଆନନ୍ଦ ରହିଛି ତାହା ଆମ ଜୀବନରୁ ଅପହୃତ ହୋଇ ଯାଉଛି କାହିଁକି ?

ଆମକୁ ଥରଟିଏ ପଚରାଗଲାନାହିଁ ଆଉ ଆମକୁ ଜନ୍ମ ଦିଆଗଲା, ଆମେ ଯେଉଁ ଶରୀରରେ ବାସ କଲୁ ତାହା ଆମେ ବାଛି ନାହୁଁ ଆଉ ଆମର ଭବିତବ୍ୟ ହେଉଛି ମୃତ୍ୟୁ ।

୧୦

ଜୋସେଫ୍ କେ (କାଫକାଙ୍କ ଉପନ୍ୟାସ "ବିଚାର"ର ନାୟକ) କାହାଣୀ ଆରମ୍ଭ ହୁଏ ନିଜତାର ଧର୍ମରୁ, ରେପ୍ ଅଫ୍ ପ୍ରାଇଭେସୀ ।

ଜୋସେଫ୍ କେ ର ସଂପୂର୍ଣ୍ଣ ସ୍ଥିତି ହେଉଛି ଏକ ତ୍ରୁଟି ।

କେ ର ବିଚାରରେ, ଦଣ୍ଡ ଖୋଜୁଥାଏ ଦୋଷକୁ ଆଉ ଦୋଷୀ ଜଣକ ପ୍ରାର୍ଥନା କରୁଥାଏ କେବଳ ତାହାର ପାପବୋଧର ସ୍ୱୀକୃତି ପାଇଁ ।

°°°°°

ମିଲାନ୍ କୁନ୍ଦେରାଙ୍କ ବିଚାରସୂକ୍ତ ଗୁଡିକ ଏତେ ମୋହମୟ ଯେ ଜଣେ ଲେଖି ଚାଲିଲେ ଲେଖି ଚାଲୁଥିବ ।

ଏହି ପ୍ରଥିତଯଶା ଗଦ୍ୟଶିଳ୍ପୀଙ୍କୁ ଏବେ ନବେ ବର୍ଷ ହେଲା ।

°°°°°°