ଫଟୋ: ଜୟନ୍ତ ମହାପାତ୍ର ଆର୍କାଇଭ୍ସ

ଆଉ କିଭଳି ଗଢିହେବ ଶୋଇବା କୋଠରି
କିଭଳି ତିଆର୍ ହେବ ପବନ, ଯା’ ବୋହି ପାରିବ
ସିଂହୀର ଗର୍ଜନ, ଅନ୍ତହୀନ ରୀତିନୀତି
ଦୂର ପାହାଡରେ କଳା ଗୁଡିର
ଯାହା ସ୍ତବ୍ଧ, ମେଘର ଶୁଭ୍ରତାରେ ?

ସ୍ୱରସବୁ ଯାଏ ଓ ଆସେ ସହର ଦ୍ୱାରରେ
ଯେତେବେଳେ ବି ବହେ ଝଡ, ମୁଁ ଜାଣେ ମୁଁ ହିଁ
ଜକେଇ ଧରିବି ବଜ୍ର ବିଜୁଳିରୁ ଲୁଚିବାକୁ,
ପଣସ କୁଂଜରେ, ପ୍ରାଚୀର ସେପଟେ
ଫଳର ମଂଜିକୁ କଳା ଆଉ ସଂକ୍ରମଣମୁକ୍ତ
ମାଂସର ଅଠାକୁ କୋମଳ କରିବାକୁ ।
ମୁଁ ଦେଖେ, ମଧ୍ୟାହ୍ନର ସ୍ଫୀତ ଘାସ ଦେଇ
ଆଉ ବିଶାଳ ଧୂସର ମେଘ ଓ ବର୍ଷା କାଟି କାଟି
ହଜାରେ ବର୍ଷର ଶରତ କାଳ
ପତ୍ର ଭଳି ବିଛଣା, ଅପରିଚ୍ଛନ୍ନ ଓ ରକ୍ତର ଶିରାଯୁକ୍ତ
ମୋ ଜୀବନର ମସୃଣ କଳା ପଥର ଉପରେ
କ’ଣ ଆମକୁ ବଂଚେଇ ପାରିବ
ଅଲୌକିକ କିଛି ଘଟଣା ଛଡା
ଯାହାର ଆମେ ପ୍ରତୀକ୍ଷାରେ ?

ଘଂଟା,
ପବନରେ ଗୋଟେ ଗୋଖର ସାପର ଚୋଟ,
ସେଠାରେ ରଂଗହୀନ ମଶାଣି ଭୂଇଁରେ
ନୀରବତା ଉପରେ ଝପଟି ଯାଉଥିବା ଅଦେଖା ପବନ ପରି
ଏକ ଅଜଣା ପକ୍ଷୀ ଡେଣା ଝାଡି ଚାଲିଯାଏ;
ନା, ସେଠାରେ ଅନେକ ଜାଗା
ଶୋକ ଆଉ ଫିସ୍ ଫିସ୍ ପାଇଁ
ଗୋଟେ ନାମହୀନ ଦୀର୍ଘଶ୍ୱାସ ପାଇଁ
ଭଲପାଇବାର ଶାଣିତ ଛୁରୀ ପାଇଁ
ଏବଂ ଆଉ ଗୋଟେ ଚେତନାର ଆତ୍ମୀୟତା ପାଇଁ ।

ମୋ ମୁହଁରେ ଖେଳିଯାଏ
ଖଂଡେ ହସର ଉଜ୍ଜ୍ୱଳ ମାଗ୍ନେସିୟମ୍,
ଗୋଟେ ନୂଆ ଦେହ, ଆନନ୍ଦର ସବୁଜ ପତ୍ରଭରା ଗାଲିଚା
ପ୍ରକଟ କରିବା ପାଇଁ
ଆଉ କେଉଁଠି, ଅଜଣା ସ୍ଥାନରେ
ଭୁଲି ସାରିଥିବା ରଂଗ ରାଜାଂକର
ସ୍ୱପ୍ନ ନଷ୍ଟହୁଏ
ସେମାନଂକ ନିଜସ୍ୱ ଗୋପନ ଦୁଃଖକୁ ଉଖାରି ।