ଗୁଡ୍ଡୁ ତା ସାଙ୍ଗମାନଙ୍କ ସହିତ ପାର୍କରେ ଖେଳୁଥିଲା । ସେମାନଙ୍କ ପାଖେ ଖେଳଣା ଥିଲା ଆଉ ସମସ୍ତେ ବେଶ୍‌ ଖୁସିରେ ଖେଳୁଥିଲେ । ଗୁଡ୍ଡୁ ଖୁସିରେ ଜଣେ ସାଙ୍ଗଠାରୁ ଏକ ବଡ଼ ଉଡାଜାହଜ ଆଣିଲା ଓ କହିଲା - ବହୁତ ମଜା ହେବ ।

ଠିକ୍‌ ଏହି ସମୟରେ ସେଠାରେ ଠିଆ ହୋଇଥିବା ଡ୍ୟାନି କହିଲା,n"ଯଦି ସାଇକେଲ୍‌ ଚଲେଇ ପାରନ୍ତେ ତେବେ ଆହୁରି ମଜା ଲାଗନ୍ତା" । ଏହା ଶୁଣି ଆଗ୍ରହରେ ସମସ୍ତେ ତାକୁ ଦେଖିବାକୁ ଲାଗିଲେ ।

ଏହାଶୁଣି ଏକ ସାନ ପିଲା କହିଲା, "ମୁଁ ଏପର୍ଯ୍ୟନ୍ତ ସାଇକେଲ୍‌ ଚଲାଇବା ଶିଖିନି" ।

ଗୁଡ୍ଡୁ କହିଲା, "ମୁଁ ବି ଜାଣିନି" ।

ଡ୍ୟାନି ଆଶ୍ଚର୍ଯ୍ୟ ହୋଇ କହିଲା, “ମୋତେ ବିଶ୍ବାସ ହେଉନି “… ସାଇକେଲ୍‌ କେମିତି ଚଲେଇବାକୁ ହୁଏ ସମସ୍ତେ ଜାଣନ୍ତି ।

ଆମ ଭିତରୁ କେହି ବି ସାଇକେଲ୍‌ ଚଲେଇବା ଜାଣି ନାହୁଁ … ତୁମେ ବି କ’ଣ ସାଇକେଲ୍‌ ଚଲେଇବା ଜାଣିଥିଲ କି ବୋଲି ଗୁଡ୍ଡୁ ପଚାରିଲା ।

ଡ୍ୟାନି କହିଲା "ତୁମେ ଠିକ୍ କହିଛ ଗୁଡ୍ଡୁ"… ତୁମେ ଶିଖିବାକୁ ଚାହିଁବ କି … ? ମୁଁ ତୁମକୁ ଶିଖେଇ ପାରିବି ।

ଗୁଡ୍ଡୁର ଛାତି ଧଡପଡ ହେଲା । ସେ ଶିଖିବାକୁ ଉତ୍ସୁକ ହୋଇ ପଡ଼ିଲା କିନ୍ତୁ ଟିକିଏ ଡରି ବି ଯାଇଥିଲା । ମନରେ ସାହସ ବାନ୍ଧି କହିଲା ଠିକ୍‌ ଅଛି ! ତୁମର ସାଇକେଲ୍‌ କାହିଁ ?

ଡ୍ୟାନି ମଧ୍ୟ ଖୁସିରେ ତା’ ସାଇକେଲ୍‌ ଆଣିବାକୁ ଦଉଡ଼ିଗଲା । ସଙ୍ଗେସଙ୍ଗେ ଗୋଟିଏ ସୁନ୍ଦରିଆ ନୀଳ ରଙ୍ଗର ସାଇକେଲ୍‌ ଚଲେଇ ନେଇ ଆସିଲା । ଅନ୍ୟମାନେ ଏସବୁ ଦେଖୁଥିଲେ ।

ତା’ପରେ ଡ୍ୟାନି ଗୁଡ୍ଡୁକୁ କହିଲା - ଏଇଟା ଚଲେଇବା ଖୁବ୍‌ ସହଜ । କେବଳ ଷ୍ଟିଅରିଂକୁ ଠିକ୍‌ରେ ଧରିବାକୁ ହେବ । ଏହା କହି ଡ୍ୟାନି ସାଇକେଲ୍‌ରୁ ଓହ୍ଲାଇ ପଡ଼ିଲା ।

ଗୁଡ୍ଡୁ ସାଇକେଲ୍‌ ରେ ବସିଲା ଆଉ ଟିକେ ଡରି ଯାଇଥିଲା କିନ୍ତୁ ସେ ସାଇକେଲ୍‌ ଚଲେଇବାକୁ ବାହାରିଲା । ଠିକ୍‌ ଏତିକିବେଳେେ ତା ମା’ ଆସି ପହଞ୍ଚିଗଲେ । ଆଉ କହିଲେ ସାଇକେଲ୍‌ ଚଲେଇବା ପୂର୍ବରୁ ହେଲ୍‌ମେଟ୍‌ ପିନ୍ଧିବା ଉଚିତ । ଯଦି ତୁ ଏଥିରୁ ପଡ଼ିଯିବୁ ତେବେ ତୋତେ ଆଘାତ ଲାଗିବ ।

ଏହା ଶୁଣି ଗୁଡ୍ଡୁ ସାଇକେଲ୍‌ରୁ ଓହ୍ଲେଇ ପଡ଼ି ଡ୍ୟାନିକୁ ସାଇକେଲ୍‌ ଦେଇଦେଲା - “ତୁମ ମା’ ଠିକ କହୁଛନ୍ତି ଗୁଡ୍ଡୁ ବୋଲି ଡ୍ୟାନି କହିଲା । ମୁଁ ମୋର ହେଲମେଟ୍‌ଟାକୁ ଘରେ ଛାଡ଼ିଆସିଛି । ଏହା ଜାଣିଲେ ମୋ’ ମା’ ମଧ୍ୟ ପସନ୍ଦ କରିବେନି ବୋଲି କହିଲା ଡ୍ୟାନି ।

ଗୁଡ୍ଡୁର ମା ଡ୍ୟାନିକୁ କହିଲେ “ଠିକ ଅଛି ଡ୍ୟାନି । ଏବେ ଗୁଡ୍ଡୁ ଆଉ ମୁଁ ଚାଲି ଚାଲି ତୁମ ସହିତ ତୁମ ଘରକୁ ତୁମକୁ ଛାଡି ଯିବୁ, କିନ୍ତୁ ତୁମେ ବିନା ହେଲମେଟ୍‌ରେ ସାଇକେଲ୍‌ ଚଲେଇବ ନାହିଁ । ସାଇକେଲ୍‌ଟିକୁ ରାସ୍ତାର ଗୋଟିଏ ପାର୍ଶ୍ଵରେ ନେଇକରି ଯାଅ, ପେଯର୍ଯ୍ୟନ୍ତ ତୁମେ ହେଲ୍‌ମେଟ୍‌ ନ ଆଣିଛ ସେ ପର୍ଯ୍ୟନ୍ତ ଏହାକୁ ଚଲାଅ ନାହିଁ । ଏହି କଥାରେ ଡ୍ୟାନି ସମ୍ମତି ପ୍ରକାଶ କରି ଠିକ୍‌ ଅଛି ବୋଲି କହିଲା ।

ଗୁଡ୍ଡୁ ଆଉ ଡ୍ୟାନି ରାସ୍ତା ସାରା କଥାବାର୍ତ୍ତା ହୋଇ ହୋଇ ଡ୍ୟାନି ଘରେ ପହଞ୍ଚିଲେ । ସେଠାରେ ଡ୍ୟାନିର ମା’ ତାକୁ ଅପେକ୍ଷା କରିଥିଲେ ।

ଡ୍ୟାନିକୁ ଦେଖି ତା ମା’ କହିଲେ,"ଡ୍ୟାନି ତୁ ହେଲ୍‌ମେଟ୍‌ ନେବାକୁ ଭୁଲିଯାଇଥିଲୁ !"

ଏହା ଶୁଣି ଡ୍ୟାନି କହିଲା - ମୁଁ ଜାଣିଛି ମା’ । ଆଉ ଏପରି ଭୁଲ୍ କେବେ ବି ହେବ ନାହିଁ । ମୁଁ ହେଲମେଟ୍‌ ନେବାକୁ କେବେବି ଭୁଲିବି ନାହିଁ ।

ଡ୍ୟାନି ତା’ ହେଲମେଟ ଆଣିବା ପରେ ଗୁଡ୍ଡୁକୁ ଶୁଭ ବିଦାୟ ଜଣାଇ ସେଠାରୁ ସାଇକେଲ୍‌ ଚଲେଇ ପଳାଇ ଆସିଲା । ଗୁଡ୍ଡୁ ଘର କୁ ଆସି ତା ମା’ କୁ କହିଲା - ତୁମେ ଯଦି ଅନୁମତି ଦେବ ତେବେ ଡ୍ୟାନି ମୋତେ ଆସନ୍ତାକାଲି ସାଇକେଲ୍‌ ଚଲାଇବା ଶିଖେଇ ଦେବ ।

ଏହା ଶୁଣି ଗୁଡ଼୍ଡୁର ମା’ କହିଲେ - ଠିକ୍‌ ଅଛି । କିନ୍ତୁ ତୁମେ ଯେମିତି ହେଲମେଟ୍‌ ନେବାକୁ ନ ଭୁଲ । ହେଲମେଟ୍‌ ତୁମକୁ ସୁରକ୍ଷା ଦେବ ।

ଗୁଡ୍ଡୁ ତା ମା’ଙ୍କର ଉପଦେଶକୁ ମାନିଲା । ପରଦିନ ପାର୍କରେ ଡ୍ୟାନି ଗୁଡ୍ଡୁକୁ ନିଜ ହେଲମେଟ ଦେଲା ଏବଂ ସାଇକେଲ୍‌ ଶିଖେଇବାକୁ ଆରମ୍ଭ କଲା । ଗୁଡ୍ଡୁକୁ ପ୍ରଥମେ ପ୍ରଥମେ ଏହା ଟିକିଏ କଷ୍ଟ ଲାଗିଲା, ତଥାପି ଗୁଡ୍ଡୁ ନିଜର ସନ୍ତୁଳନ ରକ୍ଷା କରି କରି ଟିକିଏ ଟିକିଏ ଆଗକୁ ବଢିଲା ।

ଗୁଡ୍ଡୁ ତା’ ହେଲମେଟକୁ ଜୋର କରି ବାନ୍ଧି ଦେଲା ଆଉ ଆଗକୁ ବଢିବାକୁ ଚେଷ୍ଟା କରୁଥିଲା । ସବୁ ପିଲା ମାନେ ତାଳି ମାରି ତାକୁ ଉତ୍ସାହିତ କରୁଥିଲେ । କିଛି ସମୟ ପରେ ସାଇକେଲ ଗୋଟିଏ ସାଇଡ୍‌ରେ ଯାଇ ପଡ଼ିଗଲା ଆଉ ଗ୍ଗୁଡ୍ଡୁ ମଧ୍ୟ ପଡ଼ିଗଲା ।

ଏହା ଦେଖି ଡ୍ୟାନି ଦଉଡ଼ି ଆସିଲା ଆଉ ପଚାରିଲା “ଗୁଡ୍ଡୁ !! ଠିକ୍ ଅଛୁ ତ ?

ମୁଁ ଠିକ୍ ଅଛି ଡ୍ୟାନି… ମୋତେ ହେଲମେଟଟି ସୁରକ୍ଷା ଦେଲା … ଗୁଡ୍ଡୁ ଖୁସି ହୋଇ କହିଲା ଓ ଟିକିଏ ଡରି ଯାଇଥିଲା “ଡ୍ୟାନି ହସି ହସି କହିଲା “ମା ମାନେ ସବୁବେଳେ ଠିକ୍ କହିଥାନ୍ତି ।”

ଗୁଡ୍ଡୁ ଟିକିଏ ଟିକିଏ ଚେଷ୍ଟା କରୁଥିଲା । ବାର ବାର ପଡ଼ି ଯାଉଥିଲା କିନ୍ତୁ ତାକୁ ଆଘାତ ହୋଇ ନ ଥିଲା । ବାରମ୍ବାର ପଡ଼ିଉଠି ଶେଷରେ ସେ ସାଇକେଲ୍‌ ଚଲେଇବା ଶିଖିଗଲା ।

ଗୁଡ୍ଡୁ ଖୁସି ହୋଇ କହିଲା, "ମୁଁ ଚଲେଇବା ଶିଖିଗଲି" ।

“ବହୁତ ବଢିଆ ସାଙ୍ଗ“ ଏତିକି କହି ଗୋଟିଏ ପିଲା କରତାଳି ତାଳି ଦେବାକୁ ଲାଗିଲା ।

ଡ୍ୟାନି ପାଟି କରି କହିଲା," ମୁଁ ଜାଣିଥିଲି ତୁ ପାରିବୁ" ।

ଗୁଡ୍ଡୁ ସାଇକେଲ ଚଲେଇ ସାରିବା ପରେ ସମସ୍ତେ ତାକୁ ଖୁସିରେ କୋଳେଇ ନେଲେ । ସମସ୍ତେ ତାକୁ ସାହସୀ ବୋଲି ପ୍ରଶଂସା କଲେ । ସେମାନେ ସମସ୍ତେ ଜାଣିଥିଲେ ଯେ ପ୍ରଥମେ ପ୍ରଥମେ ସାଇକେଲ୍‌ ଚଲେଇବା ସହଜ କଥା ନୁହେ ଆଉ ଏଥିପାଇଁ ବହୁତ ସାହସ ଦରକାର । ଏହା ହେଉଛି ସଫଳତାର ଚାବିକାଠି । କୌଣସି କାର୍ଯ୍ୟ ନ ଜାଣିଥିଲେ ମଧ୍ୟ ସାହସ ଓ ଧେର୍ଯ୍ୟର ସହିତ କରିବା ଦ୍ଵାରା ଆମେ ଜାଣିପାରିବା । ସର୍ବଦା ସୁରକ୍ଷା ଉପକରଣ ବ୍ୟବହାର କରିବା ଦ୍ଵାରା ଆମେ ନିଜକୁ ସୁରକ୍ଷିତ ମଧ୍ୟ ରଖିପାରିବା ।

ଗୁଡ୍ଡୁ ସାଇକେଲ୍‌ ଚଲାଇବା ଶିଖିଲା

ଗୁଡ୍ଡୁ ଘରକୁ ଫେରି ଯାହା ଯାହା ସବୁ ଘଟିଥିଲା ତା’ ମାଙ୍କୁ ସବୁ କହିଲା ।

“ମାମା … ମୁଁ ସାଇକେଲ୍‌ ଚଲେଇବା ଶିଖିଗଲି।”

ଏହା ଶୁଣି ଗୁଡ୍ଡୁର ମା’ କହିଲେ - ଭଲ କଥା । ତୁ କୋଉଠି ପଡ଼ି ଆଘାତ ପାଇନାହୁଁ ତ ?

ନା ମା’ । ମୁଁ ପଡିଥିଲି କିନ୍ତୁ ତମ କଥା ମାନିଥିବାରୁ ମୋର କିଛି କ୍ଷତିହୋଇନାହିଁ। ମା’ ତୁମକୁ ଏଥିପାଇଁ ଧନ୍ୟବାଦ ବୋଲି ଗୁଡ୍ଡୁ କହିଲା ।

ଗୁଡ୍ଡୁର କଥା ଶୁଣି ମା’ ଖୁସିରେ ମୁଣ୍ଡକୁ ଆଉଁସି ଠିକ୍‌ ଅଛି ଧନ ବୋଲି କହିବା ସହିତ ବଡ଼ମାନଙ୍କର କଥାକୁ ମାନିବା ଗୁରୁତ୍ୱପୂର୍ଣ ବୋଲି କହିଥିଲେ । ତା’ ସହିତ ଗୁଡ୍ଡୁ ଏବେ ନିଜେ ସାଇକେଲ୍‌ ଆଣିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଥିଲେ । କିଛି ମାସ ମଧ୍ୟରେ ଗୁଡ୍ଡୁ ତା’ ନିଜ ସାଇକେଲ୍‌ କିଣିଲା । ଏହାପରେ ଗୁଡ୍ଡୁ ସବୁଦିନ ଡ୍ୟାନି ସହିତ ସାଇକେଲ୍‌ ଚଲେଇବାକୁ ଯାଏ ଆଉ ସେମାନେ ବହୁତ ମଜା କରନ୍ତି । ଅନ୍ୟ ପିଲାମାନେ ମଧ୍ୟ ଗୁଡ୍ଡୁର ଦୃଢମନ ଦେଖି ଅନୁପ୍ରାଣିତ ହେଲେ ଏବଂ ସେମାନେ ମଧ୍ୟ ତାଙ୍କ ପିତାମାତାଙ୍କୁ ସାଇକେଲ୍‌ ଶିଖିବା ପାଇଁ କହିବାକୁ ମନସ୍ଥ କଲେ ।

ଅନେକ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ପ୍ରଥମେ ସଠିକ୍ ଭାବରେ ହେଲମେଟ ପିନ୍ଧାଇବାକୁ କହିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ | ପିଲାମାନେ କହିଲେ ଯେ - ହେଲ୍‌ମେଟ୍‌ ପିନ୍ଧିବା ଆମେ ଗୁଡ୍ଡୁଠାରୁ ଶିଖିଛୁ । ଆଉ ଏହା ମଧ୍ୟ ଜାଣିଛୁ ଯେ ହେଲମେଟ୍‌ ପିନ୍ଧିବା କେତେ ଜରୁରୀ ।

ଗୁଡ୍ଡୁ ବହୁତ ପିଲାଙ୍କୁ ହେଲ୍‌ମେଟ୍‌ର ଉପକାରିତା ଓ ସାଇକେଲ୍‌ ଚଲେଇବା ସମୟରେ ହେଲ୍‌ମେଟ୍‌ର ପିନ୍ଧିବାର ଆବଶ୍ୟକତାକୁ ବୁଝାଇ ପାରିଥିଲା । ଏହାସହିତ ନିଜ ପିତାମାତାଙ୍କ କଥାକୁ ମାନିବା ସହିତ ଯେକୌଣସି କାର୍ଯ୍ୟରେ ଦୃଢମନା ହୋଇ କାର୍ଯ୍ୟ କଲେ ସଫଳତା ମିଳିପାରିବ ବୋଲି ଜାଣି ପାରିଥିଲା ।