ଗୁଡ୍ଡୁ ଖୁସିରେ ନିଦରୁ ଉଠିଲା, କାରଣ ତା' ପାଇଁ ସେଇ ପ୍ରତିକ୍ଷୀତ ସପ୍ତାହନ୍ତ ଆସିଥିଲା । ଯାହାକୁ ସେ ଅତି ଆଗ୍ରହର ସହ ଅପେକ୍ଷା କରି ରହି ଥିଲା । ଗୁଡ୍ଡୁ ଖଟରୁ ଉଠିବା ପରେ ଖାଇବା ପାଇଁ ଡାଇନିଂ ଟେବୁଲ୍ ପାଖକୁ ଗଲା । ସେଠାରେ ମା' ତାକୁ ଅପେକ୍ଷା କରି ରହିଥିଲେ । ଖାଇବା ଟେବୁଲ୍ ଉପରେ ଖାଦ୍ୟ ଦେଖି ଗୁଡ୍ଡୁ ବେଶ୍ ଖୁସି ହୋଇଗଲା । ଗୁଡ୍ଡୁ ମା'ଙ୍କୁ ସକାଳର ଅଭିବାଦନ ଜଣାଇବା ସହ ଖୁସିରେ ମା'ଙ୍କୁ ଗେଲ କଲା । ମା' ମଧ୍ୟ ଗୁଡ୍ଡୁ ସକାଳର ପ୍ରତି ଅଭିବାଦନ ଜଣାଇଲେ ଆଉ କହିଲେ - ଆଶା କରୁଛି ତୁମେ କାଲି ରାତିରେ ଭଲରେ ଶୋଇଥିବ ।

ସକାଳର ଜଳଖିଆ ଖାଇ ସାରିବା ପରେ ଗୁଡ୍ଡୁର ମା' ବାସନ ଗୁଡାକୁ ଧୋଇବାକୁ ନେଇଗଲେ । ଏହାକୁ ଗୁଡ୍ଡୁ ଆଗ୍ରହର ସହ ଲକ୍ଷ୍ୟ କରିବା ସହ ମନେ ମନେ ମା'ଙ୍କ ପାଇଁ ଗର୍ବ ଅନୁଭବ କରୁଥିଲା । ଗୁଡ୍ଡୁ ଭାବୁଥିଲା ଯେ, ତା' ମା' ସବୁବେଳେ ତା'ର ଯତ୍ନ ନେବା ସହ ଘରକୁ ସଫା ସୁତୁରା ମଧ୍ୟ ରଖୁଛନ୍ତି । ସେ ମା'ଙ୍କ ପାଇଁ ବହୁତ ଖୁସି ଅନୁଭବ କରୁଥିଲା । ଏହାପରେ ଗୁଡ୍ଡୁ ମୁଣ୍ଡରେ ଏକ ବୁଦ୍ଧି ଯୁଟିଲା । କିନ୍ତୁ ଏଥିପାଇଁ ତାକୁ ଆଈଙ୍କ ସାହାଯ୍ୟ ନେବାକୁ ଦରକାର ପଡିବ । ତାଙ୍କ ବିନା ଗୁଡ୍ଡୁ ଏହି କାର୍ଯ୍ୟ କରିପାରିବ ନାହିଁ । ସୌଭାଗ୍ୟବଶତଃ ଗୁଡ୍ଡୁର ଆଈ ମଧ୍ୟ ସେଇ ସପ୍ତାହନ୍ତରେ ତାଙ୍କ ଘରକୁ ଆସୁଥିଲେ । ଏହାପରେ ମା'ଙ୍କ ପାଇଁ କିଛି ସ୍ପେଶାଲ (ବିଶେଷ) କରିବା ପାଇଁ ଯୋଜନା ପ୍ରସ୍ତୁତ ପାଇଁ ଗୁଡ୍ଡୁ ନିଜ କକ୍ଷକୁ ଗଲା ।

ଗୁଡ୍ଡୁ ଖଟରେ ଶୋଇ ଶୋଇ ଭାବୁଥିଲା, କେମିତି ତା' ମା' ବିଛଣାପତ୍ର ସଜାଡ଼ି ଦିଅନ୍ତି । ଗୁଡ୍ଡୁ ସ୍କୁଲ ବାହାରିବା ବେଳକୁ ତା' ବ୍ୟାଗ୍ ସଜାଡ଼ି ଦିଅନ୍ତି, କିନ୍ତୁ ଯେତେବେଳେ ସିଏ ସପ୍ତାହନ୍ତରେ ଘରେ ରହୁଛି, ସେତେବେଳେ ସେ ଏଇ କାମଗୁଡ଼ିକ ନିଜେ କରିପାରନ୍ତା । ମାତ୍ର ସେ ଏହା କରୁନାହିଁ । ତାପରେ ଗୁଡ୍ଡୁ ମନେ ମନେ ନିଶ୍ଚୟ କଲା, ଯେମିତି ବି ହେଉ ଏବେ ସେ ତା' ମାଙ୍କୁ କାମରେ ସାହାଯ୍ୟ କରିବ । ଏହାପରେ ଗୁଡ୍ଡୁ ନିଜର ବିଛଣା ସଜାଡ଼ିବାକୁ ଲାଗିଲା ।

ଠିକ୍ ଏତିକିବେଳେ ତା' ମା' ଗୁଡ୍ଡୁର ଶୋଇବା ଘରକୁ ପଶି ଆସିଲେ । ଗୁଡ୍ଡୁକୁ ନିଜ ବିଛଣା ସଜାଡ଼ୁଥିବା ଦେଖି ମା' ଆଶ୍ଚର୍ଯ୍ୟ ହୋଇଗଲେ ଓ ପଚାରିଲେ, ଗୁଡ୍ଡୁ ତୁମେ ଏହା କ'ଣ କରୁଛ? ଗୁଡ୍ଡୁ ଉତ୍ତର ଦେଲା - ମା' ମୁଁ ଭାବିଛି, ଯଥାସମ୍ଭବ ତୁମକୁ କାମରେ ଟିକେ ସାହାଯ୍ୟ କରିବି । ଏହାକହି ଗୁଡ୍ଡୁ ଚାଦରକୁ ଭାଙ୍ଗିବାକୁ ଚେଷ୍ଟା କଲା ।

ଗୁଡ୍ଡୁର କଥା ଶୁଣି ତା' ମା' ବହୁତ ଖୁସି ହେବା ସହିତ ଗୁଡ୍ଡୁକୁ କୁଣ୍ଢାଇ ପକାଇଲେ । ଏବେ ମୋତେ ବିଛଣା ସଜାଡିବା ଶିଖାଇ ଦିଅ ବୋଲି କହିଲା ଗୁଡ୍ଡୁ ।

ଏହାପରେ ଗୁଡ୍ଡୁ ଓ ତା' ମା' ଦୁହେଁ ବହୁତ ହସିଲେ । ମା' ଗୁଡ୍ଡୁକୁ ବିଛଣା ସଜାଡ଼ିବାର କୌଶଳ ଶିଖାଇବା ସହିତ ତକିଆକୁ କେମିତି ସଜାଡ଼ି ରଖିବାକୁ ହୁଏ ତାହା ମଧ୍ୟ ଶିଖାଇଲେ । ମା' ଗୁଡ୍ଡୁର କାମ କରିବାର ଆଗ୍ରହକୁ ଦେଖି ଖୁସି ହେବା ସହିତ ଭାବିଲେ ତାଙ୍କ ଟିକିପୁଅଟି ଏବେ ବଡ଼ ହୋଇଗଲାଣି ।

ସେଦିନ ଅପରାହ୍ନରେ ଗୁଡ୍ଡୁର ଆଈ ଘରେ ପହଞ୍ଚିଲେ । ଆଈଙ୍କୁ ଦେଖି ଗୁଡ୍ଡୁ ଖୁବ୍ ଖୁସି ହୋଇଗଲା । ଆଈ ମଧ୍ୟ ଖୁସିରେ ଗୁଡ୍ଡୁକୁ କୋଳେଇ ନେଲେ । ଗୁଡ୍ଡୁ ଆଈଙ୍କୁ ଦେଖି କହିଲା - ଆଈ ତୁମକୁ ବହୁତ ମନେ ପକାଉଥିଲି । ଆଈ ଗୁଡ୍ଡୁକୁ ଦେଖି କହିଲେ ଯେ ମୁଁ ବି ତୁମକୁ ବହୁତ ମନେ ପକାଉଥିଲି ଗୁଡ୍ଡୁ । ତୁମେ କେମିତି ଅଛ ଗୁଡ୍ଡୁ ବୋଲି ପଚାରିଲେ ଆଈ । ଆଈଙ୍କୁ ଉତ୍ତର ଦେଇ ଗୁଡ୍ଡୁ କହିଲା ମୁଁ ଭଲ ଅଛି ।

ଗୁଡ୍ଡୁକୁ ତା ଆଈଙ୍କ ସହ କଥାବାର୍ତ୍ତା କରିବା ପାଇଁ ସଠିକ୍ ମୁହୂର୍ତ୍ତକୁ ଅପେକ୍ଷା କରିବାକୁ ପଡିଲା, ଯେତେବେଳେ ସେ ଆଈଙ୍କ ସହିତ ନିରୋଳାରେ କଥା ହୋଇପାରିବ । ସେ ତା' ମା’ଙ୍କ ଅଜାଣତରେ ତା' ଯୋଜନା ପାଇଁ ଆଈଙ୍କ ସହ କଥା ହେବାକୁ ଚାହୁଁଥିଲା । ସେଇ ସମୟ ଆସି ପହଞ୍ଚିଲା । ଗୁଡ୍ଡୁର ମା' ବଜାରକୁ କିଛି ଜିନିଷ ଆଣିବାକୁ ବାହାରିଗଲେ । ସେହିସମୟରେ ଆଈ ସୋଫାରେ ବସି ପୁରୁଣା ଫଟୋ ସବୁ ଦେଖୁଥିଲେ । ଏହାରି ସୁଯୋଗ ନେଇ ଗୁଡ୍ଡୁ ଆଈଙ୍କୁ କହିଲା - ଆଈ ମୋତେ ତୁମର ସାହାଯ୍ୟ ଦରକାର ।

ଆଈ କହିଲେ - ମୁଁ ତୁମକୁ କ'ଣ ସାହାଯ୍ୟ କରିପାରିବି ଗୁଡ୍ଡୁ ।

ଗୁଡ୍ଡୁ କହିଲା - ଆଈ, ମୁଁ ମା'ଙ୍କ ପାଇଁ କିଛି ବିଶେଷ କରିବାକୁ ଚାହୁଁଛି । ତାଙ୍କର ପରିଶ୍ରମ, ଦାୟିତ୍ୱ ଓ କର୍ତ୍ତବ୍ୟକୁ ଦେଖି ତାଙ୍କ ପାଇଁ ତାଙ୍କ ପସନ୍ଦର ଜଳଖିଆ ପ୍ରସ୍ତୁତ କରି ଦେବାକୁ ଚାହୁଁଛି । କିନ୍ତୁ ମୋତେ ଏସବୁ ଜଣା ନାହିଁ । ଏଥିପାଇଁ ମୋତେ ତୁମର ସାହାଯ୍ୟ ଦରକାର ।

ଗୁଡ୍ଡୁର କଥା ଶୁଣି ଆଈ ବହୁତ ଖୁସି ହେବା ସହିତ କହିଲେ - ଏହା ଅତି ଚମତ୍କାର । ତୁମେ ସକାଳୁ ଜଲ୍‌ଦି ଉଠିଯିବ । ମୁଁ ତୁମକୁ ସାହାଯ୍ୟ କରିବି । ଆମେ ଦୁହେଁ ମିଶି ସୁଆଦିଆ ଜଳଖିଆ ପ୍ରସ୍ତୁତ କରିବା । ଏହା ଶୁଣି ଗୁଡ୍ଡୁ ଆଈଙ୍କୁ ଧନ୍ୟବାଦ ଜଣାଇଲା ।

ସେହି ରାତିରେ ଗୁଡ୍ଡୁ ଶୋଇରହି ଆସନ୍ତାକାଲି ସକାଳେ କ'ଣ କେମିତି କରିବ ବୋଲି ଭାବି ଚାଲିଥିଲା । ଗୁ୍‌ଡ୍ଡୁ ମନେ ପକାଇଲା ଯେ ତା ମା’ ବ୍ଲୁବେରୀ ପ୍ୟାନକେକ୍ ଖାଇବାକୁ ବହୁତ ପସନ୍ଦ କରନ୍ତି । ଗୁଡ୍ଡୁ ଆଈଙ୍କ ସାହାଯ୍ୟରେ ତାହା ପ୍ରସ୍ତୁତ କରିବ ବୋଲି ଚିନ୍ତା କଲା ।

ଏମିତି ସବୁ ଭାବୁ ଭାବୁ ଗୁଡ୍ଡୁ ନିଦରେ ଶୋଇପଡ଼ିଲା । ସେହି ରାତିରେ ଗୁଡ୍ଡୁ ଏକ ସୁନ୍ଦର ସ୍ୱପ୍ନ ଦେଖିଲା - ଗୁଡ୍ଡୁ ଓ ତା' ମା' ଏକ ସୁନ୍ଦର ସକାଳରେ ନିଜ ଘରର ବଗିଚାରେ ସମୟ ଅତିବାହିତ କରୁଛନ୍ତି । ବଗିଚାରେ ସୁନ୍ଦର ସୁନ୍ଦର ଫୁଲ ଗଛ ଲାଗିଛି । ଦୁହେଁ ବହୁତ ହସୁଛନ୍ତି । ଗୁଡ୍ଡୁ ନିଜ ମା'ଙ୍କୁ ନେଇ ବେଶ ଗର୍ବ ଅନୁଭବ କରୁଥିଲା ।

ଗୁଡ୍ଡୁର ମୁହଁରେ ଏକ ସୁନ୍ଦର ହସ ରହିଥିଲା, ଯେତେବେଳେ ସେ ଦେଖିଲା ସକାଳେ ତା' ଆଈ ତା' ରୁମ୍ କୁ ଆସିଲେ । ଏବେ ସମୟ ଆସିଯାଇଛି । ମାଙ୍କ ସର୍‌ପ୍ରାଇଜ୍ ପାଇଁ ପ୍ରସ୍ତୁତି କରିବାକୁ ପଡ଼ିବ । ଗଡ୍ଡୁ ଓ ଆଈ ଶୀଘ୍ର ରୋଷେଇ ଘରକୁ ଗଲେ । ସେଠାରେ ସେମାନେ ନିଜ ଯୋଜନା ମୁତାବକ କାର୍ଯ୍ୟ ଆରମ୍ଭ କଲେ ।

କିଛି ସମୟ ପରେ ଗୁଡ୍ଡୁର ମା' ଯଥାସମୟରେ ନିଦରୁ ଉଠିଲେ । ମୁହଁ ଧୋଇ, ଦାନ୍ତ ଘଷି ଯେତେବେଳେ ସେ କଫି ପ୍ରସ୍ତୁତ କରିବା ପାଇଁ ରୋଷେଇ ଘରକୁ ଗଲେ, ସେଠାକାର ଦୃଶ୍ୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କ ପୁଅ ଓ ମା' ଟେବୁଲ୍‌ରେ ସ୍ୱାଦିଷ୍ଟ ଜଳଖିଆ ପ୍ରସ୍ତୁତ କରି ତାଙ୍କୁ ଅପେକ୍ଷା କରିଛନ୍ତି । ସେ ଏହାକୁ ଦେଖି ଭାବିଲେ ଯେ ସେ ସ୍ୱପ୍ନ ଦେଖୁଛନ୍ତି ।

ଏହା ଦେଖି ଗୁଡ୍ଡୁର ମା' ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଏହା କ'ଣ ?

ଏହାର ଉତ୍ତରରେ ଗୁଡ୍ଡୁ କହିଲା - ମା' ତୁମେ ଆମ ପାଇଁ ଯାହା କରିଛ, ସେଥିପାଇଁ ତୁମ ଲାଗି ଏହି ବିଶେଷ ପ୍ରସ୍ତୁତି । ତୁମେ ସବୁବେଳେ ଆମ ପାଇଁ ସବୁ କାମ କରୁଛ, କିନ୍ତୁ ମୁଁ ତୁମକୁ ତୁମ କାମରେ ଟିକେ ସାହାଯ୍ୟ କରିବାକୁ ଚାହୁଁଥିଲି । ତୁମେ ସବୁବେଳେ ସକାଳୁ ଶୀଘ୍ର ଉଠି ସମସ୍ତଙ୍କ ପାଇଁ କାମ କର । ତୁମେ ସବୁଠୁ ସ୍ପେଶାଲ । ତୁମକୁ ମୋ ମା ରୂପେ ପାଇଁ ବହୁତ ଖୁସି ବୋଲି ଗୁଡ୍ଡୁ କହିଲା ।

ଏହା ଶୁଣି ଗୁଡ୍ଡୁର ମା' ଖୁସିରେ ଗୁଡ୍ଡୁକୁ କୋଳେଇ ନେଲେ । ଏହାପରେ ଗୁଡ୍ଡୁ ତା' ମା'ଙ୍କୁ କହିଲା - ମା' ତୁମକୁ ପ୍ୟାନକେକ୍ ଖାଇବାକୁ ଭଲଲାଗେ ନା? । ଏଥିପାଇଁ ତୁମ ପାଇଁ ତୁମ ପସନ୍ଦର ପ୍ୟାନ୍‌କେକ୍ ପ୍ରସ୍ତୁତ କରିଛୁ । ଏଥିରେ ଆଈ ମୋତେ ସାହାଯ୍ୟ କରିଛନ୍ତି ।

ଠିକ ଏହି ସମୟରେ ଗୁଡ୍ଡୁର ଆଈ ମଧ୍ୟ କହିଲେ ତୁମେ ଏଥିପାଇଁ ଯୋଗ୍ୟ ।

ପ୍ୟାନ୍‌କେକ୍‌ଟି ସ୍ୱାଦିଷ୍ଟ ଦେଖାଯାଉଥିଲା । ତା'ପରେ ସମସ୍ତେ ପ୍ୟାନ୍‌କେକ୍‌କୁ କମଳା ରସ ସହିତ ଆନନ୍ଦରେ ଖାଇଲେ । ସ୍ଵାଦିଷ୍ଟ ଖାଦ୍ୟ ସହିତ ପାରିବାରିକ ପ୍ରେମ ସେଇ ସମୟକୁ ଆହୁରି ମଧୁରମୟ କରିଥିଲା । ଗୁଡ୍ଡୁର ସେହି ଦିନଟା ବେଶ୍ ଭଲରେ କଟିଲା । ଏହାପରଠାରୁ ଗୁଡ୍ଡୁ ନିଜ ବିଛଣା ନିଜେ ସଜାଡ଼ିବା ସହିତ ମା'ଙ୍କୁ କାମରେ ସାହାଯ୍ୟ କଲା । ଗୁଡ୍ଡୁର ଏହି ପରିବର୍ତ୍ତନରେ ମା' ବହୁତ ଖୁସି ହୋଇଗଲେ । ପରିଶେଷରେ ଗୁଡ୍ଡୁ ନିଜକୁ ଜଣେ ସ୍ନେହୀ ଏବଂ ଆଜ୍ଞାକାରୀ ସନ୍ତାନ ବୋଲି ପ୍ରମାଣିତ କରିପାରିଲା ।