ଫଟୋ: କେଦାର ମିଶ୍ର

ଆମେ ତିନିକୋଣିଆ ବଗିଚାର ସେହି ପ୍ରସିଦ୍ଧ ଠିକଣାରେ ପହଞ୍ଚିଲା ପରେ ପ୍ରଥମେ ଆରମ୍ଭ ହେଲା ଆମର ଚର୍ଚ୍ଚା ଶରୀର ଖରାପ ରହିବା ଯୋଗୁଁ ଜୟନ୍ତ ବାବୁ ଆଉ ବେଶି ଯିବାଆସିବା କରିପାରୁ ନାହାନ୍ତି, ଅତ୍ୟନ୍ତ ଭ୍ରମଣ ପ୍ରିୟ ହେବା ସତ୍ତ୍ୱେ ହେଲେ ଆମେ ତାଙ୍କ ଘରେ ସାକ୍ଷାତକାର ପାଇଁ ପ୍ରବେଶ କରିବା ମାତ୍ରେ ସେ ଆମକୁ ନିଜର ପାରମ୍ପରିକ ଆଥିଥେୟତାର ସହିତ ପରଶିଲେ, ଅଳ୍ପ ଚିନି କିଛି ଲେମ୍ବୁ ଦିଆ ନାଲି ଚାହା  ।

ପ୍ରଶ୍ନ - ଜଣେ କବି ଭାବରେ ଆପଣ ନିଜର ଯାତ୍ରା ଅନେକ ଦଶନ୍ଧି ତଳେ, ପାଖାପାଖି ଦୁଇ ପୁରୁଷ ହେବ, ଆରମ୍ଭ କରିଥିଲେ ଫେରିକି ଚାହିଁଲେ ସେ ବାଟ କେମିତି ଦିଶୁଛି ?

ଜୟନ୍ତ ମହାପାତ୍ରହଁ ଅନେକ ବର୍ଷ ହେଲାଣି ପଚାଶ ବର୍ଷରୁ କିଛି ଅଧିକ ସମୟ ହେବ, ମୁଁ ଗମ୍ଭୀରତାର ସହ କବିତାର ରାଇଜରେ ପ୍ରବେଶ କଲି - ତା ମାନେ ହେଲା, ମୁଁ ସେହି ସମୟ ଭିତରେ କବିତାକୁ ଦିନଟେ ବି ଛାଡ଼ି ପାରିନି କିନ୍ତୁ ଆହୁରି ଦେଖିଲେ ଏପରି ଘଟିଛି କାରଣ ଏମିତି ହେବାର ଥିଲା ତୁମେ ଜାଣିଛ ମୁଁ କେମିତି ଲୋକ ମୋର କବିତା ସାଙ୍ଗେ କୌଣସି ସମ୍ପର୍କ ଥିଲା, କି ୩୭ ବର୍ଷ ବୟସରେ କବିତା ଲେଖିବା ଆଗରୁ ମୋର କବିତାରେ ସେପରି କୌଣସି ବିଶେଷ ଆଗ୍ରହ ବି ଥିଲା

ପ୍ରଶ୍ନଯଦି ଆମେ ଆପଣଙ୍କର ଗତ ସାଢ଼େ ପାଞ୍ଚ ଦଶନ୍ଧିର କାବ୍ୟଜୀବନକୁ ଦେଖିବା, ତାହା ହେଲେ କେନ୍ଦ୍ର ସାହିତ୍ୟ ଏକାଡେମୀ  ଫେଲୋସିପ୍ ହେଲା ଆପଣ ପାଇଥିବା ସମ୍ମାନମାନଙ୍କର ଏକ ଦୀର୍ଘ ତାଲିକାରୁ ଗୋଟିଏ ମାତ୍ର । ଆପଣଙ୍କର କବିତା ପୃଥିବୀର ସର୍ବୋତ୍ତମ ପତ୍ରିକାମାନଙ୍କରେ ଛପା ମଧ୍ୟ ଯାଇଛି । ଏ ମଧ୍ୟରୁ ଆପଣଙ୍କ ପାଇଁ ସବୁଠୁ ବେଶି ଗୁରୁତ୍ୱପୂର୍ଣ କେଉଁଟି ? ସାହିତ୍ୟରୁ କଅଣ ମିଳିଛି ବୋଲି ନୁହେଁ ଆପଣ ନିଜ ଆତ୍ମଜୀବନୀରେ କହିଛନ୍ତି ଯେ, ଆମେରିକାରେପୋଏଟ୍ରିପତ୍ରିକାର ସମ୍ପାଦକଙ୍କ ସହିତ ମଧ୍ୟାହ୍ନ ଭୋଜନ ଆପଣଙ୍କ ପାଇଁ ସବୁଠାରୁ ଆହ୍ଲାଦପୂର୍ଣ୍ଣ ବୋଲି ।

ଜୟନ୍ତ ମହାପାତ୍ର – ‘ପୋଏଟ୍ରିଇଂରାଜୀ ଭାଷାର ସବୁଠାରୁ ମର୍ଯ୍ୟାଦାସମ୍ପନ୍ନ କବିତା ପତ୍ରିକାମାନଙ୍କ ଭିତରୁ ଗୋଟିଏ ଏହା ଆମେରିକାର ଶିକାଗୋ ସହରରୁ ପ୍ରକାଶିତ ହୁଏ ଏଣୁ ଯେତେବେଳେ ଏହାର ସମ୍ପାଦକଙ୍କଠାରୁ ମୋତେ ତାଙ୍କ ସହ କବିତା, ବିଶେଷତଃ ଭାରତୀୟ କବିତା, ବିଷୟରେ ଆଲୋଚନା କରିବା ନିମନ୍ତେ ମଧ୍ୟାହ୍ନ ଭୋଜନ ପାଇଁ ଆମନ୍ତ୍ରଣଟିଏ ମିଳିଲା, ମୁଁ ବହୁତ ଉଲ୍ଲସିତ ଭାବବିଭୋର ହୋଇ ଉଠିଲି

ପ୍ରଶ୍ନକିନ୍ତୁ କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋଶିପ୍ ବୋଧ ହୁଏ ଭାରତର ସର୍ବଶ୍ରେଷ୍ଠ ସାହିତ୍ୟ ପୁରସ୍କାର ଆପଣ କଅଣ ଏହାକୁ ନିଜର ସର୍ବଶ୍ରେଷ୍ଠ ସମ୍ମାନ ବୋଲି ଗ୍ରହଣ କରିବେ ନାହିଁ ? ବିଶେଷତଃ ଯେତେବେଳେ ଆପଣ ଏହି ସମ୍ମାନ ପାଇବାରେ ପ୍ରଥମ ଇଂରାଜୀ କବି

ଜୟନ୍ତ ମହାପାତ୍ରନା ମୁଁ ମୋ ଜୀବନ ସମ୍ମାନ ବା ପୁରସ୍କାର ଉପରେ କେନ୍ଦ୍ରିତ କରି ବଞ୍ଚେନା ଯେବେ ଜଣେ କବି ବା ଲେଖକ ଗମ୍ଭୀରତା ପୂର୍ବକ ଲେଖିଚାଲେ, ତାହା ହେଲେ ପୁରସ୍କାର ତାବାଟେ ଆସିବ ମୁଁ ଏହି ସବୁ ପୁରସ୍କାର ବିଷୟରେ କେବେ କିଛି ବେଶି ଭାବିନି ମୋ ପାଇଁ ଏଗୁଡ଼ିକ କୁନିକୁନି ଫୁଲ ଭଳି, ଯାହା ସକାଳେ ମଉଳିଯାଆନ୍ତି କିନ୍ତୁ ଆଶ୍ଚର୍ୟ କଥା ହେଲା, ଯେତେବେଳେ ମୁଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲି ୧୯୮୧ ମସିହାରେ, ସେତେବେଳେ ବି ମୁଁ ଇଂରାଜୀ ଭାଷାରେ କବିତା ଲେଖୁଥିବା ପ୍ରଥମ କବି ଥିଲି ତାହା ପାଇବାରେ, ଆଉ ୨୦୧୯ ରେ ସେହି ଅନୁଷ୍ଠାନଠାରୁ ଫେଲୋସିପ ପାଇବାରେ ବି ମୁଁ ପ୍ରଥମ ଇଂରାଜୀ କବି ହେଲେ ସବୁ ବିଷୟରେ ବେଶି ଆଲୋଚନା କରି ଲାଭ ନାହିଁ ସେଗୁଡ଼ିକର ମୋ ପାଇଁ ଏତେ କିଛି ମାନେ ନାହିଁ କାରଣ ତା’ ସଭାରେ ମିଳିଥିବା ଫୁଲତୋଡ଼ା ପରି ସଭା ସରିଲା, ଫୁଲତୋଡ଼ାର ଗୁରୁତ୍ୱ ବି ସରିଲା

ପ୍ରଶ୍ନ – ଯଦି ଆମେ ଆପଣଙ୍କ କବିତା ପାଖକୁ ଫେରି ଆସିବା, ଆପଣଙ୍କ କାବ୍ୟିକ ସ୍ୱରଟି ଗତ ଦୁଇ ପୁରୁଷର ଅନ୍ୟ ଭାରତୀୟ ଇଂରାଜୀ କବିମାନଙ୍କର ସ୍ୱର ତୁଳନାରେ ଗୋଟିଏ ଦୃଷ୍ଟିରୁ ଅନିର୍ଣ୍ଣିତ । କିନ୍ତୁ ମୋତେ ଆପଣଙ୍କ ସ୍ୱରଟି ଠିକ୍ ଏଇ କାରଣ ଯୋଗୁଁ ହିଁ ଭଲ ଲାଗେ । ଧରନ୍ତୁ ‘ଦି ଡନ୍ ଅଫ୍ ପୁରୀ’ କବିତାର ‘ମୁଁ’ଟି । କବିତାଟିରେ କଥକଙ୍କର ସ୍ୱର ଏବଂ କବିଙ୍କର ସ୍ୱର ଗୋଟିଏ ନୁହେଁ । ତଥାପି ମଧ୍ୟ କବିତାଟିରେ ଆତ୍ମୀୟତା ଅଛି । ଆଉ ଏହି ପରି କେବଳ ଏହି କବିତାଟିରେ ନୁହେଁ, ବରଂ ଏଇ ଅନିର୍ଣ୍ଣିତ ସ୍ୱରର ଆତ୍ମୀୟତା ଆପଣଙ୍କର ଅନେକ କବିତା ବିଷୟରେ ସତ । କିଛିଟା ବେଗମ ଅଖ୍‌ତର୍‌ଙ୍କର ଗାୟକି ପରି, ଯେଉଁଠି ତାଙ୍କ ଗଳାର ଖରାଶ୍ ଗଜଲକୁ ଆହୁରି ମିଠା କରେ, ଶ୍ରୋତାକୁ କରେ ତନ୍ମୟ । ଏହା ଆପଣଙ୍କ କବିତାରେ କିପରି ସମ୍ଭବ ହୁଏ ?

ଜୟନ୍ତ ମହାପାତ୍ର – ଏ ବିଷୟରେ ବେଶି କିଛି କହିବା ବୋଧ ହୁଏ ମୋ ପକ୍ଷରେ ସମ୍ଭବ ନୁହେଁ ମୁଁ ସବୁବେଳେ ସେଇ ଚିତ୍ରଗୁଡ଼ିକ ପାଖକୁ ଫେରିକି ଯାଏ, ଯେଉଁଗୁଡ଼ିକ ମୋର ଜୀବନକୁ ତିଆରି କରିଛନ୍ତି ଆଉ ସେଗୁଡ଼ିକ ଆସିଛନ୍ତି ମୁଁ ଯେଉଁ ଯାଗାରେ ରହି ଆସିଛି, ସେଇଠୁ ମୋର ମନେ ପଡୁଛି ମୋତେ ପାଞ୍ଚ ଛଅ ବର୍ଷ ହୋଇଥିବା ସମୟର ଗୋଟିଏ ଘଟଣା ବାପା ମୋତେ ପୁରୀ ନେଇ ଥାଆନ୍ତିମୋର ଏବେ ବି ମନେ ଅଛି ସେ ସମୟର ନରେନ୍ଦ୍ର ପୋଖରି ସେଠି ଥିଲେ ଅନେକ କଇଁଚ, ବହୁତ ବୁଢ଼ା ଆଉ ଲୋକେ ଚିଲ୍ଲଉ ଥାଆନ୍ତି, ‘ଏକଡ଼େ, ଏକଡ଼େ ମୋ ଜୀବନ ଏଇପରି ଚିତ୍ରଗୁଡ଼ିକ ଦ୍ୱାରା ହିଁ ତିଆରି   ମୋର ଭୂଇଁଟି ମୋତେ ତିଆରିଚି, ଆଉ ସେଥିରୁ ଜନ୍ମ ମୋର କବିତା ହଁ - ତୁମେ ଯେହେତୁ ଅନ୍ତରଙ୍ଗତାର ପ୍ରଶ୍ନ ଉଠାଇଛ, ମୁଁ ମୋର ଭୂମିଟି ସହିତ ଅନ୍ତରଙ୍ଗ ମୁଁ ଆଉ କେଉଁଠି ଚଳି ପାରି ଥାଆନ୍ତି କି କବିତା ଲେଖି ପାରି ନଥାନ୍ତି  

ପ୍ରଶ୍ନମୋର ଏହା ପର ପ୍ରଶ୍ନଟି ଯେତେଟା କବିତା ବିଷୟରେ ନୁହେଁ, ତାହାଠୁ ବେଶି କବିତାର ରାଜନୀତି ବିଷୟରେ ଭାରତୀୟ ଇଂରାଜୀ କବିତାର ବମ୍ବେ ଘରାନାର କବିତାଗୁଡ଼ିକ (ଧରନ୍ତୁ କୋଲଟକର, ଏଜେକିଏଲ ଆଦିଙ୍କର କବିତାସବୁ) ଅନେକଟା ଚିତ୍ରବଦ୍ଧ, ଆତ୍ମସଚେତନ ଭାବରେ ହେଲେ ଠିକ୍ ସେହି ସମୟରେ ସେଗୁଡ଼ିକ ବାସ୍ତବବାଦୀ ମଧ୍ୟ ହେଲେ ଆପଣଙ୍କ ଇଂରାଜୀ କବିତାଗୁଡ଼ିକ ଅତି ବାସ୍ତବବାଦୀ ଧରନ୍ତୁ ଆପଣଙ୍କ ଟେଷ୍ଟ୍ ଫର୍ ଟୁମରୋଯେପରି ଶେଷ ହୁଏ...

ଜୟନ୍ତ ମହାପାତ୍ରଏଇଟି ଗୋଟେ ଛୋଟ କବିତା ଏହାକୁ ଧରି ଆଲୋଚନା ବିଶେଷ କିଛି ହୋଇନି କିନ୍ତୁ ମୋତେ ବହୁତ ଭଲ ଲାଗେ କବିତାଟି କାରଣ ତା’ ମୋ ଭୂଇଁର କଥା କୁହେ, ମୋ ଜାଗାର କଥା ଓଡ଼ିଶା ମୋର ଭୂଇଁ, ଭାରତ ନୁହେଁ ଏଇଠି କଅଣ ହେଉଛି ଶୈଳେନ , ଦେଖ ମୁଁ ପଛକୁ ଫେରି ଚାହୁଁଛି ମୁଁ ମନ୍ଦିର ଦୁଆରରେ ଭିତରକୁ ଯିବାକୁ ଇଚ୍ଛୁକ ଭିଡ଼କୁ ଦେଖୁଛି, ହେଲେ ନିଜକୁ ମଧ୍ୟ ନିରେଖେଇକି ଅନଉଛି । ଆଉ ଭିଡ଼ଟି ମୋର ଅଜଣା ଗୋଟେ ତାଳରେ ଥରୁଥିବା, ଏକ ବଡ଼ ଫୁଟିଥିବା ଫୁଲର ପାଖୁଡ଼ାମାନ ପରି ଓଡ଼ିଶାର ଜନଜୀବନର ମୂଳଭୂତ ପବିତ୍ରତା ବିଷୟରେ ବମ୍ବେର ଇଂରାଜୀ କବିଙ୍କର ବିଶେଷ କିଛି ଧାରଣା ଥିଲା ଆମର ଭୂଇଁ ତାହାର ସଂସ୍କୃତି ସମ୍ପୂର୍ଣ୍ଣ ଭାବରେ ଭିନ୍ନ  

ପ୍ରଶ୍ନଆପଣଙ୍କ କାବ୍ୟଜଗତ ବର୍ଷାରେ ସିକ୍ତ, ଉଭୟ ଜଳବାୟୁର ଏକ ବିଷୟ ଭାବେ ଏବଂ ଗୋଟିଏ ରୂପକ ଭାବରେ ମଧ୍ୟ କିନ୍ତୁ ଆପଣ ଏବେ ଏପରି ଗୋଟେ ସମୟରେ ବଞ୍ଚୁନ୍ତି ଯେବେ ଜଳବାୟୁରେ ବର୍ଷାର ପରିମାଣ ପ୍ରାବଲ୍ୟ କମିକମି ଚାଲିଛି ଶ୍ରାବଣରେ ବି ଆଉ ବର୍ଷା ହେଉନି ଏଇ ପରିବର୍ତ୍ତନ ସହିତ ଆପଣ କିପରି ଖାପ ଖୁଆଇ ପାରିଛନ୍ତି ନିଜକୁ

ଜୟନ୍ତ ମହାପାତ୍ରବର୍ଷା ମୋର ଅନ୍ତରର ଅଭିଳାଷ, ଉତ୍କଣ୍ଠା ସହିତ ଜଡ଼ିତ ଯାହା ସବୁବେଳେ ରହି ଆସିଛି ମୋର ବର୍ଷବର୍ଷର କବିତା ଲେଖା ବି ତାହାକୁ ଦୂର କରି ପାରିନି ବର୍ଷା ଗୋଟେ ରୂପକ, ମୁଁ ମୋ ନିଜ ଭିତରେ ଯେଉଁ ଜୀବନ ବଞ୍ଚେ, ତାହା ପାଇଁ

ପ୍ରଶ୍ନଆପଣଙ୍କ ଇଂରାଜୀ କବିତାଗୁଡ଼ିକର ଧାଡ଼ିଗୁଡ଼ିକ ଅନେକ ଯତ୍ନ ସହିତ ନିର୍ମିତ ହେଲେ ଓଡ଼ିଆ କବିତାର ଧାଡ଼ିଗୁଡ଼ିକ ଅତି ସରଳ ଏପରି କାହିଁକି  ?

ଜୟନ୍ତ ମହାପାତ୍ର ମୁଁ ସିଧା କଥା କହିବି ? ମୁଁ ଓଡ଼ିଆ ଏତେ ଭଲକି ଜାଣିନି ଇଂରାଜୀରେ କବିତା ଲେଖିବା ଆରମ୍ଭ କରିବାର ଅନେକ ବର୍ଷ ପରେ ମୁଁ ଓଡ଼ିଆରେ କବିତା ଲେଖିବାକୁ ଚାହିଁଲି କାରଣ ମୁଁ ମୋର ଭାଇବନ୍ଧୁ, ମୋର ପାଖପଡ଼ିଶାର ଲୋକଙ୍କର ନିକଟବର୍ତ୍ତୀ ହେବାକୁ ଚାହୁଁଥିଲି ସେମାନେ ଜାଣି ଥିଲେ ଯେ ମୁଁ କବିଟିଏ କି ମୁଁ କବିତା ଲେଖେ କିନ୍ତୁ ଓଡ଼ିଆରେ ଲେଖିକି ଯେତେବେଳେ ମୁଁ ଓଡ଼ିଆ ବହି ଖଣ୍ଡିଏ ହାତରେ ଧରି ଆସିଲି, ସେମାନେ ଭାବିଲେ କି ହଁ ଇଏ ବି ଓଡ଼ିଆ କବିଟିଏ ଓଡ଼ିଆରେ କବିତା ଲେଖିବା ମୋର ଇଂରାଜୀ କାବ୍ୟକର୍ମର ଅନୁପୂରକ ମୁଁ ନିଜର ଇଂରାଜୀ କବିତାରେ ଯେପରି ମାନସର ଗଭୀରତାକୁ ଯାଇ ନିଭୃତତମ ବିଚାରଗୁଡ଼ିକର ଅନ୍ୱେଷଣ କରିପାରିଛି, ଓଡ଼ିଆରେ ସେମିତି ବୋଧେ ପାରିନି ବରଂ ଏଇଆ କହିଲେ ବୋଧ ହୁଏ ବେଶି ସତ ହବ, କି ଓଡ଼ିଆରେ ସେମିତି କରିବାକୁ ମୁଁ ଚେଷ୍ଟା କରିନି ମୁଁ ଜାଣିଶୁଣି ଓଡି଼ଆରେ କବିତା ଲେଖିଲା ବେଳେ ସରଳ ହେବାକୁ ଚେଷ୍ଟା କରିଛି ଯେପରି ମୋତେ ସମସ୍ତେ ବୁଝି ପାରିବେ, ଖାଲି ଖବରକାଗଜ ପଢ଼ୁଥିବା ଜଣେ ସାଧାରଣ ଲୋକ ବି

ପ୍ରଶ୍ନ ରାଜନୈତିକ ଦୃଷ୍ଟିକୋଣରୁ ଆପଣଙ୍କର ଓଡ଼ିଆ କବିତାଗୁଡ଼ିକ ଅଧିକ ପାକଳ ମୁଁ କହୁନି ଆପଣଙ୍କର ଇଂରାଜୀ କବିତା ସେପରି ନୁହେଁ ବୋଲି ସେଗୁଡ଼ିକର ରାଜନୈତିକ ଧାର ଅଛି, ହେଲେ ଆତ୍ମସଚେତନ ଭାବରେ ନୁହେଁ ବୋଧ ହୁଏ । ହେଲେ ଆପଣଙ୍କ ଓଡ଼ିଆ କବିତା ସ୍ପଷ୍ଟ ଭାବରେ ପକ୍ଷଭୁକ୍ତ ଓ ଜନବାଦୀ । ନା ମୁଁ ଭୁଲ କହୁଛି ?

ଜୟନ୍ତ ମହାପାତ୍ର – ନା । ତୁମେ ଠିକ୍ ହିଁ କହୁଛ । ଶୈଳେନ, ଏବେ ମୋର ଧାରଣା ଏଇଆ କି, ଅସଲ କବିତା କହିଲେ ଯାହା ବୁଝାଯାଏ ତାହାକୁ କେବଳ ନିଜର ମାତୃଭାଷାରେ ହିଁ ଲେଖାଯାଏ । ଯଦି ଲେଖୁଥିବା କବିତାର ଭାଷା ନିଜେ ବଡ଼ ହୋଇଥିବା ସମୟର ନିଜ ପରିବେଶର ଭାଷା ନୁହେଁ, ତାହା ହେଲେ ତାହାକୁ କବିତା କହି ହେବନି । ଭାଷାର ଜୀବନରେ ଏକ ବଡ଼ ଭୂମିକା ରହିଛି । ମୁଁ ଯେତେବେଳେ ପିଲାଟିଏ ଥିଲି, ଏଇଠି ଗୋଟେ ମିଶନାରି ସ୍କୁଲରେ ପଢ଼ୁଥିଲି । ଆମକୁ ସ୍କୁଲରେ ଓଡ଼ିଆରେ କହିବାକୁ ବାରଣ ଥିଲା ।

ପ୍ରଶ୍ନ - ଆପଣଙ୍କର ଇଂରାଜୀ କବିତାର ବାକ୍ଛନ୍ଦ ଧାଡ଼ିର ବସାଣ ଓଡ଼ିଆ ଭାଷାର ଓଡ଼ିଆ ଭାଷାର ଗୋଟେ ବାକ୍ଛନ୍ଦ ଧରନ୍ତୁଚତୁର ବିନୋଦ’ର – ‘ଚତୁର ବିନୋଦ’ ଗୋଟେ ଶୈଳୀର, ‘ରୁଦ୍ର ସୁଧାନିଧି’ ଆଉ ଗୋଟେ ଶୈଳୀର ଚତୁର ବିନୋଦ’ର ବାକ୍‌ଛନ୍ଦ ଟିକେ ସିଧାକିନ୍ତୁରୁଦ୍ର ସୁଧାନିଧି’ରେ ଟିକେ ତୀର୍ଯ୍ୟକତା ଅଛି ଆପଣ ଇଂରାଜୀ କବିତାରେ ଯେଉଁ ବାକ୍ଛନ୍ଦର ପ୍ରୟୋଗ କରନ୍ତି, ତାହାରୁଦ୍ର ସୁଧାନିଧି’ରପୂରା ସେଇଆ ନୁହେଁ, କିନ୍ତୁ ମୂଳତଃ ତାହା ହିଁ କିନ୍ତୁ ଓଡ଼ିଆରେ ଯେତେବେଳେ ଆପଣ ଲେଖୁନ୍ତି, ସେତେବେଳେ ସେହି ବାକ୍ଛନ୍ଦଟି ପୂରା ସିଧା, ଟିକେ ଚତୁର ବିନୋଦ ଭଳି ଏପରି କାହିଁକି ? ନା ଆପଣ ମୋର ବକ୍ତବ୍ୟରେ ଅରାଜି ?

ଜୟନ୍ତ ମହାପାତ୍ର – ମୁଁ ତୁମ କଥାରେ ଅରାଜି ନୁହେଁ । କିନ୍ତୁ ମୁଁ ଯେବେ ଇଂରାଜୀରେ କବିତା ଲେଖା ଆରମ୍ଭ କଲି, ସେବର ଭାରତୀୟ ଇଂରାଜୀ କବିତା ଜଗତ ବସ୍ତୁତଃ ବମ୍ବେର କବିମାନଙ୍କ ହସ୍ତମୁଦିମାହାଲ ଥିଲା । ସେମାନେ ନିଜର ଏକ ବୋଲି ତିଆରି କରିଥିଲେ । ଭାଷାର ବିନୋଦପ୍ରିୟତା, ଗୋଟେ ରହସ୍ୟ ଯାହା କବିତାରେ ସଦା ଅନ୍ତର୍ନିହିତ ଥାଏ, ଯାହା ପ୍ରତି ପାଠକକୁ ଭିନ୍ନ ଏକ ଅର୍ଥ ପ୍ରଦାନ କରେ, ସେସବୁ ସେମାନଙ୍କ କବିତାରେ ସେତେଟା ନ ଥିଲା । କିନ୍ତୁ ରହସ୍ୟ ସବୁବେଳେ ମୋତେ ଆକର୍ଷିତ କରିଛି ।

ପ୍ରଶ୍ନ  – ଦେଖନ୍ତୁ, ଆପଣଙ୍କ ପ୍ରଥମ ଇଂରାଜୀ ବହି ଦୁଇଟି, ‘କ୍ଲୋଜ୍ ଦି ସ୍କାଏ ଟେନ୍ ବାଏ ଟେନ୍’ ତଥା ‘ସ୍ୱୟମ୍ବର୍ ଆଣ୍ଡ ଅଦର୍ ପୋଏମ୍ସ୍’ ୧୯୭୧ରେ ଛପା ହୋଇଥିଲା । ଆପଣ ପ୍ରଥମେ ଇଂରାଜୀରେ କବିତା ଲେଖିବା ଆରମ୍ଭ କଲେ ତାହାର ପାଞ୍ଚ ବର୍ଷ ପୂର୍ବେ ଆପଣଙ୍କର ପ୍ରଥମ ଓଡ଼ିଆ କବିତା ବହିବଳି’ ଛପା ହେଲା ୧୯୯୩ ମସିହାରେ, ତାହାର ୨୨ ବର୍ଷ ପରେ ଆପଣ ପ୍ରଥମେ କେବେ ଓଡ଼ିଆ କବିତା ଲେଖିବାକୁ ଛପାଇବାକୁ ଆରମ୍ଭ କଲେ ? ପ୍ରଥମେ କେଉଁଠି ଲେଖିଲେ ଯେତେବେଳେ ଓଡ଼ିଆରେ ଲେଖିଲେ, କେଉଁକେଉଁ ପତ୍ରିକାକୁ ଲେଖା ପଠାଉଥିଲେ ?

ଜୟନ୍ତ ମହାପାତ୍ର – ସେତେବେଳେ ହିଁ ମୁଁ ଆରମ୍ଭ କଲି, ୧୯୯୩ ବେଳକୁ ଆଗରୁ ଓଡ଼ିଆରେ କେବେ ଲେଖି ଥିଲି ଭାବି ନ ଥିଲି କେବେ ଓଡ଼ିଆରେ ଲେଖିବି ବୋଲି, ଯେତେବେଳେ ଇଂରାଜୀରେ ଲେଖୁଥିଲି କାରଣ ସବୁ କବିମାନେ ଓଡ଼ିଆରେ ଲେଖି କରି ଇଂରାଜୀକୁ ଯାଆନ୍ତି   ମୁଁ ଜାଣିନି କାହିଁକି ଓଡି଼ଆରେ କବିତା ଲେଖିବାକୁ ଆରମ୍ଭ କଲା ପରେ ଏଇ ସ୍ଥାନୀୟ ପତ୍ରିକାମାନଙ୍କୁ ପଠାଇବାକୁ ଆରମ୍ଭ କଲି, ଝଙ୍କାର ଆଦି ସେତେବେଳେ ବହୁତ ପତ୍ରିକା ଥିଲା  

ପ୍ରଶ୍ନ  – ବିଦ୍ୟାପୁରୀର ପିତାମ୍ବର ମିଶ୍ର ଆପଣଙ୍କର ପ୍ରାୟତଃ ଓଡ଼ିଆ ବହି ଛପେଇଛନ୍ତି   କିନ୍ତୁ ଆପଣଙ୍କର ଇଂରାଜୀ ବହିଗୁଡ଼ିକ ଭିନ୍ନ ଭିନ୍ନ ଜାଗାରେ ଛପା ହୋଇଛି ପିତାମ୍ବର ମିଶ୍ରଙ୍କ ସହ ଆପଣଙ୍କ ସମ୍ପର୍କ ବିଷୟରେ ଆପଣ ଆମକୁ ଟିକେ କହିବେ ? ପ୍ରଥମେ କେମିତି ଭେଟ ହେଲେ ? କେମିତି ଜାଣିଲେ ?

ଜୟନ୍ତ ମହାପାତ୍ର – ପ୍ରଥମେ ମୁଁ ଲେଖୁଥିଲି ଛପା ହେଲାଠୁ ଭାବିଲି ବହି ଗୋଟିଏ କରିବି ସୁଲୋଚନା ବୋଲି ମୋର ଜଣେ ଭଲ ସାଙ୍ଗ ଥିଲେ । ଆମେ ଏକାଠି ପଢାଉଥିଲୁ ସୁଲୋଚନାର ତାଙ୍କ ସହ ଚିହ୍ନାପରିଚୟ ଥିଲା । ମୁଁ ମୋର ପାଣ୍ଡୁଲିପି ଧରି ତାଙ୍କ ସହ ପିତାମ୍ବର ମିଶ୍ରଙ୍କ ପାଖକୁ ଗଲି । ସେ କହିଲେ ଛାପିବେ ବୋଲି । ବାସ୍ ସେତିକି ।  ମୁଁ ତାଙ୍କୁ ତାହା ଆଗରୁ ଜାଣି ନ ଥିଲି ।  

ପ୍ରଶ୍ନ  – ଆପଣଙ୍କ ଆତ୍ମଜୀବନୀଭୋର୍ ମୋତିର କାନଫୁଲ’ରେ ଆପଣ ଅଗଷ୍ଟ କ୍ରାନ୍ତି ସମୟର ଶୋଭାଯାତ୍ରା, ସେହି ସମୟରେ ପୋଲିସ ଅତ୍ୟାଚାର ଆଉ ତାହାର ତିନି ବର୍ଷ ପରେ ହିରୋସିମାରେ ପରମାଣୁ ବୋମା ମାଡ଼ ହେବା ବିଷୟରେ ବର୍ଣ୍ଣନା କରିଛନ୍ତି ସେଇଟା ବୋଧହୁଏ ବାହ୍ୟଜଗତ ବିଷୟରେ ଆପଣଙ୍କର ପ୍ରଥମ ବର୍ଣ୍ଣନା ଏବେ ଯଦି ଆପଣ ଭାବୁଛନ୍ତି, ସେଇଟା ଆପଣଙ୍କର ବାହ୍ୟ ଜଗତ ବିଷୟରେ ସଚେତନ ହେବାର ପ୍ରଥମ ଘଟଣା ନା ସେ ବିଷୟରେ ଆପଣଙ୍କର ଆଉ କିଛି ସ୍ମୃତି ଅc ? ୧୯୪୨ ମସିହା ବେଳକୁ ଆପଣଙ୍କୁ ହୋଇଥିବ ତେର ବର୍ଷ ?

ଜୟନ୍ତ ମହାପାତ୍ର – ଆମ ଘରକୁ ବାପାଷ୍ଟେଟ୍ସ୍‌ମ୍ୟାନ୍’ ଖବରକାଗଜ ଆଣୁଥିଲେ ବାପା ଇଂରାଜୀରେ ବିଏ ପାସ୍ କରି ଗୋଟିଏ ସବ୍-ଇନ୍ସପେକ୍ଟର ଅଫ୍ ସ୍କୁଲ୍ସ୍ ଥିଲେ ମୋତେ ପଢ଼ାଉଥିଲେ ଷ୍ଟିୱାର୍ଟ ୟୁରୋପିଆନ୍ ସ୍କୁଲରେ ଆଉ ସେଇ ଯୋଗୁ ସିଏ ଷ୍ଟେଟ୍ସ୍ମ୍ୟାନ୍ ଆଣନ୍ତି ଆଉ ମୁଁ ଷ୍ଟେଟ୍ସ୍ମ୍ୟାନ୍ ଦେଖେ ଆଉ ସେଉଠୁ ମୁଁ ଦେଶ ଦୁନିଆ ବିଷୟରେ ଟିକେ ଜାଣିଲି କଅଣ କଅଣ ହଉଛି, କଅଣ ନାହିଁ, ମୁଁ ସେ ବିଷୟରେ ଜାଣିବାକୁ ଆଗ୍ରହୀ ଥିଲି । ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଷୟରେ ଜାଣିବାର ଇଚ୍ଛା ଥିଲା । ମୋର ହିଟଲର୍ ପ୍ରତି କେମିତି ଗୋଟିଏ ଆକର୍ଷଣ ଥିଲା । ଭାରତରେ ବ୍ରିଟିଶ ଶାସନ ଚାଲିଥିଲା । ଆମେ ଚାହୁଁଥିଲୁ ସେମାନେ ଭାରତ ଛାଡ଼ି ଚାଲି ଯାଆନ୍ତୁ । ଏଣୁ ବ୍ରିଟିଶ ସାମ୍ରାଜ୍ୟର ଯିଏ ଶତୃ, ସେ ଥିଲା ମୋର ବନ୍ଧୁ । ମୁଁ ସେତେବେଳେ ସେୟା ଭାବୁଥିଲି ।

ପ୍ରଶ୍ନ  – ଏବେ ସାର୍ବଜନୀନ ଜୀବନରୁ ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତିଗତ ଜୀବନ ଆଡ଼କୁ ଆସିବା ଆପଣ ଅନ୍ଧାରକୁ ବହୁତ ଭଲ ପାଆନ୍ତି ଅଶି ନବେ ବର୍ଷ ପୂର୍ବର କଟକର ସଞ୍ଜର ଅନେକ ତରଳ ବର୍ଣ୍ଣନା ଆପଣଙ୍କ ଆତ୍ମଜୀବନୀରେ ଅଛି ଅଛି ବର୍ଣ୍ଣନା ମଧ୍ୟ ସମ୍ବଲପୁରର ରାତିର ହେଲେ ଆପଣଙ୍କର ଅନ୍ଧାର ପ୍ରତି ଡର ଥିବାର ମଧ୍ୟ ଅନେକ ଜାଗାରେ ଉଲ୍ଲେଖ କରଛନ୍ତି ଏବେ ଅନ୍ଧାର ସହିତ ଆପଣଙ୍କର ସମ୍ପର୍କ କଅଣ

ଜୟନ୍ତ ମହାପାତ୍ର – ଭଲ ପାଏ ବୋଲି କେମିତି କହିବ ? ଅନ୍ଧାର ହଉଚି ଆମ ଦୁନିଆର ଏକ ଅଂଶ, ଆମ ଜୀବନର ଏକ ଭାଗ । ମୁଁ ତାକୁ ସେମିତି ଦେଖେ । ଏବେ ବି ଅନ୍ଧାର ପ୍ରତି ପିଲା ଦିନେ ଯ।ହା ସମ୍ପର୍କ ଥିଲା, ସେମିତି ଟିକେ ଟିକେ ଅଛି ପିଲାବେଳେ ଆମେ ଯେଉଁ ଘରେ ଥିଲୁ, ସେ ଘରଟା ସାହିର ଗୋଟାଏ ଶେଷରେ ଆଉ ତା’ ଚାରି ପାଖେ ବଡ଼ବଡ଼ ଦେବଦାରୁ ଗଛଗୁଡ଼ାଏ ଥାଏ ସେତେବେଳେ ବିଜୁଳିବତୀ ଆମର ନଥିଲା । ଦେବଦାରୁ ଗଛର ଡାଳ ଦେଇ ଚିତ୍କାର କରୁଥିବା ପବନ ଓ ବାଦୁଡ଼ିମାନଙ୍କର ହଇଚଇ ମୋ ପାଖକୁ ଅଜଣା ଭୟସବୁକୁ ବୁହାଇ ଆଣୁଥିଲା । ପଢ଼ା ଘରେ ରାତିର ଅନ୍ଧାରରେ ପଢ଼ିବାକୁ ବସିଥିବା ବେଳେ କିରାସିନି ବତୀର ଛାଇ ମୋର ଏବେ ବି ମନେ ଅଛି । ଏ ସବୁ କିଛି ମୋ ଭିତରେ ଏମିତି ଭୟ ଭରିଦେଲା ଯେ ତାହା ଭିତରୁ ମୋତେ ବାହାରିବାକୁ ବହୁତ ସମୟ ଲାଗିଗଲା । ଏବେ ତ ସବୁଠି ବିଜୁଳି ଆଲୁଅ ହାଉଯାଉ । କିନ୍ତୁ ଅନ୍ଧାର ଯେ ଜୀବନର ଅଂଶ, ତାହା ସ୍ୱୀକାର କରିବା ହିଁ ମୋତ ସେଇ ଭୟରୁ ମୁକ୍ତି ପାଇବାର ଶକ୍ତି ଦେଲା । କିନ୍ତୁ ଅନ୍ଧାର ଏବେ ବି ମୋ କବିତାର ଏକ ପ୍ରିୟ ରୂପକ; ଅଜଣା ଯେଉଟା, ଅନ୍ୟାୟ ଯୋଉଟା, ସେଇଟାକୁ ମୁଁ ଅନ୍ଧାର ପରି ଦେଖି ଆସିଚି



 ପ୍ରଶ୍ନ  – ଓଡ଼ିଆ କାବ୍ୟଜଗତ ବୋଲି ନୁହେଁ, ଭାରତୀୟ କାବ୍ୟଜଗତରେ ବି ଯଦି ଆପଣ ଦେଖିବେ, ବୋଧେହୁଏ ପର୍ସିଆନ୍ କବିତାରୁ କି କେଉଁଠି ଆସିଛି କି ନାହିଁ ଜଣା ନାହିଁ ମୋତେ, ଶହର୍ ଶହ୍ରା ଭିତରେ ଗୋଟେ ବିରାଟ ବଡ଼ ତଫାତ ଅଛି । ଯେଉଁଠି ସହର ହେଲା ସବୁ ବିନିର୍ମିତ ଜିନିଷର ଘର । ଆଉ ପ୍ରକୃତି ତେଣୁ ସହରରୁ ପୂରା ବାହାରେ । ଏଣୁ ଆମେ ଆମ ସାହିତ୍ୟରେ ସହର ଓ ପ୍ରକୃତିକୁ ଏକାଠି ପ୍ରାୟ ଦେଖି ପାରୁନା । କିନ୍ତୁ ଆପଣ ଯେତେବେଳେ ନିଜ ଆତ୍ମଜୀବନୀରେ ସମ୍ବଲପୁର ବିଷୟରେ କହୁଚନ୍ତି, କିମ୍ବା କଟକ ବିଷୟରେ କହୁଚନ୍ତି - ଏଇ କଟକର ଗଛ, ଲତା, ପୋଖରି, ସକାଳ, ସନ୍ଧ୍ୟା, ପକ୍ଷୀ ଆଦି ଗୋଟେ ବିରାଟ ବଡ଼ ଅଂଶ ଆପଣଙ୍କର ଅନୁଭୂତିର ବର୍ଣ୍ଣନାର । ତାହା ଆପଣଙ୍କ କବିତା ବିଷୟରେ ମଧ୍ୟ ସତ୍ୟ ଆପଣଙ୍କର ଏଇ ସହରୀ ପ୍ରକୃତି ସହିତ (ଯଦି ସେପରି ଆମେ କହି ପାରିବା) ସମ୍ପର୍କ ବିଷୟରେ ଆପଣ କିଛି କୁହନ୍ତୁ

ୟନ୍ତ ମହାପାତ୍ର – ଦେଖୁନା ମୁଁ ଘର କେମିତି ପକେଇଚି ବାଉଁଶ ଗଛ ଲଗେଇଚି ମୁଁ ଆଉରି ଏବେ ଗଛ କାଟି ଦେଲି କାରଣ ସରୋଜିନୀର ଘର କରିବା ପାଇଁ ଜାଗା କରିବାକୁ ଟିକେ ଗଛ କାଟି ଦେଇଚି ସାହାଡ଼ା ଗଛ, ପିଜୁଳି ଗଛ, ଆମ୍ବ ଗଛ, କିଛି ଆମ୍ବ ଗଛ ମହାବାତ୍ୟାରେ ଯାଇ ଥିଲା । ଆଉ କିଛି ଥିଲା ଯାହା ଏଇ ବାତ୍ୟାରେ ଚାଲି ଗଲା ଆଉ ମୁଁ ଜାଣି ନାହିଁ ଗାଁ ପ୍ରତି ମୋର ବହୁତ ନିବିଡ଼ ସମ୍ପର୍କ ରହିଚି ସେଇଟାକୁ କେବେ ବାଦ ଦେଇକି ମୁଁ ବଞ୍ଚି ପାରିବିନି ଘର ପାଖରେ ମୋର ଅଳିଆମଳିଆ ହେଇକି ପତର, ଗଛ, ସବୁ ଆସିବ, ଆସିଯାଏ ଭିତରକୁ ବର୍ଷା ଯେତେବେଳେ ହୁଏ, କାଲି ଯେତେବେଳେ ଝଡ଼ ହେଲା, ମୁଁ କବାଟ, ଖିଡ଼ିକି ସବୁ ମେଲେଇ ଦେଲି । ମୁଁ ଚାହିଁଥିଲି କି ପବନ, ଘଡ଼ଘଡ଼ି, ବିଜୁଳି ଭିତରକୁ ଆସୁ; ଯେ ଧୂଳି ବି ଭିତରକୁ ଆସୁ । ମୋତେ କଟକର ଧୂଳି ମନ୍ଦ ଲାଗେନା । ମୋତେ କଟକର ବଞ୍ଚିବାର ଛଟକ ମନ୍ଦ ଲାଗେନା । ହେଲେ ଯେବେ ସବୁ କିଛିକୁ ଶୀଘ୍ର ବଦଳି ଯିବାର ଦେଖେ, ମୋତେ ବହୁତ ଖରାପ ଲାଗେ । ଗଛ ସବୁ ଚାଲିଗଲା ନଦୀ ଦୁଇଟା ପାଖରେ ଅଛି  । ଏକଦମ ବନ୍ଧ ତଳକୁ ପାଣି ଥିଲା କାଠଯୋଡ଼ି ବି ସେଇଆ ଥିଲା, ମହାନଦୀ ବି ସେଇଆ ଥିଲା । ମୁଁ ଷାଠିଏ, ସତୁରି ବର୍ଷ ତଳର କଥା କହୁଚି । ଏତିକି ଭାବିଲା ବେଳକୁ ଛାତିରେ କେମିତି ଗୋଟେ ଚାଉଁ କିନା ଲାଗେ । ଏମିତି ବଞ୍ଚି ହୁଏନା । ମୋତେ ତ ଏବେ ଲାଗୁଚି, ମୁଁ ଯେମିତି ଗୋଟେ ପୂରା ଅଲଗା ପରିବେଶରେ ବଞ୍ଚୁଚି ।

ମୁଁ ପାଟନାରେ କଲେଜରେ ଯେତେବେଳେ ପଢ଼ିଲି, ବିହାରରେ, ସାଙ୍ଗମାନେ କହନ୍ତି, ‘କଅଣରେ ତୁ ଓଡ଼ିଆମଗଧର ରାଜା କେମିତି ଯାଇକି ତୁମମାନଙ୍କୁ ଧ୍ୱଂସ କରିଦେଲେ ।’ ମୋ ମନ ସେତେବେଳେ ଭାରି ଦବି ଯାଉଥିଲା ସେ ଯୋଗୁ ମୁଁ ଅଶୋକଙ୍କୁ କେବେବ କ୍ଷମା ଦେଇ ପାରିନି ।  କ୍ଷମା ଦେଇ ପାରିନି ମୋ ଭୂଇଁର ଲକ୍ଷେ ଲୋକଙ୍କର ହତ୍ୟା ପାଇଁ । ଏ ଭୂଇଁ ମୋର ବୋଲି ମୁଁ ଭାବେ। ଏଣୁ ଅଶୋକଙ୍କୁ କ୍ଷମା ଦେବା ସମ୍ଭବ ନୁହେଁ । ଯେତେବେଳେ ଟ୍ରେନ୍ରେ ମୁଁ ପାଟନାରୁ କଟକ ଆସେ ଛୁଟିରେ, ଯେତେବେଳେ ବାଲେଶ୍ୱର ପାଖାପାଖି ହେବ, ଓଡ଼ିଆ ଭାଷା ଶୁଭିବ ତମ ଛାତି ଭିତର କଅଣ ହେଇଯାଏ । ଏତେ ଖୁସି ଲାଗେ କି ନିଜ ଘରକୁ ଫେରିଚ ବୋଲି । ସେଇ ଯୋଗୁ ଓଡ଼ିଶା ପ୍ରତି ମୋର ବେଶି ମମତା ଅଛି ମୁଁ ଯେତେବେଳେ ପିଲା ଥିଲି ଓଡ଼ିଆ କେବେ ମୋର ନଥିଲା ଖାଲି ଭାଷା ଯାହା କିଛି କହୁଥିଲି ଘରେ ହେଲେ ମୋର କିଛି ଥିଲା ଓଡ଼ିଶାର । ସେଇଥି ପାଇଁ ଯେଉଁ ପ୍ରଜାପତିକୁ ମୁଁ ପିଲାବେଳେ ଧରି ରଖି ପାରିଲିନି, ତାକୁ ପରେ ଆବୋରି ବସିବାକୁ ଚେଷ୍ଟା କଲି ।

ପ୍ରଶ୍ନ - ୱାଲଡେନ୍ ଆପଣଙ୍କର ଗୋଟେ ବହୁତ ପ୍ରିୟ ବହି ବୋଲି ଆପଣ ଠାଏ ଲେଖିଚନ୍ତି ଆପଣ ସମ୍ବଲପୁରରେ ତାହାକୁ ପ୍ରଥମେ ପଢ଼ିଲେ ଆପଣଙ୍କ କବିତାରେ ପ୍ରକୃତିକୁ ନେଇ ଗୋଟେ ବିରାଟ ବଡ଼ ଧାରା ଅଛି କେତେ ଆଲୋଚନା ହେଇଚି ମୁଁ ଜାଣିନି ବୋଧ ହୁଏ ହୋଇ ନାହିଁ ।ଆପଣଙ୍କୁ ଜଣେ ପ୍ରକୃତି କବି ଭାବରେ ମଧ୍ୟ ଗଣାଯାଇପାରିବ । କିନ୍ତୁ ଆପଣ ସଚେତନ ଭାବରେ ଯେତେବେଳେ କବିତା ଲେଖିବା ଆରମ୍ଭ କଲେ, ସେବେ କଅଣ ପ୍ରକୃତି ବିଷୟକ କବିତା କିଛି ପଢ଼ୁଥିଲେ ?

ୟନ୍ତ ମହାପାତ୍ର – ନା । ହେଲେ ମୋର ଏହି ଭୂଇଁଟି ପାଇଁ ଯଥାର୍ଥ ଅନୁରକ୍ତି ଅଛି । ଏଇ ଦୁଇ ବର୍ଷ ତଳେ ମୁଁ ଛଅ ଶହ କିଲୋମିଟର ଯାଇ କୋରାପୁଟ ବୁଲାବୁଲି କରିକି ଆଇଲି ଏବେ ଫୁଲବାଣୀ ଯାଇକି ବୁଲି ଆଇଲି ଜଙ୍ଗଲ, ଜଳପ୍ରପାତ, ଆଦିବାସୀ ଗାଆଁ, ମୋତେ ତାଙ୍କ ସହ ଯାଇଁ କଥା ହେଇ ଭଲ ଲାଗେ । ଏବେ ଦୁଇ ମାସ ତଳେ, ଅମୀୟରଞ୍ଜନ ମହାପାତ୍ର, ମୁଁ, ସୁବୋଧ ନାୟକ, ଅମରେଶ ପଟ୍ଟନାୟକ ଆମେ ସବୁ ଏକାଠି ଏଇ ବାରଙ୍ଗ ଜଙ୍ଗଲକୁ ଯାଇ ଭିତରେ ପଶି ଆଦିବାସୀ ଗାଆଁରେ ବୁଲାବୁଲି କରିକି ଆଇଲୁ ମୁଁ ଜାଣିନି ମୋତେ କାହିଁକି ସବୁ ଭଲ ଲାଗେ । ତାହାର କାରଣ ମୁଁ ଖୋଜି ବାହାର କରିବା ସମ୍ଭବ ନୁହେଁ ।

ପ୍ରଶ୍ନ  – ଆଗା ଶାହିଦ ଅଲି ଏବଂ ଆପଣ ଦୁଇଚି ପ୍ରଜନ୍ମର ଲୋକ; ଦୁଇଟି ପ୍ରଜନ୍ମର କବି ମଧ୍ୟ । କିନ୍ତୁ ଆପଣଙ୍କର ଓ ଶାହିଦ ଅଲିଙ୍କର କବିତା ମୋତେ ଅନେକ ଦୃଷ୍ଟିରୁ ଗୋଟିଏ କାବ୍ୟ ପରମ୍ପରାର ଅଂଶ ଭଳି ଲାଗେ । ତାଙ୍କର ଧାଡ଼ିର ଛନ୍ଦ, ଅନ୍ଦାଜେ ବୟାଁ, ତାହା ସମ୍ପୂର୍ଣ୍ଣ ଭାବରେ ଉର୍ଦ୍ଦୁର । ଯଦିଓ ସେ ଇଂରାଜୀରେ ଲେଖୁଛନ୍ତି । ଯଦି ତାଙ୍କର କିଛି ଧାଡ଼ି ଆପଣଙ୍କୁ ଖଟକୁଚି ଆଉ ତାହାକୁ ଆପଣ ସାଙ୍ଗେସାଙ୍ଗେ ଉର୍ଦ୍ଦୁରେ ମନ ଭିତରେ ଅନୁବାଦ କରିଦେବେ, ତାହା ହେଲେ ଆପଣ ଜାଣିଯିବେ ଯେ ସେ କଅଣ କରିବାକୁ ଚେଷ୍ଟା କରୁଚନ୍ତି । ଆପଣଙ୍କର ବହୁତ ପରିମାଣରେ ଧାଡ଼ି ସେଇଆ । ଆପଣଙ୍କର ଭାଷା ଇଂରାଜୀ କିନ୍ତୁ ବାକ୍‌ଛନ୍ଦ ଓଡ଼ିଆର । ଭାରତ ଭାଇ [ଓଡ଼ିଆ କବି ଭାରତ ମାଝୀ] ଯେତେବେଳେ ଅନୁବାଦ କଲେ ଆପଣଙ୍କର ‘ରିଲେଶନ୍‌ସିପ୍’କୁ, ସିଏ ଅନେକ ପରିଶ୍ରମ ସେବେ କରିଛନ୍ତି । କିନ୍ତୁ, ସେଇଟା ଏକ ଅସମ୍ଭବ ବ୍ୟାପାର ନୁହେଁ । ଧରନ୍ତୁ ଏ.କେ. ରାମାନୁଜନ୍‌ଙ୍କୁ କନ୍ନଡ଼ରେ ଅନୁବାଦ କଲେ ଅନୁବାଦକଙ୍କୁ ଜଳଦ୍‌ଘର୍ମ ହେବାକୁ ପଡ଼ିବ । ସେଇଟା କରିବା ଏତେ ସହଜ ନୁହେଁ । ମୁଁ ଜାଣିନି ଲୋକେ କାହିଁକି ଆପଣଙ୍କ କବିତାକୁ ବେଶି ଓଡ଼ିଆ କରି ନାହାନ୍ତି; କିନ୍ତୁ ତାଙ୍କୁ ଏତେ କଷ୍ଟ ହେବା କଥା ନୁହେଁ ।  ଯେମିତି ଆଗା ଶାହିଦ ଅଲିଙ୍କର କବିତାକୁ ଉର୍ଦ୍ଦୁ କରିବାଟା ଅପେକ୍ଷାକୃତ ଭାବରେ ସହଜ । ଆପଣଙ୍କୁ ଆଗା ଶାହିଦ ଅଲି କବି ହିସାବରେ କେମିତି ଲାଗନ୍ତି ? ସେ ତ ଆରପାରିକୁ ଗଲେଣି ।

ୟନ୍ତ ମହାପାତ୍ର – ଦେଖ । ମୋର ଆଉ ଆଗା ଶାହିଦ ଅଲି ଦୁଇ ଜଣଙ୍କର କବିତା ୧୯୬୮ ମସିହାରେ କଲିକତାରୁ ବାହାରୁ ଥିବା ‘ଲିଭେଣ୍ଟ୍’ ବୋଲି ଗୋଟେ ପତ୍ରିକାରେ ବାହାରିଥିଲା । ମୁଁ ଯେତିକି ତାଙ୍କର କବିତା ପଢ଼ିଚି ମୋତେ ଭଲ ଲାଗିଚି ।

ପ୍ରଶ୍ନ -ସେତ ଆମେରିକାରେ ରହି ଇଂରାଜୀରେ ଲେଖୁଥିଲେ । କିନ୍ତୁ ଭାରତରେ ଇଂରାଜୀ କବିତା ଲେଖିବାର ପରମ୍ପରାରେ ପ୍ରାୟତଃ, ଆଉ ଗୋଟିଏ ଭାରତୀୟ ଭାଷା ନ ଜାଣିକି କିମ୍ବା ସେଥିରେ କାମ କରିବାକୁ ନ ଚାହିଁକି, ଇଂରାଜୀରେ କବିତା ଲେଖିବା, ଏପରି ହେଉ ନ ଥିଲା । ଏକ ଦୃଷ୍ଟିରୁ ସବୁ ଭାରତୀୟ ଇଂରାଜୀ କବି ଆଗରୁ ପ୍ରାୟତଃ ଦ୍ୱିଭାଷୀ ଥିଲେ । କିନ୍ତୁ ଏବେ ସେ ଦ୍ୱିଭାଷୀତାଟା ତ କମିକମି ଚାଲିଚି । ଭାରତରେ ଇଂରାଜୀ କବିମାନଙ୍କ ଭିତରେ ଏଇ କମିଯାଉଥିବା ଦ୍ୱିଭାଷିତାର ପରିଣାମ କଅଣ ?

ୟନ୍ତ ମହାପାତ୍ର – ତୁମକୁ ଲାଗୁଛି ତାହା କମୁଚି ବୋଲି ? ମୋତେ ସେମିତି ଲାଗୁନି ଶୈଲେନ ।  ମୋତେ ଯାହା ବୁଝା ପଡ଼ୁନି, ତାହା ହେଲା, ଯଦି ଜଣଙ୍କ ନିଜ ମାତୃଭାଷାରେ ବ୍ୟୁତ୍ପୁତି ଅଛି, ତାହେଲେ ସେ ଇଂରାଜୀରେ କବିତା ଲେଖିବାକୁ ଯିବ କାହିଁକି । ନିଜ ଭାଷା କବିତା ଲେଖିବା ପାଇଁ ସବୁଠୁ ଭଲ । ସେଇଟା ହିଁ କଥା । ହେଲେ ଏବେ ଲୋକେ କାହିଁକି ଯେ ଅନ୍ୟଥା କରୁଚନ୍ତି, ଜଣାନାହିଁ । ନା । ଏ ବିଷୟରେ ମୁଁ ତମ ସହ ରାଜି ନୁହେଁ, ଯେ ଦ୍ୱିଭାଷୀତା କମୁଚି । ଏବେ ବି କିଛି ଲୋକେ ଦୁଇଟି ଭାଷାର ବ୍ୟବହାର କରୁଚନ୍ତି । ଆଉ ଆଗରୁ ଯେ ଅନେକ ଦ୍ୱିଭାଷୀ କବି ଥିଲେ, ତାହା ବି ନୁହେଁ । 

ପ୍ରଶ୍ନ – କଟକର ମାରୁଆଡ଼ି ପଟିର କଚୁଡ଼ି, ସମ୍ବଲପୁରର ଟାଉନ ହୋଟେଲର ବିରି ବରା, ବାଲେଶ୍ୱରର ଆଟମ୍ ବମ୍ ଆଳୁଚପ୍, ସୁକିନ୍ଦାର ଆଦିବାସୀ ଗାଁରେ ପୋଡ଼ା ବାର୍ହା ମାଂସ ଆଦି ବିଷୟରେ ଆପଣଙ୍କ ଆତ୍ମଜୀବନାରେ ବେଶd ବର୍ଣ୍ଣନା ଅଛି । ଏଠିତ ଆପଣ ପଚାଶ ବର୍ଷରୁ ବେଶି ରହିଲେଣି ବୋଧ ହୁଏ । ଆପଣଙ୍କୁ କଅଣ ସବୁ ଖାଇବାକୁ ଭଲ ଲାଗୁଥିଲା, ଯାହା ଆଗରୁ ମିଳୁଥିଲା, ହେଲେ ଆଖପାଖରେ ଆଉ ମିଳୁନାହିଁ  ?

ୟନ୍ତ ମହାପାତ୍ର – ଏଇ ଯୋଉ ପର୍ବପର୍ବାଣୀ ହେରିକା ହୁଏ, ରଜ ହେଲା, ପିଠାପଣା, ଏଇ ଘାଣ୍ଟ ତରକାରି, ପିଠା, ୟାଡୁ ସିଆଡ଼ୁ ଆସିବ । ଆମ ସାଙ୍ଗମାନେ ଜାଣନ୍ତି । ଦୀପକ ସାମନ୍ତରାୟ ଇତ୍ୟାଦି ମୋ ପାଇଁ  ଦହିବରା ଆଳୁଦମ ଆଣି ଦିଅନ୍ତି ।  ଆରିସା ପିଠା ଯୋଉ ବିକ୍ରି ହୁଏ, ବୋତଲରେ ଥୁଆ ହୋଇଥିବ, ମୋତେ ଭଲ ଲାଗେ । ବହୁତ ଜିନିଷ ତ ସେମିତି ଆଉ ମିଳୁନି । ଖସା ଲଡ଼ୁ ଏମିତି ସବୁ ଆଗରୁ ମିଳେ । ଗୁଡ଼ ଦେଇକି ତାକୁ କରନ୍ତି । ଆଉ ମିଳୁନି । ଏଇ ଛୋଟ ଛୋଟ ବଏଲ୍‌ଡ଼୍ ସୁଇଟ୍ସ୍ ।  ମିଠେଇ ଯୋଉଟାକୁ କୁହନ୍ତି । ଲଜେଞ୍ଜେସ୍ । ମିଠା ନୁହେଁ । ମିଠେଇ । ବେଶି ମିଳୁନି ଆଉ ।

ପ୍ରଶ୍ନ - ଆପଣ ଯେତେବେଳେ କବିତା ଲେଖିବା ଆରମ୍ଭ କଲେ, ସେତେବେଳେ ବମ୍ବେରେ ଗୋଟେ ମିଥ୍ୟା-ଶ୍ଳେଷାତ୍ମକ (ମକ୍-ଆଇରନିକାଲ୍) ସ୍ୱରରେ କବିତା ବେଶି ଲେଖା ହେଉଥିଲା । କିନ୍ତୁ ସେଇ ସମୟରେ ଲିଖିତ ଆପଣଙ୍କର କବିତାଗୁଡ଼ିକ ଭାବସର୍ବସ୍ୱ, ଯଦିଓ ସେଥିରେ ଅନେକ ବୌଦ୍ଧିକ କାମ ମଧ୍ୟ ଅଛି । ଯଦି ଆପଣଙ୍କୁ ଆମେ ଭାରତୀୟ ଇଂରାଜୀ କବିତାର ଗୋଟିଏ ପରମ୍ପରାର ଜନକ ହିସାବରେ ଦେଖିବା, ତାହାହେଲେ ଆଉ କାହାକାହାକୁ ସେହି ପରମ୍ପରାର ବାହକ ଭାବରେ ଦେଖୁଛନ୍ତି ? ଯେଉଁମାନଙ୍କର କବିତା ଆତ୍ମସଚେତନ ଭାବରେ ବୁଦ୍ଧିବାଦୀ ନୁହେଁ, ବରଂ ଭାବପ୍ରଧାନ । 

ୟନ୍ତ ମହାପାତ୍ର – ଉତ୍ତରପୂର୍ବ ଭାରତରେ ଆଜିକାଲି ଅନେକ ଲେଖା ହେଉଚି ସେମିତି । କିନ୍‌ଫାମ୍ [କିନ୍‌ଫାମ୍ ସିଂ ନଂକିନ୍‌ରିହ୍] ବୋଲି ମୋର ଗୋଟେ ସାଙ୍ଗ, ରବିନ୍ [ରବିନ୍ ଏସ୍. ନ୍ୟାଂନ୍ୟମ୍] ବୋଲି ମୋର ଆଉ ଗୋଟେ ସାଙ୍ଗ, ନବନୀତା ବୋଲି ଗୋଟେ ଝିଅ, ଏମାନେ ବହୁତ ଭଲ ଲେଖୁଚନ୍ତି । ଆଉ ସେମାନେ ତାଙ୍କର ନିଜ ଯାଗା ବିଷୟରେ ଲେଖୁଚନ୍ତି । ତାଙ୍କର ଚେର ସେଇଠି ଅଛି । ତୁମେ ଯେବେ କବିତା ବିଷୟରେ କଥା ହୁଅ, କାବ୍ୟ ତୁମେ ବଞ୍ଚୁଥିବା ଜାଗାରୁ ହିଁ ବାହାରେ । ମୋର ଅନେକ ସୁଯୋଗ ଥିଲା ଆମେରିକାକୁ ଯାଇଁ ଗୋଟେ ବିଳାସୀ ଜୀବନ ଯିଇଁବା ପାଇଁ । ହେଲେ ମୁଁ ତାହା କରି ପାରିଲିନି । କାହିଁକି ଜାଣେନା, ହେଲେ ମୋ ଦେଇ ତାହା ସମ୍ଭବ ହେଲାନି । ମୁଁ ଜାଣିନି କଅଣ ପାଇଁ । କିନ୍ତୁ ମୋତେ କଟକରେ ବହୁତ ଭଲ ଲାଗେ । ସେହି ଯୋଗୁଁ ମୁଁ ଯାଇ କରି ଆଉ କେଉଁଠି ରହି ପାରେନି । ଏଇଠି ରହିଛି । ବାସ୍ ସେତିକି ।

ପ୍ରଶ୍ନ - ଦେବାନନ୍ଦ ବାବୁଙ୍କ ସହିତ ଆପଣଙ୍କର ସମ୍ପର୍କ ସହିତ କିଛି କଥା ହେବାକୁ ଚାହିଁବି । ସେ କେବେ ଦିଲ୍ଲୀ ଗଲେ । ଆପଣ ଚନ୍ଦ୍ରଭାଗାର ପ୍ରଥମ ସିରିଜ୍‌‌ର ଚଉଦଟି ସଂଖ୍ୟା ବାହାର କରିବାର ପରେ ? କିନ୍ତୁ କେବେ ?

ୟନ୍ତ ମହାପାତ୍ର – ସେତେବେଳେ ତାଙ୍କ ବାପା ଭାରତର ମୁଖ୍ୟ ବିଚାରପତି । ରଙ୍ଗନାଥ ମିଶ୍ରଙ୍କ ପୁଅ ସିଏ । ସେତେବେଳେ ତାଙ୍କ ବାପା ଚାହିଁଲେ ତାଙ୍କ ପୁଅ ଏଠୁ ଛାଡ଼ିକି ଯିବା ପାଇଁ । ସେ ଯାଇ ଦିଲ୍ଲୀରେ ଓକିଲାତି କଲା । ସେ ବଢ଼ିଆ ଓକିଲ ଥିଲା । ତା’ର ଇଂରାଜୀ, ଦୃଷ୍ଟିଭଙ୍ଗୀ, ତର୍କ – ଏ ସବୁ ଚମତ୍କାର ଥିଲା । ମୁଁ ତାକୁ ମାମଲା ଲଢ଼ିବାର ଦେଖିଚି । ସେ ନିଜ କାମରେ ବହୁତ ଭଲ ଥିଲା । ସେ ଦିଲ୍ଲୀ ଚାଲିଗଲା । ଅନେକ ଦିନ ପରେ ଫେରିଲା । ଫେରି ଆସି ଚନ୍ଦ୍ରଭାଗାକୁ ଆଉ ଥରେ ଜୀବନ ଦେଲା । ମୋତେ କହିଲା, ‘ସାର୍, ଆମେ ଆଉ ଥରେ ଚନ୍ଦ୍ରଭାଗା ଆରମ୍ଭ କରିବା ।’ ପୁଣି ଥରେ କାମ ଜମି ଆସୁଥିଲା । ଆମେ ଦୁଇଦୁଇଟା କବିତା ବୈଠକିର ଆୟୋଜନ କଲୁ । ଚନ୍ଦ୍ରଭାଗା ଆଉ ଥରେ ପୁଣି ଆରମ୍ଭ ହେଲା । ଫେରି ଆସିବାର ବର୍ଷେ ହେଇଚି କି ନାହିଁ ସେ ହଠାତ୍ ଚାଲିଗଲା । ମୋ ପାଇଁ ସେଇଟା ଗୋଟେ ଭୟଙ୍କର ସମୟ ଥିଲା । ପୁଅଟିଏ ଚାଲିଗଲା ଭଳି କଥା । ଆଠ ବର୍ଷ ହେଲାଣି ସେ ଯିବାର । ଦେବାନନ୍ଦର ମୋର ବହୁତ ବୁଲାବୁଲି କରିଚୁ । ତା’ର ଯୋଉଠି କାମ ଥାଏ, ସେ ମୋତେ ନେଇ ଯାଏ । ମୁଁ କେତେ ଖୁସି ଥିଲି ସେ ଫେରି ଆସିଲା ପରେ । ଆଉ ତା’ ପରେ ମୁଁ ନିଜ ପୁଅକୁ ହରେଇଲି । ଏଇ ଦେଢ଼ ଦୁଇ ବର୍ଷ ତଳେ ।  

ପ୍ରଶ୍ନ - କୋଲଟକରଙ୍କର କିଛି କବିତା ଅଛି ଉଭୟ ଇଂରାଜୀ ଓ ମରାଠୀରେ, ଯାହାକୁ ଦେଖି ଜାଣିବା କଷ୍ଟ କି କୋଉଟା ମୂଳ କେଉଁଟା ଅନୁବାଦ ଆପଣଙ୍କର କିଛି କବିତାର ଯୋଡ଼ି ଅଛି ଇଂରାଜୀ ଓଡ଼ିଆରେ, ଯାହା ଭିତରର ସମ୍ପର୍କ ଅନୁବାଦର ସମ୍ପର୍କ ନୁହେଁ ମୁଁ ଗୋଟିଏ ଉଦାହରଣ ଦେଉଛି ଧରନ୍ତୁବାୟାରାଜାବହିରେଆମ୍ବଗଛବୋଲି ଗୋଟିଏ କବିତା ଅଛି, ଆଉଲାଏ ଅଫ୍ ଡନ୍ସ୍ବହିରକୋଲାବରେଶନ୍କବିତାଟି ଉଭୟ କବିତା ଗୋଟିଏ ହିଁ ଅନୁଭୂତିରୁ ସୃଷ୍ଟ ହେଲେ କେଉଁଟା ବି ଅନ୍ୟଟିର ଅନୁବାଦ ନୁହଁ  

ଜୟନ୍ତ ମହାପାତ୍ର – ଉଭୟ ଇଂରାଜୀ ଓ ଓଡ଼ିଆ କବିତା ମୋ ନିଜର ଅନୁଭୂତିରୁ ହିଁ ଆସିଚନ୍ତି । ଯଦି ତୁମେ ମୋର ଇଂରାଜୀ ଓ ଓଡ଼ିଆ କବିତାଗୁଡ଼ିକୁ ଏକାଠି ଧରି ରଖିବ, ତାହା ହେଲେ ମୋର ଜୀବନର ଏକ ରୂପ ତିଆରି ହେଇଯିବ । ତୁମେ ଯେଉଁ କବିତା ଯୋଡ଼ିଟି କଥା କହିଲ, ତାଙ୍କର ସମ୍ପର୍କଟି ବିଷୟରେ ତୁମେ କହିଲା ପରେ ହିଁ ଆଜି ଯାଇଁ ସଚେତନ ହେଲି । ଯଦିଓ ଦୁଇଟି ଯାକ ଅଲଗା ମଧ୍ୟ । ‘ଆମ୍ବଗଛ’ କବିତାଟି ସିଧା ମୋର ରକ୍ତମାଂସରୁ ଆସିଚି, ସେଇଟି ଟିକେ ଅଧିକ ଅନ୍ତରଙ୍ଗ । କବିତାଟି ସିଧା ସେଇ ଜୟନ୍ତ ମହାପାତ୍ର - ଯିଏ ନିଜ ବାପାଙ୍କ ସହିତ ଥିଲା ଆଉ ବାପା ପୁଅ ମିଶି ଗଛଟି ରୋଇଥିଲେ - ତାହାଠୁଁ ଆସିଚି । ସେଇ ଅନ୍ତରଙ୍ଗତା ଇଂରାଜୀ କବିତା ‘କୋଲାବରେଶନ୍‌’ରେ ନାହିଁ । ସେଇଟି ଗୋଟେ ପୂରା ଅଲଗା କବିତା । ତାହା ଉପରେ ମୁଁ ଇଂରାଜୀ ଭାଷାରେ ପଢ଼ିଥିବା ଅନେକ କବିତାର ପ୍ରଭାବ ମଧ୍ୟ ଅଛି । କିନ୍ତୁ ‘ଆମ୍ବଗଛ’ କବିତାଟି ଆସିଚି ସିଧା ମୋର ମାନସରୁ, ମୋର ଅନୁଭୂତିରୁ । ସେଇଥିରୁ ବୋଧହୁଏ ଏଇ ଦୁଇଟି କବିତା ଭିତରେ ଥିବା ସମ୍ପର୍କର କିଛି ଖିଅ ମିଳିପାରେ ।

ପ୍ରଶ୍ନ  – ଆପଣ ବହୁତ ଅନୁବାଦ ବି କରିଛନ୍ତି । ନିଜେ କରିଥିବା ଅନୁବାଦଗୁଡ଼ିକ ଭିତରୁ କେଉଁଟି ଆପଣଙ୍କୁ ଭଲ ଲାଗେ

ଜୟନ୍ତ ମହପାତ୍ର – ମୁଁ ରୁଦ୍ର ସୁଧାନିଧିର ଯେତେକ ଅଂଶ ଅନୁବାଦ କରିଚି, ମୋତେ ଭଲ ଲାଗିଚି । ଜଣେ ସାଧୁ ଯେ ଏପରି ଗ୍ରନ୍ଥଟିଏ ଲେଖିବେ, ତାହା ଗୋଟେ ଆଶ୍ଚର୍ଯ୍ୟଜନକ ବିଷୟ । ଅବଶ୍ୟ ଏହା ଗୋଟିଏ କଠିନ ବହି ଆଉ ଅନେକ ଭାବରେ ମୋର କ୍ଷମତାର ବାହାରେ ଥିଲା । ମୁଁ ଖୋଜିଲି ଯିଏ ମୋ ପାଇଁ ଟିକେ ସେ ବିଷୟରେ ବ୍ୟାଖ୍ୟା କରି ପାରିବେ । କିନ୍ତୁ ମୁଁ ସେପରି କାହାକୁ ଖୋଜି ପାଇଲି ନାହିଁ । 

ପ୍ରଶ୍ନ – ମୁଁ କହିବି ମୋତେ କାହିଁକି ସେଇ ଟେକ୍ସ୍‌ଟ୍ ଟି ଭଲ ଲାଗେ ? ଆପଣ ଯେମିତି କଟକିଆ ମୁଁ ସେମିତି ଭୁବନେଶ୍ୱରିଆ । ଯେତିକି ଦୂର ଜଣା, ବହିଟିର ଲେଖକ ନାରାୟଣ ଅବଧୁତ ସ୍ୱାମୀ ଭୁବନେଶ୍ୱରର ଲୋକ । ଆପଣ ଯଦି ବଡ଼ ପାଟି କରି ପଢ଼ିବେ, ଆପଣ ନ ବୁଝନ୍ତୁ ମଧ୍ୟ ତ ସେ ବାକ୍ୟଗଠନର ଯାଦୁ ଆପଣଙ୍କ ଭିତରେ ଭେଦିବ । ଭାବନ୍ତୁ ଏଇଟା ପ୍ରଥମ ଗଦ୍ୟ । ପଛକୁ ଫେରି ଚାହିଁ ଦେଖି ଶିଖିବା ଲାଗି ତାଙ୍କ ପାଇଁ ବୋଧ ହୁଏ ପରମ୍ପରାଟିଏ ନ ଥିଲା ।

ଜୟନ୍ତ ମହପାତ୍ର – ହଁ ହଁ । ବୁଝିଲି । ବହୁତ ଭଲ । ପୂରା ଆଶ୍ଚର୍ଯ୍ୟଜନକ ।  ସେମିତି ବାକ୍ୟ ଲେଖିବା ଭାରି କଷ୍ଟ । ବହୁତ ପରିଶ୍ରମ ପଡ଼େ ।

ପ୍ରଶ୍ନ – ଆପଣଙ୍କ ସମୟରେ ଆଉ ଏବେ ମଧ୍ୟ ଇଂରାଜୀରେ ଏତେ ଲୋକ ଲେଖିବାକୁ ଚାହୁଁଚନ୍ତି । ବର୍ତ୍ତମାନ ଯିଏ ଲେଖୁଚି ଇଂରାଜୀରେ, ତାହା କବିତା ହେଉ କିମ୍ବା ଅନ୍ୟ କିଛି ବି ହେଉ, ଗପ ହେଉ, ନାଟକ ହେଉ, ଆଉ ଯ।ହା କିଛି ବି ହେଉ, ଇଂରାଜୀ ଭାଷାରେ ଏବେ ‘ଇଣ୍ଡିଆନ୍ ଲିଟେରେଚର୍‌’କୁ ଛାଡ଼ିଦେଲେ ପ୍ରିଣ୍ଟ୍‌ରେ ସାହିତ୍ୟ ପତ୍ରିକା ଆଉ ପ୍ରାୟତଃ କିଛି ନାହିଁ । ଯଦି ଜଣେ ଲେଖିବ, ତାହାହେଲେ ଭାରତ ବାହାରକୁ ନ ପଠାଇ କିଛି ଉପାୟ ନାହିଁ । କିନ୍ତୁ ଠିକ୍ ସେଇ ସମୟରେ ଇଂରାଜୀ ପ୍ରକାଶନରେ ଏକ ବିରାଟ ବିସ୍ଫୋରଣ ଘଟିଛି । ଏହା କିପରି ସମ୍ଭବ ? ଅନେକ ଇଂରାଜୀ ଖବରକାଗଜରେ ତ ଆଗରୁ ସାହିତ୍ୟ ପୃଷ୍ଠା କିଛି  ଥିଲା । ସେତକ ବି ଆଉ ନାହିଁ । ଗତି ତ ଓଲଟା ଆଡ଼କୁ ।

ୟନ୍ତ ମହାପାତ୍ର – ମୁଁ ମଧ୍ୟ ଏହା ବୁଝି ପାରିନି । ଭାବିଚି ଅନେକ । କିନ୍ତୁ କିଛି କାରଣ ଖୋଜି ପାଇନି କି ଇଂରାଜୀରେ ସୃଜନଶୀଳ ସାହିତ୍ୟ ପାଇଁ କାହିଁକି ଭଲ ଷ୍ଟାଣ୍ଡାର୍ଡ଼ ପତ୍ରିକା ଖଣ୍ଡିଏ ନାହିଁ । ‘ଟେଲିଗ୍ରାଫ୍‌’ର ସାହିତ୍ୟ ପୃଷ୍ଠା ମୁଁ ସମ୍ପାଦନା କରୁଥିଲି କେତେ ବର୍ଷ ପାଇଁ । ସେଇଟା ଅନେକ ଭଲ ହେଉଥିଲା । ‘ସଣ୍ଡେ ଏଜ୍’ ଗୋଟେ ଦିଲ୍ଲୀରୁ ବାହାରୁଥିଲା । ସେମାନେ କିଛି କବିତା ଛପାଉଥିଲେ । ଇଂରାଜୀ ଖବରକାଗଜମାନେ ସାହିତ୍ୟ ପାଇଁ ଅତି କମ୍‌ରେ ମାସକୁ ପୃଷ୍ଠାଟିଏ ଦେବା କଥା । ମୁଁ ଏଇଟା ଏ ପର୍ଯ୍ୟନ୍ତ ବୁଝି ପାରିନି କି ଆମେ ଦିନକୁଦିନ ଇଂରାଜୀରେ ବେଶିରୁ ବେଶି ଲେଖି ଚାଲିଚେ, ହେଲେ ସୃଜନଶୀଳ ସାହିତ୍ୟ ପାଇଁ ନିୟମିତ ପତ୍ରିକାଟିଏ ଚଲାଇ ପାରୁନେ । ବୋଧହୁଏ ଆମର ଭଲ ସମ୍ପାଦକ ନାହାନ୍ତି, ଆଉ ସେଇଥି ପାଇଁ ଭଲ ପତ୍ରିକାଟିଏର ମଧ୍ୟ ଅଭାବ ରହୁଚି ।