ଚିତ୍ର ସୌଜନ୍ୟ: ଫେସବୁକ୍

ଆଜି ଚାଲ କଥା ହେଇଯିବା
ଦି'ପଦ
କିଏ ଜାଣିଛି କାଲି ତୁମେ କେଉଁଠି ଥିବ ଓ
ମୁଁ କେଉଁଠି !

କଥା ହେଲେ ଛାତିରୁ ଓହ୍ଲେଇଯିବ ବୋଝ
ହୁଏତ ବାହାହେଇ ପାରିନଥିବ କାହାର ଝିଅ ତ
କାହାର ପୁଅ ଥିବ ବେକାର
(ଆଜି କାଲି କାହା ପାଖେ କାମ ଅଛି କହିଲ ?)
ଫୋନ୍ ରେ ହେଉ କି ଇ-ମେଲ୍ କି
ହ୍ଵାଟସ ଆପ୍ ରେ କଥା ହେବା ଦି'ପଦ
କିଏ ଜାଣେ, କେଉଁଠି ଥିବା ଆମେ ଦୁହେଁ
କାଲି, କେଉଁ ବାଟରେ...

ଆଜି ବଞ୍ଚିଛେ ଯଦି
ଚାଲ ଆଜି ହିଁ କଥା ହେବା, କାଲି ନୁହଁ
କହିବାକୁ ଅଛି ଅନେକ କଥା
କାଲି ଥିବା କି ନଥିବା

ଚାଲିଗଲ ? କେବେ ଗଲ…
କୁଆଡ଼େ ଗଲ ଯେ

ଖବରକାଗଜ ରେ ଲେଖାଥାଏ
ଅନେକ ବିବୃତ୍ତି ଓ ଶୋକବାର୍ତ୍ତା
ଲୋକେ ଏଇଥିପାଇଁ ଲେଖନ୍ତିନି ଯେ ତୁମକୁ ପାଉଥିଲେ ଭଲ
ଲୋଭ ସେମାନଙ୍କ ନାଁ ଛପିବ ଆଜି
ଖବରକାଗଜରେ

ଉଇଖିଆ ବହିଟେ
ଝଡ଼ିଗଲା ଯେ କ'ଣ ହେଲା ଯେ
କାଲି କିଣିନେବା ଆଉ ଗୋଟେ ବହି ନୂଆ
ରଖିବା ଆଲମାରୀ ରେ ଯେ ଆମେ ବି ପଢୁ କିଛି ବହି

ଭଲକଲ, ଚାଲିଗଲ
କାଳରେ ଅକାଳରେ...
ସ୍ମୃତିରେ ବସ୍ମୃତିରେ !