ଯଦି ଆପଣ ନରୱେ, ସ୍ୱିଡେନ, ଫିନଲ୍ୟାଣ୍ଡ, ଗ୍ରୀନଲ୍ୟାଣ୍ଡ, କିମ୍ବା କାନାଡା ପରି ଦେଶରେ ବାସ କରୁଛନ୍ତି, ତେବେ ଆପଣ ବୋଧହୁଏ ଅରୋରା ବୋରାଲିସ୍ (aurora borealis) ବା ନର୍ଦନ ଲାଇଟ୍ସ (Northern Lights) ସହ ପରିଚିତ ଥିବେ । ଏହି ଇଥେରାଲ୍ ଆଲୋକ ଦେଖିବାକୁ ଏତେ ସୁନ୍ଦର ଯେ ଆଧୁନିକ ବିଜ୍ଞାନ ପୂର୍ବରୁ ଥିବା ଏହି ଆଲୋକ ବିଷୟରେ ଅନେକ ରୋଚକ କଥା ଶୁଣିବାକୁ ମିଳେ । କିଛି ଇନ୍ୟୁଟ୍ ଲୋକମାନେ ବିଶ୍ବାସ କରନ୍ତି ଯେ ତାଙ୍କ ପୂର୍ବଜମାନେ ଏହି ଆଲୋକ ମାଧ୍ୟମରେ ନାଚୁଛନ୍ତି । ନର୍ସ (Norse) ଲୋକମାନେ ଭାବୁଥିଲେ ଉତ୍ତର ଆଲୋକ ଆକାଶକୁ ଏକ ଏକ ଅଗ୍ନିର ପୋଲ | ଅବଶ୍ୟ, ଆଜି, ଆମେ ଆକାଶରେ ସବୁଜ, ଗୋଲାପୀ, ନାଲି ଏବଂ ନୀଳ ଆଲୋକର ଝଲସି ଉଠୁଥିବା ବ୍ୟାଣ୍ଡ ପଛରେ ଥିବା ବିଜ୍ଞାନକୁ ବୁଝିପାରୁ | କିନ୍ତୁ ପ୍ରକୃତରେ ଏକ ଅରୋରା କ’ଣ ଏବଂ ଏହା କିପରି କାମ କରେ ?

ଅରୋରା ୯୩ ମିଲିୟନ୍ ମାଇଲ୍ ଦୂରରେ ଆରମ୍ଭ

ଅରୋରା ବିଷୟରେ ବୁଝିବାକୁ ହେଲେ ଆମକୁ ପ୍ରଥମେ ସୂର୍ଯ୍ୟ ବିଷୟରେ ଜାଣିବାକୁ ହେବ । ସୂର୍ଯ୍ୟ ପୃଥିବୀ ଠାରୁ ୯୩ ମିଲିୟନ ମାଇଲ ଦୂରରେ ଅଛି । କିନ୍ତୁ ଏହାର ଦୂରତା ସତ୍ତ୍ୱେ ଏହା ପୃଥିବୀକୁ ଯଥେଷ୍ଟ ପ୍ରଭାବିତ କରିଥାଏ | ସୂର୍ଯ୍ୟ ହେଉଛି ଏକ ବିଶାଳ ଆଣବିକ ଶକ୍ତି କେନ୍ଦ୍ର ଯେଉଁଠାରେ ତାପମାତ୍ରା ଏବଂ ଚାପ ଏତେ ଅଧିକ ଯେ ହାଇଡ୍ରୋଜେନ୍ ପରମାଣୁ ଏକତ୍ର ରହି ହିଲିୟମ୍ ପରମାଣୁ ହୋଇଯାଏ । ଏହି ପ୍ରକ୍ରିୟା ଉତ୍ତାପ, ଆଲୋକ ଏବଂ ଚାର୍ଜ ହୋଇଥିବା ଗ୍ୟାସ୍ (ପ୍ଲାଜମା) ଆକାରରେ ଶକ୍ତି (ଊର୍ଜା) ମୁକ୍ତ କରିଥାଏ । ଚାର୍ଜ ହୋଇଥିବା ଗ୍ୟାସ୍ (ଅବଶୋଷିତ ଗ୍ୟାସ) ସୂର୍ଯ୍ୟ ପୃଷ୍ଠକୁ ଯାଏ, ଯେଉଁଠାରେ ଏହା ବେଳେବେଳେ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରେ । ଯଦି ଯଥେଷ୍ଟ ଗ୍ୟାସ୍ ଏବଂ ଯଥେଷ୍ଟ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ, ତେବେ ସେଠାରେ ଚୁମ୍ବକୀୟ କ୍ଷେତ୍ର ପ୍ରସାରିତ ହେବା ସହ ଶେଷରେ ସ୍ନାପ୍ ହୋଇ ସୂର୍ଯ୍ୟଙ୍କଠାରୁ ଅଲଗା ହୋଇ ମହାକାଶକୁ ଯାଇଥାଏ । ଏହାକୁ କରୋନାଲ୍ ମାସ୍ ଇଜେକସନ (coronal mass ejection) କୁହାଯାଏ । ଏହା ହେଉଛି ଏକ ପ୍ରକାର ସୋଲାର ଷ୍ଟର୍ମ ବା ସୌର ତୋଫାନ।

ଯେତେବେଳେ ପ୍ରାୟ ୧୨ ଘଣ୍ଟା ପରେ ପ୍ଲାଜମା ପୃଥିବୀରେ ପହଞ୍ଚେ, ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହିତ କାର୍ଯ୍ୟ କରିଥାଏ । ପୃଥିବୀକୁ ଘେରି ରହିଥିବା ଚୁମ୍ବକୀୟ କ୍ଷେତ୍ର ଚାର୍ଜ ହୋଇଥିବା ଗ୍ୟାସକୁ ଗ୍ରହର ଉପର କିମ୍ବା ତଳକୁ ଡିଫଲେକ୍ଟ କରି ଉତ୍ତର ଏବଂ ଦକ୍ଷିଣ ପୋଲର ଚୁମ୍ବକୀୟ କ୍ଷେତ୍ର ରେଖା ଏବଂ ବାୟୁମଣ୍ଡଳକୁ ଯିବାକୁ ବାଧ୍ୟ କରିଥାଏ ।

ଯେତେବେଳେ ଉଚ୍ଚ-ଶକ୍ତି କଣିକା (ସାଧାରଣତଃ ଇଲେକ୍ଟ୍ରନ୍) ପୃଥିବୀରେ ପ୍ରବେଶ କରେ, ସେମାନେ ଉପର ବାୟୁମଣ୍ଡଳରେ ନିରପେକ୍ଷ ପରମାଣୁ ସହିତ କାର୍ଯ୍ୟ କରନ୍ତି । ଏହି ପାରସ୍ପରିକ କ୍ରିୟା ଆମ ବାୟୁମଣ୍ଡଳରେ ଥିବା ଇଲେକ୍ଟ୍ରନଗୁଡିକୁ ଉତ୍ତେଜକ କରିଥାଏ । ଯେତେବେଳେ ଇଲେକ୍ଟ୍ରନ୍ ଗୁଡିକ ସେମାନଙ୍କର ମୂଳ ସ୍ଥିତିକୁ ଫେରି ଆସନ୍ତି, ସେମାନେ ବିଭିନ୍ନ ତରଙ୍ଗଦେର୍ଘ୍ୟର ଆଲୋକ ନିର୍ଗତ କରନ୍ତି ।

ଅରୋରାରେ ଦେଖାଯାଉଥିବା ରଙ୍ଗଗୁଡ଼ିକ ପରମାଣୁ ସହିତ ସିଧାସଳଖ ଜଡିତ ହୋଇ ଅଧିକ ଉତ୍ତେଜକ ହୋଇଥାନ୍ତି । ପୃଥିବୀର ବାୟୁମଣ୍ଡଳ ମୁଖ୍ୟତଃ ନାଇଟ୍ରୋଜେନ ଏବଂ ଅମ୍ଳଜାନକୁ ନେଇ ଗଠିତ, ଏଗୁଡ଼ିକ ହେଉଛି ପରମାଣୁ ଏବଂ ଅଣୁ ଯାହା ଉତ୍ସାହିତ ହୋଇଯାଏ । ଆୟୋନାଇଜଡ୍ ନାଇଟ୍ରୋଜେନ୍ ବାଇଗଣୀ ଏବଂ ନୀଳ ରଙ୍ଗର ଆଲୋକ ସୃଷ୍ଟି କରେ । ଅମ୍ଳଜାନ ପରମାଣୁ ଉତ୍ତେଜିତ ଅବସ୍ଥାରେ ସବୁଜ, ହଳଦିଆ ଏବଂ ନାଲି ଆଲୋକ ସୃଷ୍ଟି କରେ; ଏବଂ ଉତ୍ତେଜିତ ଅବସ୍ଥାରେ ନାଇଟ୍ରୋଜେନ ଅଣୁଗୁଡ଼ିକ ଗଭୀର ଲାଲ ରଙ୍ଗ ସୃଷ୍ଟି କରନ୍ତି ।

ଅରୋରା କେବଳ ପୃଥିବୀରେ ଘଟେ କି?

ନା, ଏହା କେବଳ ପୃଥିବୀରେ ଘଟେ ନାହିଁ ! ସାଧାରଣ ନିୟମ ଅନୁଯାୟୀ, ଯଦି କୌଣସି ଗ୍ରହରେ ଚୁମ୍ବକୀୟ କ୍ଷେତ୍ର ଏବଂ ବାତାବରଣ ଥାଏ, ତେବେ ସେମାନେ ମଧ୍ୟ ଅରୋରାକୁ ଅନୁଭବ କରିପାରନ୍ତି । ସେହିପରି କିଛି ବୈଜ୍ଞାନିକମାନେ ଶନି ଏବଂ ବୃହସ୍ପତି ଉପରେ କିଛି ଚମତ୍କାର ଅରୋରା ରହିଥିବାର ଦୃଶ୍ୟକୁ ଉତ୍ତୋଳିତ କରିଛନ୍ତି ।

ଆପଣ କେବେ ଏବଂ କେଉଁଠାରେ ଏକ ଅରୋରା ଦେଖିପାରିବେ?

ଅଧିକାଂଶ ଲୋକ ସାଉଦର୍ଣ ଲାଇଟ୍ସ (aurora australis) ଅପେକ୍ଷା ନର୍ଦନ ଲାଇଟ୍ସ (aurora borealis) ସହିତ ଅଧିକ ପରିଚିତ, କିନ୍ତୁ କାହିଁକି ? ଦକ୍ଷିଣ ଗୋଲାର୍ଦ୍ଧରେ ସୁବିଧାଜନକ ସ୍ଥାନ ବା ଜମି ଅଭାବରୁ ସାଉଦର୍ଣ ଲାଇଟ୍ସ ଦେଖିବା କଷ୍ଟକର ହୋଇଥାଏ । ଆପଣ ଆଣ୍ଟାର୍କଟିକାରେ ଅରୋରା ଆଷ୍ଟ୍ରାଲିସ୍ ଦେଖିବାକୁ ସକ୍ଷମ ହେବେ, କିନ୍ତୁ ଅଧିକାଂଶ କ୍ରୁଜ୍ ଜାହାଜ କେବଳ ଗ୍ରୀଷ୍ମ ମାସରେ ମାଳଦ୍ୱୀପ ପରିଦର୍ଶନ କରନ୍ତି, ଯେଉଁଠାରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଦିନ ହୋଇପାରେ । ସେହିପରି ଆପଣ ନ୍ୟୁଜିଲ୍ୟାଣ୍ଡ ଏବଂ ତସମାନିଆର କିଛି ସ୍ଥାନରୁ ସାଉଥ୍ ଲାଇଟ୍ସ ଦେଖିପାରିବେ । ତେବେ ନର୍ଦନ ଲାଇଟ୍ସକୁ ଦେଖିବାର ସର୍ବୋତ୍ତମ ସମୟ ହେଉଛି ନଭେମ୍ବର ଏବଂ ଡିସେମ୍ବର ମାସ ।

ଆପଣ ଯେତେବେଳେ ଅରୋରା ଦେଖିବେ, ସେତେବେଳେ ଆପଣ ସୌର ଚକ୍ରର ପ୍ରଭାବ ମଧ୍ୟ ଅନୁଭବ କରିପାରିବେ । ସୂର୍ଯ୍ୟ ଯେଉଁ ଚକ୍ରଗୁଡିକ ଦେଇ ଗତି କରେ ତାହା ପ୍ରାୟ ୧୧ବର୍ଷ ଧରି ଚାଲିଥାଏ, ଏବଂ ସୂର୍ଯ୍ୟ ଚକ୍ରର ସ୍ତର ସର୍ବାଧିକ ପର୍ଯ୍ୟାୟରେ ଥିବାବେଳେ ସୋଲାର ଷ୍ଟର୍ମ ବା ସୌର ତୋଫାନ ଅଧିକ ଦେଖାଯାଏ । ତେବେ ୨୦୨୫ ଜୁଲାଇ ବେଳକୁ ସୂର୍ଯ୍ୟଙ୍କ ପରବର୍ତ୍ତୀ ସୌର ସର୍ବାଧିକ ଦେଖାଯିବାର ପୂର୍ବାନୁମାନ କରାଯାଇଛି, ଏବଂ ଅରୋରା ସାଧାରଣତ ଦୁଇରୁ ତିନି ବର୍ଷ ପର୍ଯ୍ୟନ୍ତ ସର୍ବାଧିକର ଉଭୟ ପାର୍ଶ୍ୱରେ ଅଧିକ ସକ୍ରିୟ ରୁହନ୍ତି ।

ଆପଣ ନିମ୍ନରେ ଥିବା ଅରୋରାର ଇନଫୋଗ୍ରାଫିକ୍ ଦେଖିପାରିବେ:

Aurora 101
Aurora 101


Translated from What Is an Aurora?