ଫଟୋ ସମ୍ପାଦନା ହେଉ କି ଭିଡିଓ ସମ୍ପାଦନା ଏଥିପାଇଁ ଫୋଟୋଶପ୍ ର ଆବଶ୍ୟକତା ରହିଛି । ଚିତ୍ର ସୃଷ୍ଟି ଏବଂ ଫଟୋ ସମ୍ପାଦନା ପାଇଁ ଆଡୋବ୍ ଫୋଟୋଶପ୍ ହେଉଛି ଏକ ପ୍ରମୁଖ ସଫ୍ଟୱେର୍ । ୧୯୮୮ ମସିହାରେ ଥୋମାସ୍‌ ଏବଂ ଜନ୍‌ ନୋଲ୍‌ଙ୍କ ଦ୍ଵାରା ଏହି ସପ୍ଟଓ୍ବେର୍‌ର ସୃଷ୍ଟି । ଏବେ ଏହି ସପ୍ଟଓ୍ବେର୍‌ର ନାମ ଜେନରେିକ୍ ଟ୍ରେଡ୍‌ ମାର୍କରେ ପରିଣତ ହୋଇଛି । ଏଥିରେ ଛବି ସମ୍ପାଦନା କରିବା ସହିତ ଥ୍ରୀଡି ଗ୍ରାଫିକ୍ସ, ଭିଡିଓ ସମ୍ପାଦନା ତଥା ରେଣ୍ଡର୍‌ କରିବାର କ୍ଷମତା ରହିଛି । ତେବେ ଫୋଟୋଶପ୍‌ରେ ଭିଡ଼ିଓ କିମ୍ବା ଫଟୋ ଏଡିଟ୍ ପାଇଁ କେବଳ ଇଂରାଜୀ ଭାଷା ନୁହେଁ ବରଂ ଆପଣ ଚାହିଁଲେ ଏଥିରେ ଆପଣ ନିଜର ପସନ୍ଦିତା ଭାଷାକୁ ମଧ୍ୟ ଉପଯୋଗ କରିପାରିବେ । ତେବେ ଆସନ୍ତୁ ଜାଣିବା କିପରି ଏହା ସମ୍ଭବ ହେବ ।

ଫୋଟୋଶପ୍‌ରେ ନିଜ ପସନ୍ଦର ଭାଷାକୁ ବ୍ୟବହାର କରିବା ପାଇଁ ସର୍ବପ୍ରଥମେ ଫୋଟୋଶପ୍‌ରେ ‘World-Ready composer for Asian Scripts’ ବା ଏସିୟ ସ୍କ୍ରିପ୍ଟ ପାଇଁ ୱାର୍ଲଡ ରେଡି କମ୍ପୋଜର୍‌କୁ ଆକ୍ଟିଭ୍‌ କରିବା ଦରକାର । ୱାର୍ଲ୍ଡ-ରେଡି ଲେଆଉଟ୍ କମ୍ପୋଜର ସ୍ଥାନୀୟ ଭାଷା ବା ଲୋକାଲ ଲାଙ୍ଗୁଏଜ ସ୍କ୍ରିପ୍ଟ ପାଇଁ ସଠିକ୍ ଶବ୍ଦ ଆକୃତି ପ୍ରଦାନ କରିଥାଏ । ଏଥିରେ ‘ଇଣ୍ଡିକ୍’ ଭାଷା ପ୍ୟାକେଜର ସ୍ଥାନୀୟ ଭାଷା ଯେପରିକି - ଓଡ଼ିଆ, ବଙ୍ଗାଳୀ, ଗୁଜରାଟୀ, ହିନ୍ଦୀ, କନ୍ନଡ, ମାଲାୟାଲମ୍, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଇତ୍ୟାଦି ଭାରତୀୟ ଭାଷା ଫୋଟୋଶପ୍‌ରେ ବ୍ୟବହାର କରିହେବ ।

ଇଣ୍ଡିକ୍‌ ଭାଷା ବ୍ୟବହାର କରି ନିଜର ଏକ ଡକ୍ୟୁମେଣ୍ଟ ତିଆରି କରନ୍ତୁ ।

ଫୋଟୋଶପ୍ ଡକ୍ୟୁମେଣ୍ଟ୍‌ରେ ବ୍ୟବହାର କରିବାକୁ ଥିବା ଭାଷାକୁ ଚିହ୍ନଟ କରିବା ପାଇଁ ସେଥିରେ ଟେକ୍ସଟ୍‌ ଇଞ୍ଜିନ୍‌ ଚୟନର ଏକ ବିକଳ୍ପ ସୁବିଧା ରହିଛି । ତେବେ ଆସନ୍ତୁ ଜାଣିବା ଇଣ୍ଡିକ୍‌ ଭାଷା ବ୍ୟବହାର କରି କିପରି ଏକ ଡକ୍ୟୁମେଣ୍ଟ ତିଆରି କରିବା । ନିମ୍ନଲିଖିତ ପଦକ୍ଷେପ ଗୁଡିକୁ ଅନୁସରଣ କରି ଆପଣ ଇଣ୍ଡିକ୍‌ ଭାଷା ବ୍ୟବହାର କରି ଫୋଟୋଶପ୍‌ରେ ଏକ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିପାରିବେ ।

  1. Edit > Preferences > Type କୁ ଯାଆନ୍ତୁ
  2. Text Engine Options ରୁ , World-Ready Layout ବାଛନ୍ତୁ
  3. ଏକ ଡକ୍ୟୁମେଣ୍ଟ ଖୋଲନ୍ତୁ
  4. ଟାଇପ୍‌ ଲେୟାର୍‌ ତିଆରି କରନ୍ତୁ
  5. ଅକ୍ଷର (Character) ପ୍ୟାନେଲକୁ ଯାଇ ନିଜ ପସନ୍ଦର ଭାଷା ସେଟ୍ କରନ୍ତୁ
  6. ଆପଣ ଚୟନ କରିଥିବା ଭାଷାକୁ ଆଧାର କରି ଏକ ଉପଯୁକ୍ତ ଫଣ୍ଟ ସେଟ୍ କରନ୍ତୁ । ଉଦାହରଣ ସ୍ୱରୂପ: ଯଦି ଆପଣ ଓଡ଼ିଆ ଭାଷା ବାଛିଛନ୍ତି, ତେବେ ‘ଲୋହିତ ଓଡିଆ’ (Lohit Oriya) କିମ୍ବା ‘ସମ୍ୟାକ୍ ଓଡିଆ’ (Samyak Oriya) ପରି ଏକ ଓଡ଼ିଆ ଫଣ୍ଟ ସେଟ୍ କରନ୍ତୁ ।
  7. ଆପଣ ଚୟନ କରିଥିବା ଭାଷାରେ ପାଠ୍ୟକୁ କପି ପେଷ୍ଟ କରନ୍ତୁ । ନଚେତ୍‌ ଆପଣ ନିର୍ଦ୍ଦିଷ୍ଟ ଭାଷା କୀବୋର୍ଡ୍ ସେଟ୍‌ଅପ୍‌ରେ ପାଠ ଟାଇପ୍‌ କରିପାରିବେ ।

ଲେଆଉଟ୍‌ ଚୟନ କରନ୍ତୁ

ପାରାଗ୍ରାଫ୍ ପ୍ୟାନେଲର ଫ୍ଲାଏଆଉଟ୍ ମେନୁରେ, ନିମ୍ନଲିଖିତ ତାଲିକାଭୁକ୍ତ ହୋଇଥିବା ଲେଆଉଟ୍ ଗୁଡିକ ଉପଲବ୍ଧ ରହିଛି ।

  • ଲାଟିନ୍ ଏବଂ ପୂର୍ବ ଏସୀୟ ଲେଆଉଟ୍ (Latin and East Asian Layout): ଲାଟିନ୍ ଏବଂ ପୂର୍ବ ଏସୀୟ ଭାଷାଗୁଡ଼ିକୁ ଗ୍ରହଣ କରିଥାଏ ।
  • ୱାଲ୍ଡ ରେଡି ଲେଆଉଟ୍ (World-Ready Layout): ଇଣ୍ଡିକ୍, ମଧ୍ୟ ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଏସୀୟ ଭାଷାଗୁଡ଼ିକୁ ମଧ୍ୟ ଗ୍ରହଣ କରିଥାଏ ।

ଯଦି ‘ଲାଟିନ୍ ଏବଂ ପୂର୍ବ ଏସୀୟ ଲେଆଉଟ୍’ ଚୟନ କରାଯାଏ, ତେବେ ଆଉଟପୁଟ୍ ନିମ୍ନପ୍ରକାରେ ରହିବ:

ଯଦି ‘ୱାର୍ଲ୍ଡ-ରେଡି ଲେଆଉଟ୍’ ଚୟନ କରାଯାଏ, ତେବେ ଆଉଟପୁଟ୍ ନିମ୍ନପ୍ରକାରେ ରହିବ: