ବିଶ୍ୱରେ ମୃତ୍ୟୁର ଏକ ସାଧାରଣ କାରଣ ହେଉଛି ହୃଦୟ ଏବଂ ରକ୍ତ ସଞ୍ଚାଳନ ରୋଗ | WHO ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୧୭.୯ ନିୟୁତ ଲୋକ ହୃଦ୍‌ରୋଗରେ ମୃତ୍ୟୁ ବରଣକରନ୍ତି, ଯାହାକି ବିଶ୍ୱରେ ମୋଟ ମୃତ୍ୟୁର ୩୧% ଅଟେ । ହୃଦୟ ବା ହାର୍ଟ ଏକ ଜଟିଳ ଅଙ୍ଗ ହୋଇଥିବାବେଳେ ଏହାକୁ ସୁସ୍ଥ ରଖିବା ପାଇଁ ସେତେ ପରିଶ୍ରମର ଆବଶ୍ୟକତା ନାହିଁ । ତେବେ ଆମେ ଯଦି ଆମର ଜୀବନଶୈଳୀ ଓ ଖାଦ୍ୟ ଅଭ୍ୟାସକୁ ପରିବର୍ତ୍ତନ କରିପାରିବା ତେବେ ଆମେ ହୃଦ ରୋଗକୁ ଅନେକାଂଶରେ ରୋକି ପାରିବା ।

ଏକ ସୁସ୍ଥ ହୃଦୟ ପାଇଁ ଆପଣ ସହଜିଆ ୬ଟି ଟିପ୍ସକୁ ଅନୁସରଣ କରିପାରିବେ ।

1. ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ

ସୁସ୍ଥ ହୃଦୟ ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ । ଖାଦ୍ୟରେ ପ୍ରଚୁର ପରିମାଣର ତାଜା ଫଳ ଓ ସବୁଜ ପନିପରିବା ସାମିଲ କରନ୍ତୁ । ଏହା କେବଳ ଆପଣଙ୍କ ଶରୀରକୁ ପୁଷ୍ଟିକର ରଖିବା ସହିତ ଆପଣଙ୍କ ରକ୍ତଚାପ ଏବଂ କୋଲେଷ୍ଟ୍ରଲକୁ ମଧ୍ୟ ସ୍ୱାଭାବିକ କରିବ । ଆମେ ଦୈନଦିନ ଖାଦ୍ୟରେ ସୁସ୍ଥ ହୃଦୟ ପାଇଁ ସୁସ୍ଥ ଖାଦ୍ୟ ଅନ୍ତର୍ଭୁକ୍ତ କରିବା ଉଚିତ । ଯେପରିକି -

  • ସତେଜ ଫଳ ଏବଂ ପନିପରିବା
  • ସୁସ୍ଥ ପ୍ରୋଟିନ୍ ଜାତୀୟ ଖାଦ୍ୟ (ଅର୍ଗାନିକ ଏବଂ pasture-raised (ଚାରଣଭୂମିରେ ପାଳିତ ହୋଇଥିବା କୁକୁଡା କିମ୍ବା ଛେଳି) ଅଣ୍ଡା ଏବଂ ମାଂସ)
  • ସବୁଜ ପତ୍ରଯୁକ୍ତ ଖାଦ୍ୟ ଅର୍ଥାତ ଶାଗ
  • ବାଦାମ ଏବଂ ମଞ୍ଜି
  • ଶସ୍ୟ ଜାତୀୟ ଖାଦ୍ୟ
  • କମ୍ ଚର୍ବିଯୁକ୍ତ ଦୁଗ୍ଧ
  • ଚର୍ବିଯୁକ୍ତ ମାଛ ଏବଂ ମାଛ ତେଲ

ସେହିପରି ଆପଣଙ୍କ ଖାଇବାରେ ଟ୍ରାନ୍ସ ଫ୍ୟାଟ୍ ପରି ଖାଦ୍ୟ, ଲୁଣ, ଚିନି, ଅତ୍ୟଧିକ ପ୍ରକ୍ରିୟାକୃତ ଏବଂ ବିଶୋଧିତ ଖାଦ୍ୟକୁ ସୀମିତ କରିବା ମଧ୍ୟ ଆବଶ୍ୟକ ।

2. ନିୟମିତ ବ୍ୟାୟାମ ଅଥବା ଯୋଗ କରନ୍ତୁ

ମୋଟାପଣ, ଉଚ୍ଚ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ହୃଦଘାତର ଆଶଙ୍କାକୁ ବଢାଇଥାଏ । ଏଥିପାଇଁ ଆପଣ ଶରୀର ଫିଟ ରହିବା ଅତ୍ୟନ୍ତ ଅବ୍ୟଶକ । ଏଥିନିମନ୍ତେ ଆପଣ ଏକ ମାନକ ରୁଟିନ୍ ଅନୁସରଣ କରିବା ଉଚିତ । ଏହା ଆପଣଙ୍କୁ ସୁସ୍ଥ ଓଜନ ବଜାୟ ରଖିବାରେ ସାହାଯ୍ୟ କରିପାରିବ । ଏଥିପାଇଁ ଆପଣ ଯୋଗ ପ୍ରଶିକ୍ଷକ କିମ୍ବା ଟ୍ରେନରଙ୍କ ସହ ପରାମର୍ଶ କରିପାରିବେ କିମ୍ବା ନିଜେ ଏକ ବ୍ୟାୟାମ ଯୋଜନା ପ୍ରସ୍ତୁତ କରିପାରିବେ । ତେବେ ଆପଣ ନିଜ ଖାଦ୍ୟ ସହିତ ମେଳ ଖାଉଥିବା ଯୋଗ କିମ୍ବା ବ୍ୟାୟମକୁ ଅଗ୍ରାଧିକାର ଦେବା ଅଧିକ ଲାଭଦାୟକ ହେବ । ପ୍ରତିଦିନ ଅଳ୍ପ ପରିମାଣର ବ୍ୟାୟାମ କରନ୍ତୁ । ଏହା ଆପଣଙ୍କ ହୃଦୟକୁ ସୁସ୍ଥ ରଖିବ । ଏହା ସହିତ ଆପଣ ଯଦି ପ୍ରତେହ ଚଲାବୁଲା କରିବେ ତେବେ ଏହା ଆପଣଙ୍କ ଶରୀରର କ୍ୟାଲୋରୀ ଜାଳିବା ସହିତ ଆପଣଙ୍କୁ ଫିଟ ରଖିବାରେ ସାହାର୍ଯ୍ୟ କରିବ ।

3. ଆପଣଙ୍କର ରକ୍ତଚାପ, ରକ୍ତ ଶର୍କରା ଏବଂ କୋଲେଷ୍ଟ୍ରଲ ସ୍ତରକୁ ଲୋ (ନିମ୍ନ ସ୍ତର) ରଖନ୍ତୁ

ଶରୀରରେ ରକ୍ତ ଶର୍କରା, ଚାପ ଏବଂ କୋଲେଷ୍ଟ୍ରଲ ଆପଣଙ୍କ ଖାଦ୍ୟ, ଶାରୀରିକ କାର୍ଯ୍ୟକଳାପ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନିର୍ଭର କରିଥାଏ । ତେବେ ଯଦି କୌଣସି କାରଣ ଯୋଗୁଁ ଏହି ସବୁ ସାଧାରଣ ଅପେକ୍ଷା କ୍ରମାଗତ ଭାବରେ ଅଧିକ ଥାଏ , ତେବେ ଏଥିପାଇଁ ସତର୍କ ରହିବା ଜରୁରୀ । ରକ୍ତଚାପକୁ ସ୍ଥିର ଏବଂ କୋଲେଷ୍ଟ୍ରଲ ସ୍ତରକୁ ଭଲ ଭାବରେ ରଖିବା ପାଇଁ କୌଣସି ସର୍ଟକଟ୍ ଉପାୟ ନାହିଁ । ଏଥିପାଇଁ ସନ୍ତୁଳିତ ଖାଦ୍ୟ ଏବଂ ଉପଯୁକ୍ତ ବ୍ୟାୟାମ ଅନୁସରଣ କରିବା ଉଚିତ ଏବଂ ଏହାକୁ ଏକ ଅଭ୍ୟାସରେ ପରିଣତ କରିବା ଉଚିତ ।

4. ଧୂମପାନଠାରୁ ଦୂରେଇ ରୁହନ୍ତୁ

ସାଧାରଣ ମଣିଷ ଅପେକ୍ଷା ଧୂମପାନକାରୀମାନଙ୍କ ପାଖରେ ହୃଦଘାତର ଆଶଙ୍କା ଦୁଇଗୁଣ ରହିଥାଏ । ସେହିପରି ଧୂମପାନକାରୀଙ୍କ ଠାରେ ପେରିଫେରାଲ୍ ଧମନୀ ରୋଗ ହେବାର ପାଞ୍ଚ ଗୁଣ ଅଧିକ ସମ୍ଭାବନା ମଧ୍ୟ ରହିଥାଏ । ତେଣୁ ଯଦି ଆପଣଙ୍କର ବାରମ୍ବାର ଧୂମପାନ କରିବାର ଅଭ୍ୟାସ ଅଛି, ତେବେ ଏହି ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ ।

5. ଏକ ସନ୍ତୁଳିତ ଓଜନ ବଜାୟ ରଖନ୍ତୁ

ସନ୍ତୁଳିତ ଓଜନ ବଜାୟ ରଖିବା ଦ୍ଵାରା ହୃଦରୋଗ ଏବଂ ଅନ୍ୟାନ୍ୟ କ୍ରନିକ ରୋଗର ଆଶଙ୍କା ଯଥେଷ୍ଟ କମ ରହିଥାଏ । ଏଥିପାଇଁ ଆପଣ ସନ୍ତୁଳିତ ଓଜନ ରଖିବା ପାଇଁ ପ୍ରଯତ୍ନ କରିବା ଉଚିତ । ଆପଣ ନିଜ ଓଜନକୁ କମ ରଖିବା ପାଇଁ କିଛି ଟିପ୍ସ ।

  • ନିଜ ଜୀବନଶୈଳୀରେ ସୁସ୍ଥ ଖାଦ୍ୟକୁ ଏକ ପ୍ରମୁଖ ଅଂଶ କରନ୍ତୁ ।
  • ନିୟମିତ ବ୍ୟାୟାମ କରନ୍ତୁ ।
  • ଆପଣ ଡେସ୍କ କିମ୍ବା କମ୍ପୁଟର ସ୍କ୍ରିନ୍ ସାମ୍ନାରେ ଅଧିକ ସମୟ ବିତାନ୍ତୁ ନାହିଁ ।
  • ଅଧିକ ପାଣି ଏବଂ ପାନୀୟଯୁକ୍ତ ଖାଦ୍ୟ ଖାଆନ୍ତୁ ।
  • ନିଜ ପସନ୍ଦର ଓଜନରେ ପହଞ୍ଚିବା ପରେ ମଧ୍ୟ ଏକ ସୁସ୍ଥ ଜୀବନଶୈଳୀ ବିତାନ୍ତୁ ।
  • ଆପଣଙ୍କ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ଆପଣଙ୍କ ସ୍ୱାସ୍ଥ୍ୟ ଯୋଜନା ପ୍ରତି ପ୍ରତିବଦ୍ଧ ରହିବାକୁ ଚେଷ୍ଟା କରନ୍ତୁ |

6. ଚାପକୁ ନିୟନ୍ତ୍ରଣରେ ରଖନ୍ତୁ

ଉଦାସୀନତା ଏବଂ ଚାପ ହୃଦରୋଗର ଏକ ପ୍ରମୁଖ କାରଣ । ସମ୍ପ୍ରତି ଆମେମାନେ ଏବେ ସମସ୍ତେ ଚାପଗ୍ରସ୍ତ । କିନ୍ତୁ ଜୀବନର ଲକ୍ଷ୍ୟ, କ୍ୟାରିୟର ଏବଂ ସଫଳତା ଅପେକ୍ଷା ମାନସିକ ସ୍ୱାସ୍ଥ୍ୟକୁ ଅଧିକ ପ୍ରାଥମିକତା ଦେବା ଜରୁରୀ । ଯଦି ଆମେ ଅଧିକ ଚାପଗ୍ରସ୍ତ ରହିବା ତେବେ ଏହା ଆମର ଜୀବନଶୈଳୀ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ସହିତ ମଦ୍ୟପାନ, ଧୂମପାନ କରିବା ଏବଂ ଖାଦ୍ୟ ଏବଂ ବ୍ୟାୟାମ ଛାଡିବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ । ସବୁଠୁ ବଡ଼ କଥା ହେଉଛି, ଅତ୍ୟଧିକ ଚାପ ରକ୍ତଚାପର ବୃଦ୍ଧି ଏବଂ ହୃଦସ୍ପନ୍ଦନର ଶୀଘ୍ର ଗତି କରିଥାଏ । ତେଣୁ ଆପଣ ଯଥାସମ୍ଭବ ଅଧିକ ଖୁସି ରହିବାକୁ ଚେଷ୍ଟା କରନ୍ତୁ ।

ଏହି ଛଅଟି ସରଳ ଟିପ୍ସ ଅନୁସରଣ କରି ଆପଣ ଏକ ସୁସ୍ଥ ସୁନ୍ଦର ଜୀବନଶୈଳୀ ପାଇବା ସହ ହୃଦୟକୁ ସୁସ୍ଥ ରଖିପାରିବେ । ସଠିକ୍ ଯୋଜନା ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଏକ ଦୃଢ ପ୍ରତିବଦ୍ଧତା ସୁସ୍ଥ ହୃଦୟ ସହ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରିବ ।