ବିଂଶ ଶତାବ୍ଦୀର ଶେଷଭାଗରେ ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ୍‌ର ବନ୍ୟପ୍ରାଣୀଙ୍କ କ୍ଷେତ୍ରରେ କିଛି ବିସ୍ମୟକର ଘଟଣା ଘଟିବା ଆରମ୍ଭ ହୋଇଥିଲା । ଆସ୍ତେ ଆସ୍ତେ ସେ ସମଗ୍ର ଅଞ୍ଚଳରୁ ବେଙ୍ଗ ପ୍ରଜାତି ଲୋପ ପାଇବାକୁ ଲାଗିଲା । ସେହି ସମୟରେ ଏହି ଦ୍ରୁତ ଲୋପ ପାଇବାର କାରଣ ସେଠାକାର ଗବେଷକମାନଙ୍କ ପାଇଁ ଏକ ଅସମାହିତ ପ୍ରଶ୍ନ ହୋଇପଡ଼ିଥିଲା । ପ୍ରାୟ ୧୯୩୩ ମସିହା ପର୍ଯ୍ୟନ୍ତ ଏହାର କାରଣ ଗବେଷକମାନଙ୍କ ପାଇଁ ଅଗୋଚର ହୋଇ ରହିଥିଲା । ଯେତେବେଳେ କୁକଟାଉନ୍ ନିକଟ ବିଗ୍ ଟ୍ୟାବଲାଣ୍ଡଠାରେ ଏକ ବୈଜ୍ଞାନିକ ଦଳ, ଟ୍ରପିକାଲ୍ କ୍ରିକ୍ ଧାରରେ ପ୍ରବାହିତ ଅଧିକ ମୃତ ବେଙ୍ଗମାନଙ୍କୁ ଚିହ୍ନଟ କରି ପରୀକ୍ଷଣ କଲେ ସେତେବେଳେ ଏହି ପ୍ରଶ୍ନର କିଛିଟା ଉତ୍ତର ପାଇପାରିଲେ ।

ସେହି ଅଞ୍ଚଳରେ ଦେଖାଯାଉଥିବା ଉଭୟଚରମାନଙ୍କ ମଧ୍ୟରୁ ତୀକ୍ଷ୍ଣ ଥୋମଣି ପ୍ରଜାତି ବେଙ୍ଗମାନଙ୍କର ଏକ ଗୋଷ୍ଠୀକୁ ସଂଗ୍ରହ କରାଯାଇ ପରବର୍ତ୍ତୀ ଅଧ୍ୟୟନ ଏବଂ ବିଶ୍ଳେଷଣ ପାଇଁ ଜେମ୍ସ କୁକ୍ ବିଶ୍ୱବିଦ୍ୟାଳୟକୁ ନିଆଗଲା ଏବଂ ତାର ଠିକ ତିନି ମାସ ପରେ ଏହି ବେଙ୍ଗ ପ୍ରଜାତି ସଂପୂର୍ଣ୍ଣ ଭାବେ ଲୋପ ପାଇଥିଲା । ଯଦିଓ ଏହା ଉଭୟଚର ପ୍ରାଣୀଙ୍କ ଲାଗି ଏକ ଦୁଖଦ ଘଟଣା ଥିଲା କିନ୍ତୁ ସଂଗୃହୀତ ହୋଇଥିବା ବେଙ୍ଗ ପ୍ରଜାତିମାନଙ୍କର ପରୀକ୍ଷଣରୁ ଜଣାପଡ଼ିଲା ଯେ ଏହି ରୋଗର ମୁଖ୍ୟ କାରଣ ହେଉଛି - ସେମାନଙ୍କ ଚର୍ମରେ ବଢୁଥିବା ଏକପ୍ରକାର କବକ । ଏହି କବକଗୁଡ଼ିକୁ ପ୍ରସାର କରିବାରେ ମାନବ ହିଁ ମୁଖ୍ୟ ଭୂମିକା ଗ୍ରହଣ କରେ ବୋଲି ଜଣାପଡିଥିଲା ।

ଚିନ୍ତାର ବିଷୟ ହେଉଛି, ମୁଖ୍ୟତ ଉଭୟଚରଙ୍କ ଅଦଳବଦଳ ମାଧ୍ୟମରେ ଏହି କବକ ପ୍ରସାରରେ ମଣିଷ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ପ୍ରମାଣ ଅଛି ।

ଉଭୟଚରଙ୍କ କ୍ଷେତ୍ରରେ ଦେଖାଯାଉଥିବା ଫଙ୍ଗସ୍ ବା ବଟ୍ରାକୋଚାଇଟ୍ରିଅମ୍ ଡେଣ୍ଡ୍ରୋବାଟିଡିସ୍ (Batrachochytrium dendrobatidis or bd) ଭାବରେ ଜଣାଶୁଣା - ଏହାକୁ କାଇଟ୍ରିଡ୍‌ ଫଙ୍ଗସ୍ କୁହାଯାଏ । ଶତାବ୍ଦୀର ଆରମ୍ଭ ପୂର୍ବରୁ ଏହାର ଆବିଷ୍କାର ହେବା ପରଠାରୁ ଏହା ସମଗ୍ର ପୃଥିବୀରେ ଉଭୟଚରଙ୍କ ମାଧ୍ୟମରେ ଖୁବ୍‌ଶୀଘ୍ର ବ୍ୟାପିଗଲା ଏବଂ ୫୦୦ରୁ ଅଧିକ ପ୍ରଜାତିର ଅବନତିରେ ଏହା ଜଡ଼ିତ ଥିଲା । ସେଥିମଧ୍ୟରୁ ୧୦୦ଟି ବିଲୁପ୍ତ ହୋଇଯାଇଛି । ଫଳସ୍ୱରୂପ, ବର୍ତ୍ତମାନ ବିଶ୍ଵର ପଶୁ ବିବିଧତା ପାଇଁ ଏହି ରୋଗ ସବୁଠାରୁ ମାରାତ୍ମକ ବିପଦ ଭାବରେ ବିବେଚନା କରାଯାଉଛି । ବଟ୍ରାକୋଚାଇଟ୍ରିଅମ୍ ଡେଣ୍ଡ୍ରୋବାଟିଡିସ୍ (bd) ପରିବେଶରେ ଏକ ଜଳବାହୀ ପାଥୋଜେନ ଭାବରେ ବିଦ୍ୟମାନ ଅଛି, ଯାହା ଲୋପ ପାଉଥିବା ଜୈବମଣ୍ଡଳ ଦ୍ଵାରା ପ୍ରସାରିତ ହୋଇଥିବାର ଆଶା କରାଯାଏ । ଥରେ ଏହି କବକମାନେ ଏକ ଉଭୟଚର ନିକଟରେ ପହଞ୍ଚିବା ପରେ, ସେମାନେ ଚର୍ମ ମାଧ୍ୟମରେ ପ୍ରବେଶ କରି ଶରୀରରେ ହଇଚଇ ସୃଷ୍ଟି କରନ୍ତି, ଆୟନ ଚ୍ୟାନେଲଗୁଡିକୁ ବ୍ୟାହତ କରି ଶୀଘ୍ର ଚର୍ମ କିରାଟିନାଇଜେସନ୍ ସୃଷ୍ଟି କରନ୍ତି । ଚର୍ମ ଉଭୟଚରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, କାରଣ ଏହା ସେମାନଙ୍କୁ ଜଳରୁ ଅମ୍ଳଜାନ ଶୋଷିବାରେ ସାହାଯ୍ୟ କରେ ଏବଂ ଅର୍ଦ୍ଧ ଜଳୀୟ ଜୀବନଶୈଳୀକୁ ସେମାନେ ଆଗେଇନେବାରେ ସାହାଯ୍ୟ କରନ୍ତି । ତେଣୁ ଚର୍ମରେ ଯେକୌଣସି ବ୍ୟାଘାତ, ବିପର୍ଯ୍ୟସ୍ତ ହୋଇପାରେ । ବର୍ତ୍ତମାନ ୫୦ରୁ ଅଧିକ ଦେଶରେ ବଟ୍ରାକୋଚାଇଟ୍ରିଅମ୍ ଡେଣ୍ଡ୍ରୋବାଟିଡିସ୍ (bd ) ଚିହ୍ନଟ ହୋଇସାରିଛି । ଆମେରିକାରେ ଏହା ଏକ ଭୟଙ୍କର ସମସ୍ୟା ଅଟେ । ଉଦାହରଣ ସ୍ବରୂପ, ମଧ୍ୟ ଏବଂ ଦକ୍ଷିଣ ଆମେରିକାର ଉଚ୍ଚଭୂମି ଅଞ୍ଚଳଗୁଡିକ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ସେମାନଙ୍କର ଉଭୟଚର ଜନସଂଖ୍ୟାର ୪୦% ରୁ ଅଧିକ ନଷ୍ଟ ହୋଇଥିବାର ଦେଖିଲେ ।

ଯଦି ଆମେ ପୂର୍ବରୁ ବିଲୁପ୍ତ ପ୍ରଜାତିଙ୍କୁ ଅନୁସରଣ କରିବା ତେବେ ସେମାନଙ୍କ ମଧ୍ୟରେ ସୁବର୍ଣ୍ଣ ବେଙ୍ଗ ଉଲ୍ଲେଖଯୋଗ୍ୟ । ଏହା ଏପରି ଏକ ପ୍ରଜାତି ଯାହାଙ୍କ ପରେ ବିଶ୍ଵର ଉଭୟଚରଙ୍କ ବିଲୁପ୍ତି ଏକ ମୁଖ୍ୟପ୍ରସଙ୍ଗ ହୋଇଗଲା । ୧୯୮୦ ଦଶକରେ ଏହି ପ୍ରଜାତି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ କେନ୍ଦ୍ରୀୟ କୋଷ୍ଟାରିକାର ପ୍ରିଷ୍ଟାଇନ୍ କ୍ଲାଉଡ୍ ଜଙ୍ଗଲର ଏକ ଅଞ୍ଚଳରେ ସୁବର୍ଣ୍ଣ ବେଙ୍ଗ ସାଧାରଣ ଭାବରେ ରହିଥିଲେ । ମାତ୍ର ୧୯୮୯ରେ ପ୍ରଦୂଷଣର ଅଭାବ ଏବଂ ମାନବ ହସ୍ତକ୍ଷେପ ଦ୍ୱାରା କାଇଟ୍ରିଡ୍ ଫଙ୍ଗସ୍ ଦେଖା ଯାଇଥିଲା ।

ଏହି ପ୍ରଜାତିର ବିଲୁପ୍ତି ପାଇଁ ମଣିଷ ହିଁ ଦାୟୀ କାହିଁକି ?

ବଟ୍ରାକୋଚାଇଟ୍ରିଅମ୍ ଡେଣ୍ଡ୍ରୋବାଟିଡିସ୍ (bd) ସବୁବେଳେ ସେହି ସମାନ କ୍ଷେତ୍ରରେ ଘଟୁଛି ନା ଏଥିରେ ପରିବର୍ତ୍ତନ ଘଟୁଛି ତାହା ନେଇ ଏବେ ବି ବିତର୍କ ଚାଲିଛି । ଚିନ୍ତାର ବିଷୟ ହେଉଛି, ମୁଖ୍ୟତ ଉଭୟଚରଙ୍କ ଅଦଳବଦଳ ମାଧ୍ୟମରେ ଏହି କବକ ପ୍ରସାରରେ ମଣିଷ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ପ୍ରମାଣ ଅଛି । ଉଦାହରଣ ସ୍ୱରୂପ, ଆଫ୍ରିକୀୟ କ୍ଲାଡ୍ ବେଙ୍ଗଙ୍କ ଉପରେ ଏ ନେଇ ହୋଇଥିବା ବିଶେଷ ଭାବରେ ପରୀକ୍ଷଣର ବହୁଳ ଭାବରେ ବ୍ୟବହୃତ ହୋଇଛି ଏବଂ ଏବେ ମଧ୍ୟ ଜାରି ରହିଛି । ଏହି ନିର୍ଦ୍ଦିଷ୍ଟ ପ୍ରଜାତିଗୁଡିକର ଏକ ବିରଳ ଉଦାହରଣ ଯାହାକି କୌଣସି ପ୍ରତିକୂଳ ପ୍ରଭାବ ବିନା ସାଇଟ୍ରିକ ଫଙ୍ଗସ୍ ବହନ କରିଥାଏ । ତେଣୁ, ଏହା କବକ ସଂକ୍ରମଣରେ ଏକ ଅତ୍ୟାବଶ୍ୟକ ବାହକ ରୂପେ କାର୍ଯ୍ୟ କରିଥାଏ । ବିଶ୍ବ ବ୍ୟାପୀ ଲାବୋରେଟୋରୀଗୁଡିକରେ ଆଫ୍ରିକୀୟ କ୍ଲାଡ୍ ବେଙ୍ଗଗୁଡିକର ବ୍ୟବହାର ହୁଏତ ସାଧାରଣ ପରିସ୍ଥିତିରେ ଅନ୍ୟ ରୋଗ ଅପେକ୍ଷା ଫଙ୍ଗସ୍ ଅଧିକ ଶୀଘ୍ର ବିସ୍ତାର ହୋଇପାରେ ।

ସମ୍ପ୍ରତି, ଅନ୍ୟ ଏକ ବଟ୍ରାକୋଚାଇଟ୍ରିଅମ୍ ଡେଣ୍ଡ୍ରୋବାଟିଡିସ୍ (bd) ବାହକ - ଆମେରିକୀୟ ବୁଲ ଫ୍ରଗ ଉପରେ ମଧ୍ୟ ସମାନ ପ୍ରଭାବ ପକାଇଥାଇପାରେ । ଆମେରିକୀୟ ବୁଲ ଫ୍ରଗ ଗୁଡିକ ଉଭୟ ବିଚ୍ଛେଦ ନମୁନା ଏବଂ ଖାଦ୍ୟ ପାଇଁ ବହୁଳ ଭାବରେ ବ୍ୟବହୃତ ହୁଏ । କିନ୍ତୁ ସେମାନଙ୍କର ଆକ୍ରମଣକାରୀ ପ୍ରକୃତି ସେମାନଙ୍କ ସଂରକ୍ଷଣ ଦିଗରେ ଦିବା ସ୍ୱପ୍ନରେ ପରିଣତ ହେଲା । ଏହି ପ୍ରଜାତିଗୁଡିକ ୟୁରୋପ, ଏସିଆ ଏବଂ ଦକ୍ଷିଣ ଆମେରିକାର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ହୋଇଛି ଏବଂ ଏହା ଆଶଙ୍କା କରାଯାଉଛି ଯେ ଏହି ପ୍ରଜାତିଗୁଡିକରେ କାଇଟ୍ରିଡ୍ ଫଙ୍ଗସ୍ ଦେଶୀ ବେଙ୍ଗଠାରୁ ବିସ୍ତାର କରିପାରେ ।

ଏହା ବ୍ୟତୀତ ବ୍ୟବସାୟ ପାଇଁ ଅନେକ ଉଭୟଚର ପ୍ରଜାତି ପରିବହନ କରାଯାଇଥାଏ ଏବଂ କେବଳ ଆମେରିକା ପ୍ରତିବର୍ଷ ୭୦୦,୦୦୦ରୁ ଅଧିକ ଉଭୟଚର ପ୍ରାଣୀ ବିଶେଷକରି ବେଙ୍ଗ ଆମଦାନୀ କରିଥାଏ । ପ୍ରତ୍ୟେକଙ୍କର ବଟ୍ରାକୋଚାଇଟ୍ରିଅମ୍ ଡେଣ୍ଡ୍ରୋବାଟିଡିସ୍ (ବିଡି) ବିସ୍ତାର କରିବାର ସାମର୍ଥ୍ୟ ଅଛି, ଯଦି ସେମାନେ ପରିବେଶରୁ ଲୋପ ପାଇଯାନ୍ତି । ଯେହେତୁ ଉଭୟଚରଙ୍କ ସଂଖ୍ୟା ହ୍ରାସ ପାଇବା ଏବଂ ଅଦୃଶ୍ୟ ହେବାରେ ଲାଗିଛି, ଏହା ପରିବେଶ ଉପରେ ମଧ୍ୟ ଗୁରୁତର ପ୍ରତିକୂଳ ପ୍ରଭାବ ପକାଇବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଏବଂ ଦ୍ଵିତୀୟ କାଇଟ୍ରିଡ୍ ଫଙ୍ଗସ୍, ବାଟ୍ରାଚୋଚାଇଟ୍ରିୟମ୍ ସଲାମାଣ୍ଡ୍ରିଭୋରାନ୍ସ ଆବିଷ୍କାର, ନ୍ୟୁଟ୍ସ ଏବଂ ସଲାମାଣ୍ଡର୍ ଉପରେ ପ୍ରଭାବ ପକାଇବ । ଏଥିରେ ପ୍ରାଣୀ ସମ୍ପଦ ପ୍ରଭାବିତ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ କୌଣସି ସ୍ପଷ୍ଟ ସମାଧାନ ଉପଲବ୍ଧ ନାହିଁ । ଏହି ସମସ୍ୟା ହ୍ରାସ କରିବା ପାଇଁ ଅନ୍ତର୍ଜାତୀୟ ପ୍ରୟାସର ଅଭାବ ସହିତ ଅନେକ ପ୍ରଜାତିର ଭବିଷ୍ୟତ ମଧ୍ୟ ଏବେ ଝୁଲା ଅବସ୍ଥାରେ ରହିଛି ।


Translated from Chytrid Fungus - The Silent Frog Killer